ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ପୁଲଵାମା ଆକ୍ରମଣର କାରଣ ପ୍ରତିଶୋଧ

0

ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ହାତ ଥିବା ନେଇ ଭାରତ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ଆରଡିଏµ ପାକିସ୍ତାନରୁ ହିଁ ଆସିଥିଲା । କେବଳ ସେତିକି ନୁହେଁ,ଏହି ଘଟଣାରେ ଆଦିଲ୍‍ ସହିତ ଆଉ ପାଞ୍ଚ ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିଲା ।
ସବୁଠାରୁ ବଡ କଥା ହେଲା, ଆଦିଲ୍‍ ଏଭଳି କାଣ୍ଡ ଭିଆଇବା ପଛର କାରଣ ପ୍ରତିଶୋଧ । ତଦନ୍ତକାରୀ ସଂସ୍ଥା ଏନଆଇଏକୁ ଏ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ୨୦୧୮ ଜୁନରେ ସିଆରପିଏଫ୍‍ ଆଦିଲର କାକାପୋରା ବାସଭବନକୁ ନିଆଁଲଗାଇ ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏଣୁ ଆଦିଲ ନିଖୋଜ ହେବା ପରଠାରୁ ଏହି କାମରେ ଲାଗିଥିଲା, କେମିତି ସିଆରପିଏଫ୍‍ଙ୍କୁ ପୋଡି ମାରିବ ।
ଆସନ୍ତା ୨ ସପ୍ତାହ ମଧ୍ୟରେ ଏନ୍‍ଆଇଏ ଏହି ଘଟଣାର ତଦନ୍ତ ସାରିବା ପରେ ଯେଉଁ ପୂର୍ଣ୍ଣାଙ୍ଗ ରିପେର୍ଟ ଦେବ, ସେଥିରେ ଏ ନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଆଦିଲ୍‍୍‍ ବିସ୍ଫୋରଣରେ ବ୍ୟବହାର କରିଥିବା କାର ସଂପର୍କରେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସୂଚନା ମିଳିଛି । ଆତ୍ମଘାତୀ କାର୍‍ ସ୍କର୍ପିଓ ନୁହେଁ, ବରଂ ମାରୁତି ଇକୋ ଥିଲା । ଆକ୍ରମଣର ୧୦ ଦିନ ପୂର୍ବରୁ ଏହି କାର କିଣାଯାଇଥିଲା । ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦର ସହଯୋଗୀମାନେ ଏହି କାରରେ ବିସ୍ଫୋରକ ସାମଗ୍ରୀ ଖଞ୍ଜାଯାଇଥିଲା । ତେବେ ୮ ବର୍ଷ ପୂର୍ବରୁ ଏହାର ପଞ୍ଜୀକରଣ କଶ୍ମୀରରେ କରାଯାଇଥିଲା । ଗାଡିର ମାଲିକ ଜଣେ ଆତଙ୍କବାଦୀ, ଯେଉଁ ସଂଗଠନରେ ଆଦିଲ୍‍ ସାମିଲ ହୋଇଥିଲା ।
ଗତ ୧୪ ତାରିଖ ଦିନ ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ସହିଦ ହୋଇଥିଲେ । ଏଥିରେ ଓଡ଼ିଶାର ମଧ୍ୟ ଦୁଇଜଣ ଯବାନ ଥିଲେ ।

Leave A Reply

Your email address will not be published.