ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ପୂର୍ବତଟ ରେଳପଥ ସଙ୍କୁଚିତ, ରାୟଗଡା ନୂଆ ଡିଭିଜନ

0

ଭୁବନେଶ୍ବର: ପୂର୍ବତଟ େରଳପଥ ବିଭାଜନ େହବ। ଏହି େଜାନ ଅନ୍ତର୍ଗତ ଵାଲଟିୟର ଡିଭିଜନକୁ ଭାଙ୍ଗି େଦବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ଏହା ଅନ୍ତର୍ଗତ କିଛି ଅଞ୍ଚଳକୁ େନଇ ବିଜୟଵାଡା ଡିଭିଜନ ଗଠନ କରାଯିବ। ଏହି ଅଞ୍ଚଳଟି ନୂଆକରି େହବାକୁ ଥିବା ଦକ୍ଷିଣ ତଟ େଜାନ ଅଧୀନରେ ରହିବ। ବିଶାଖାପାଟଣାରେ ଏହାର ମୁଖ୍ୟାଳୟ େହବ। ଏହି େଜାନ ଅଧୀନରେ ଗୁଣ୍ଟାକାଲ, ଗୁଣ୍ଟୁର, ବିଜୟଵାଡା ଡିଭିଜନ ରହିବ।
ବାକି ଅଞ୍ଚଳକୁ େନଇ ନୂଆ ରାୟଗଡା ଡିଭିଜନ ଗଠନ କରାଯିବାକୁ ସ୍ଥିର େହାଇଛି। ଏହି ଡିଭିଜନ ପୂର୍ବତଟ ଅଧୀନରେ ରହିବ।
େକନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ପୂର୍ବତଟ େଜାନର ରାଜସ୍ବ କମିପାରେ େବାଲି ଜଣେ ଅଧିକାରୀ ସୂଚନା େଦଇଛନ୍ତି। ଅନ୍ୟ କିଛି ପ୍ରଭାବ ପଡିବ ନାହିଁ। େତବେ ରାୟଗଡା ଡିଭିଜନ େହଲେ, ଏହା ଅଧୀନସ୍ଥ ଜଗଦଳପୁର, େକାରାପୁଟ, ସୁନାବେଡା, ଦାମନଯୋଡି ଓ ସିଂହାପୁରକୁ ଅଧିକ ଗୁରୁତ୍ବ ମିଳିପାରେ।
ଏଠାରେ ସୂଚନାେଯାଗ୍ୟ, ପୂର୍ବରୁ ରାଜ୍ୟ ସରକାର ଵାଲିଟୟର ଡିଭିଜନକୁ ପୂର୍ବତଟ ଅଧୀନରୁ କାଢି େନବାକୁ ବିେରାଧୀ କରିନଥିେଲ େହଁ, ଆଉ ତିନିଟି ନୂଆ ଡିଭିଜନ ଗଠନ ଲାଗି େକନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଉରକେଲା ବା ଝାରସୁଗୁଡା, ଉତ୍ତର ଓଡ଼ିଶା ଅର୍ଥାତ୍ ଯାଜପୁର, େକନ୍ଦୁଝର କିମ୍ବା ଭଦ୍ରକ ଓ ରାୟଗଡାରେ ଏହି େଜାନ କରିବା ଲାଗି କୁହାଯାଇଥିଲା। ମାତ୍ର େକନ୍ଦ୍ର ସରକାର ଵାଲଟିୟର ଡିଭିଜନ ଭାଙ୍ଗି ନୂଆ ରାୟଗଡା େଜାନ କରିଥିଲେ େହଁ, ଆଉ ଦୁଇଟି ଦାବିକୁ ଗ୍ରହଣ କରିନାହାନ୍ତି। ଫଳରେ ପୂର୍ବତଟ େରଳପଥ ସଙ୍କୁଚିତ େହାଇଛି।
ଆନ୍ଧ୍ରପ୍ରଦେଶ େଭାଟ ବ୍ୟାଙ୍କକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ପରଠାରୁ ସ୍ବତନ୍ତ୍ର େରଳବାଇ େଜାନ େନଇ ସଂପୃକ୍ତ ରାଜ୍ୟ ସରକାର ଦାବି କରି ଆସୁଥିେଲ।

Leave A Reply

Your email address will not be published.