ଭୁବନେଶ୍ବର: ପୂର୍ବତଟ େରଳପଥ ବିଭାଜନ େହବ। ଏହି େଜାନ ଅନ୍ତର୍ଗତ ଵାଲଟିୟର ଡିଭିଜନକୁ ଭାଙ୍ଗି େଦବାକୁ େକନ୍ଦ୍ର ସରକାର ନିଷ୍ପତ୍ତି େନଇଛନ୍ତି। ଏହା ଅନ୍ତର୍ଗତ କିଛି ଅଞ୍ଚଳକୁ େନଇ ବିଜୟଵାଡା ଡିଭିଜନ ଗଠନ କରାଯିବ। ଏହି ଅଞ୍ଚଳଟି ନୂଆକରି େହବାକୁ ଥିବା ଦକ୍ଷିଣ ତଟ େଜାନ ଅଧୀନରେ ରହିବ। ବିଶାଖାପାଟଣାରେ ଏହାର ମୁଖ୍ୟାଳୟ େହବ। ଏହି େଜାନ ଅଧୀନରେ ଗୁଣ୍ଟାକାଲ, ଗୁଣ୍ଟୁର, ବିଜୟଵାଡା ଡିଭିଜନ ରହିବ।
ବାକି ଅଞ୍ଚଳକୁ େନଇ ନୂଆ ରାୟଗଡା ଡିଭିଜନ ଗଠନ କରାଯିବାକୁ ସ୍ଥିର େହାଇଛି। ଏହି ଡିଭିଜନ ପୂର୍ବତଟ ଅଧୀନରେ ରହିବ।
େକନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ବାରା ପୂର୍ବତଟ େଜାନର ରାଜସ୍ବ କମିପାରେ େବାଲି ଜଣେ ଅଧିକାରୀ ସୂଚନା େଦଇଛନ୍ତି। ଅନ୍ୟ କିଛି ପ୍ରଭାବ ପଡିବ ନାହିଁ। େତବେ ରାୟଗଡା ଡିଭିଜନ େହଲେ, ଏହା ଅଧୀନସ୍ଥ ଜଗଦଳପୁର, େକାରାପୁଟ, ସୁନାବେଡା, ଦାମନଯୋଡି ଓ ସିଂହାପୁରକୁ ଅଧିକ ଗୁରୁତ୍ବ ମିଳିପାରେ।
ଏଠାରେ ସୂଚନାେଯାଗ୍ୟ, ପୂର୍ବରୁ ରାଜ୍ୟ ସରକାର ଵାଲିଟୟର ଡିଭିଜନକୁ ପୂର୍ବତଟ ଅଧୀନରୁ କାଢି େନବାକୁ ବିେରାଧୀ କରିନଥିେଲ େହଁ, ଆଉ ତିନିଟି ନୂଆ ଡିଭିଜନ ଗଠନ ଲାଗି େକନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଉରକେଲା ବା ଝାରସୁଗୁଡା, ଉତ୍ତର ଓଡ଼ିଶା ଅର୍ଥାତ୍ ଯାଜପୁର, େକନ୍ଦୁଝର କିମ୍ବା ଭଦ୍ରକ ଓ ରାୟଗଡାରେ ଏହି େଜାନ କରିବା ଲାଗି କୁହାଯାଇଥିଲା। ମାତ୍ର େକନ୍ଦ୍ର ସରକାର ଵାଲଟିୟର ଡିଭିଜନ ଭାଙ୍ଗି ନୂଆ ରାୟଗଡା େଜାନ କରିଥିଲେ େହଁ, ଆଉ ଦୁଇଟି ଦାବିକୁ ଗ୍ରହଣ କରିନାହାନ୍ତି। ଫଳରେ ପୂର୍ବତଟ େରଳପଥ ସଙ୍କୁଚିତ େହାଇଛି।
ଆନ୍ଧ୍ରପ୍ରଦେଶ େଭାଟ ବ୍ୟାଙ୍କକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ପରଠାରୁ ସ୍ବତନ୍ତ୍ର େରଳବାଇ େଜାନ େନଇ ସଂପୃକ୍ତ ରାଜ୍ୟ ସରକାର ଦାବି କରି ଆସୁଥିେଲ।
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା