ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ବିଜେପୁରରୁ ପ୍ରାର୍ଥୀ ହେବେ ନବୀନ!

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି । ଆଜି ନିଜେ ନବୀନ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ହଳଧର ନାଗଙ୍କର ବିଜେଡି ମିଶ୍ରଣ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକମାନଙ୍କୁ ନବୀନ କହିଥିଲେ ଯେ ପଶ୍ଚିମ ଓଡି଼ଶାର ମହିଳା, ଯୁବକ, ଛାତ୍ରଛାତ୍ରୀ ଏବଂ ନେତାମାନେ ତାଙ୍କୁ ସେଠାରୁ ଲଢିବାକୁ ଅନୁରୋଧ କରୁଛନ୍ତି । ଏଣୁ ସେ ଏ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି ।
ଅନ୍ୟପଟରେ ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ନବୀନ ଆସନ୍ତା ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇପାରନ୍ତି । ଏହି ନିର୍ବାଚନମଣ୍ଡଳୀରେ ରୀତା ସାହୁ ଏବେ ବିଧାୟିକା ଅଛନ୍ତି । ଗତ ଉପନିର୍ବାଚନରେ ନବୀନ ଏହି ନିର୍ବାଚନମଣ୍ଡଳୀ କଥା ନିଜେ ବୁଝିବେ ବୋଲି କହିଥିଲେ ।
ରାଜନୈତିକ ମହଲ ଏହାକୁ ଗମ୍ଭୀରତା ସହିତ ଗ୍ରହଣ କରୁଛନ୍ତି । ନବୀନଙ୍କର ମାଷ୍ଟର ଷ୍ଟ୍ରୋକ୍‍ ବୋଲି କୁହାଯାଉଛି । ଏହାଦ୍ୱାରା ପଶ୍ଚିମ ଓଡ଼ିଶାରେ ବିଜେପିର ରାସ୍ତାକୁ ଅବରୋଧ କରିବାରେ ବିଜେଡି ସକ୍ଷମ ହେବ । ଗତକାଲି ନବୀନ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବା ଲାଗି ପ୍‍୍ରସ୍ତାବ ଦେଇଥିଲେ ।
ଏହା ପୂର୍ବରୁ ଝାରସୁଗୁଡାରୁ ନବ ଦାସଙ୍କୁ ବିଜେଡିରେ ସାମିଲ କରାଯାଇଥିଲା । ସମ୍ୱଲପୁର ଆସନ ପାଇଁ ନଳିନୀ ପ୍ରଧାନଙ୍କୁ ସାମ୍ନାକୁ ଆଣିଥିଲା ବିଜେଡି । ଆଜି କୋଶଳ କାର୍ଡ ଖେଳି ନବୀନ ହଳଧର ନାଗଙ୍କୁ ବି ବିଜେଡିରେ ମିଶାଇଛନ୍ତି ।
ନବୀନଙ୍କ ପଶ୍ଚିମ ଓଡ଼ିଶା କାର୍ଡ ପରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନୂଆ ମୋଡ ନେଇପାରେ ବୋଲି ମଧ୍ୟ ସମୀକ୍ଷକମାନେ ମତ ରଖୁଛନ୍ତି । ଅନ୍ୟପକ୍ଷରେ ହିଞ୍ଜିଳି ଆସନରେ ଏବେ କିଏ ପ୍ରାର୍ଥୀ ହେବ । ଗୀତା ମେହେଟ୍ଟା ନା ଅରୁଣ ପଟ୍ଟନାୟକ ତାକୁ ନେଇ ବି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

Leave A Reply

Your email address will not be published.