ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି । ଆଜି ନିଜେ ନବୀନ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ହଳଧର ନାଗଙ୍କର ବିଜେଡି ମିଶ୍ରଣ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକମାନଙ୍କୁ ନବୀନ କହିଥିଲେ ଯେ ପଶ୍ଚିମ ଓଡି଼ଶାର ମହିଳା, ଯୁବକ, ଛାତ୍ରଛାତ୍ରୀ ଏବଂ ନେତାମାନେ ତାଙ୍କୁ ସେଠାରୁ ଲଢିବାକୁ ଅନୁରୋଧ କରୁଛନ୍ତି । ଏଣୁ ସେ ଏ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି ।
ଅନ୍ୟପଟରେ ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ନବୀନ ଆସନ୍ତା ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇପାରନ୍ତି । ଏହି ନିର୍ବାଚନମଣ୍ଡଳୀରେ ରୀତା ସାହୁ ଏବେ ବିଧାୟିକା ଅଛନ୍ତି । ଗତ ଉପନିର୍ବାଚନରେ ନବୀନ ଏହି ନିର୍ବାଚନମଣ୍ଡଳୀ କଥା ନିଜେ ବୁଝିବେ ବୋଲି କହିଥିଲେ ।
ରାଜନୈତିକ ମହଲ ଏହାକୁ ଗମ୍ଭୀରତା ସହିତ ଗ୍ରହଣ କରୁଛନ୍ତି । ନବୀନଙ୍କର ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି । ଏହାଦ୍ୱାରା ପଶ୍ଚିମ ଓଡ଼ିଶାରେ ବିଜେପିର ରାସ୍ତାକୁ ଅବରୋଧ କରିବାରେ ବିଜେଡି ସକ୍ଷମ ହେବ । ଗତକାଲି ନବୀନ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବା ଲାଗି ପ୍୍ରସ୍ତାବ ଦେଇଥିଲେ ।
ଏହା ପୂର୍ବରୁ ଝାରସୁଗୁଡାରୁ ନବ ଦାସଙ୍କୁ ବିଜେଡିରେ ସାମିଲ କରାଯାଇଥିଲା । ସମ୍ୱଲପୁର ଆସନ ପାଇଁ ନଳିନୀ ପ୍ରଧାନଙ୍କୁ ସାମ୍ନାକୁ ଆଣିଥିଲା ବିଜେଡି । ଆଜି କୋଶଳ କାର୍ଡ ଖେଳି ନବୀନ ହଳଧର ନାଗଙ୍କୁ ବି ବିଜେଡିରେ ମିଶାଇଛନ୍ତି ।
ନବୀନଙ୍କ ପଶ୍ଚିମ ଓଡ଼ିଶା କାର୍ଡ ପରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନୂଆ ମୋଡ ନେଇପାରେ ବୋଲି ମଧ୍ୟ ସମୀକ୍ଷକମାନେ ମତ ରଖୁଛନ୍ତି । ଅନ୍ୟପକ୍ଷରେ ହିଞ୍ଜିଳି ଆସନରେ ଏବେ କିଏ ପ୍ରାର୍ଥୀ ହେବ । ଗୀତା ମେହେଟ୍ଟା ନା ଅରୁଣ ପଟ୍ଟନାୟକ ତାକୁ ନେଇ ବି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ପ୍ରମୁଖ ଖବର
ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍ ରୁଲ୍, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ