ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବିଜେପୁରରୁ ପ୍ରାର୍ଥୀ ହେବେ ନବୀନ!

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢିପାରନ୍ତି । ଆଜି ନିଜେ ନବୀନ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି । ପଦ୍ମଶ୍ରୀ ହଳଧର ନାଗଙ୍କର ବିଜେଡି ମିଶ୍ରଣ କାର୍ଯ୍ୟକ୍ରମ ଅବସରରେ ସାମ୍ୱାଦିକମାନଙ୍କୁ ନବୀନ କହିଥିଲେ ଯେ ପଶ୍ଚିମ ଓଡି଼ଶାର ମହିଳା, ଯୁବକ, ଛାତ୍ରଛାତ୍ରୀ ଏବଂ ନେତାମାନେ ତାଙ୍କୁ ସେଠାରୁ ଲଢିବାକୁ ଅନୁରୋଧ କରୁଛନ୍ତି । ଏଣୁ ସେ ଏ ପ୍ରସ୍ତାବକୁ ଗୁରୁତ୍ୱର ସହ ବିଚାର କରୁଛନ୍ତି ।
ଅନ୍ୟପଟରେ ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ନବୀନ ଆସନ୍ତା ନିର୍ବାଚନରେ ବିଜେପୁରରୁ ପ୍ରାର୍ଥୀ ହୋଇପାରନ୍ତି । ଏହି ନିର୍ବାଚନମଣ୍ଡଳୀରେ ରୀତା ସାହୁ ଏବେ ବିଧାୟିକା ଅଛନ୍ତି । ଗତ ଉପନିର୍ବାଚନରେ ନବୀନ ଏହି ନିର୍ବାଚନମଣ୍ଡଳୀ କଥା ନିଜେ ବୁଝିବେ ବୋଲି କହିଥିଲେ ।
ରାଜନୈତିକ ମହଲ ଏହାକୁ ଗମ୍ଭୀରତା ସହିତ ଗ୍ରହଣ କରୁଛନ୍ତି । ନବୀନଙ୍କର ମାଷ୍ଟର ଷ୍ଟ୍ରୋକ୍‍ ବୋଲି କୁହାଯାଉଛି । ଏହାଦ୍ୱାରା ପଶ୍ଚିମ ଓଡ଼ିଶାରେ ବିଜେପିର ରାସ୍ତାକୁ ଅବରୋଧ କରିବାରେ ବିଜେଡି ସକ୍ଷମ ହେବ । ଗତକାଲି ନବୀନ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ବରଗଡ ଲୋକସଭା ଆସନରୁ ପ୍ରାର୍ଥୀ ହେବା ଲାଗି ପ୍‍୍ରସ୍ତାବ ଦେଇଥିଲେ ।
ଏହା ପୂର୍ବରୁ ଝାରସୁଗୁଡାରୁ ନବ ଦାସଙ୍କୁ ବିଜେଡିରେ ସାମିଲ କରାଯାଇଥିଲା । ସମ୍ୱଲପୁର ଆସନ ପାଇଁ ନଳିନୀ ପ୍ରଧାନଙ୍କୁ ସାମ୍ନାକୁ ଆଣିଥିଲା ବିଜେଡି । ଆଜି କୋଶଳ କାର୍ଡ ଖେଳି ନବୀନ ହଳଧର ନାଗଙ୍କୁ ବି ବିଜେଡିରେ ମିଶାଇଛନ୍ତି ।
ନବୀନଙ୍କ ପଶ୍ଚିମ ଓଡ଼ିଶା କାର୍ଡ ପରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନୂଆ ମୋଡ ନେଇପାରେ ବୋଲି ମଧ୍ୟ ସମୀକ୍ଷକମାନେ ମତ ରଖୁଛନ୍ତି । ଅନ୍ୟପକ୍ଷରେ ହିଞ୍ଜିଳି ଆସନରେ ଏବେ କିଏ ପ୍ରାର୍ଥୀ ହେବ । ଗୀତା ମେହେଟ୍ଟା ନା ଅରୁଣ ପଟ୍ଟନାୟକ ତାକୁ ନେଇ ବି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

Leave A Reply

Your email address will not be published.