ବିଜେଡିରେ ଘଡିକେ ଘୋଡା ଛୁଟୁଛି
ରଘୁନନ୍ଦନ ଦାସ ବିଜେଡିକୁ ଫେରିବେ
ତ୍ରିନାଥ ଖୁବ୍ ଶୀଘ୍ର ବିଜେପି ଯାଇପାରନ୍ତି
ଭୁବନେଶ୍ୱର: ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପଠାଇଛନ୍ତି । ବିଜେଡି ତାଙ୍କୁ ବାଦ୍ ଦେଇ ଗୁଣୁପୁର ଆସନରୁ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରୁଥିବା ଜାଣି ସେ ଏଭଳି ପଦକ୍ଷେପ ନେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଶ୍ରୀ ଗମାଙ୍ଗ ବିଜେପିକୁ ଯାଇପାରନ୍ତି ।
ସେପଟେ ଯେ କୌଣସି ମୁହୂର୍ତରେ ବିଜେପି ନେତା ରଘୁନନ୍ଦନ ଦାସ ବିଜେଡିରେ ଯୋଗ ଦେଇପାରନ୍ତି । ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ସହିତ ଏରସମା ବାଲିକୁଦାରୁ ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ନେବା ପରେ ରଘୁନନ୍ଦନ ପୁଣି ଥରେ ବିଜେଡିକୁ ଫେରିବେ । ଏ ନେଇ ବିଜେଡି ଶୀର୍ଷ ନେତୃତ୍ୱ ସହିତ ଆଲୋଚନା ହୋଇଛି । ତେବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ମିଳିବା ସମ୍ଭାବନା କ୍ଷୀଣ ବୋଲି ସୂଚନା ମିଳିଛି । ଏରସମା ବାଲିକୁଦାରୁ ଶ୍ରୀ ଦାସଙ୍କୁ ଦଳ ଲଢାଇବାକୁ ବିଚାର ଚାଲିଛି । ସେପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନର ନେତା ଲଳିତ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ନିକଟରେ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ସୁକାନ୍ତ ପ୍ରଧାନ ବିଜେଡିରୁ ଇସ୍ତଫା ଦେଇଛନ୍ତି ।
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍