ବିଜେଡିରେ ଘଡିକେ ଘୋଡା ଛୁଟୁଛି
ରଘୁନନ୍ଦନ ଦାସ ବିଜେଡିକୁ ଫେରିବେ
ତ୍ରିନାଥ ଖୁବ୍ ଶୀଘ୍ର ବିଜେପି ଯାଇପାରନ୍ତି
ଭୁବନେଶ୍ୱର: ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପଠାଇଛନ୍ତି । ବିଜେଡି ତାଙ୍କୁ ବାଦ୍ ଦେଇ ଗୁଣୁପୁର ଆସନରୁ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରୁଥିବା ଜାଣି ସେ ଏଭଳି ପଦକ୍ଷେପ ନେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଶ୍ରୀ ଗମାଙ୍ଗ ବିଜେପିକୁ ଯାଇପାରନ୍ତି ।
ସେପଟେ ଯେ କୌଣସି ମୁହୂର୍ତରେ ବିଜେପି ନେତା ରଘୁନନ୍ଦନ ଦାସ ବିଜେଡିରେ ଯୋଗ ଦେଇପାରନ୍ତି । ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ସହିତ ଏରସମା ବାଲିକୁଦାରୁ ପ୍ରାର୍ଥୀ ହେବେ ବୋଲି ନିଷ୍ପତ୍ତି ନେବା ପରେ ରଘୁନନ୍ଦନ ପୁଣି ଥରେ ବିଜେଡିକୁ ଫେରିବେ । ଏ ନେଇ ବିଜେଡି ଶୀର୍ଷ ନେତୃତ୍ୱ ସହିତ ଆଲୋଚନା ହୋଇଛି । ତେବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ୍ ମିଳିବା ସମ୍ଭାବନା କ୍ଷୀଣ ବୋଲି ସୂଚନା ମିଳିଛି । ଏରସମା ବାଲିକୁଦାରୁ ଶ୍ରୀ ଦାସଙ୍କୁ ଦଳ ଲଢାଇବାକୁ ବିଚାର ଚାଲିଛି । ସେପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନର ନେତା ଲଳିତ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ନିକଟରେ ସାଂସଦ ବଳଭଦ୍ର ମାଝୀ ଓ ବିଧାୟକ ସୁକାନ୍ତ ପ୍ରଧାନ ବିଜେଡିରୁ ଇସ୍ତଫା ଦେଇଛନ୍ତି ।
ପ୍ରମୁଖ ଖବର
ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ