ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ପାଟକୁରାକୁ ଝଟ୍‍କା:ବିଜୟଙ୍କ ସମର୍ଥକ ନିରାଶ

0

ଭୁବନେଶ୍ୱର: ବିଜେଡିର ପାଟକୁରା ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ପରଲୋକ ପରେ ସେଠାରେ ନିର୍ବାଚନ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ଯେ କୌଣସି ମୁହୂର୍ତରେ ନିର୍ବାଚନ କମିସନ ଏଠାରେ ମତଦାନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିପାରନ୍ତି । ଏଥିସହିତ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଭାଗ୍ୟ ପୁଣି ଛନ୍ଦି ହୋଇଯାଇଛି । ଗତ ୧୯ ବର୍ଷ ଧରି ବିଧାନସଭା ଠାରୁ ଦୂରେଇ ରହିଥିବା ବିଜୟ ଏଥର ବିଧାନସଭାକୁ ନିର୍ବାଚିତ ହେବେ ବୋଲି ଆଶା ସୃଷ୍ଟି ହୋଇଥିଲା । ହେଲେ ଏହା ପାଣି ଫୋଟକା ଭଳି ମିଳାଇ ଯାଇଛି । ବିଜୟଙ୍କ ସମର୍ଥକମାନେ ନିରାଶ ହୋଇପଡିଛନ୍ତି ।

ରାଜ୍ୟ ରାଜନୀତିରେ ଏଥର ବିଜୟଙ୍କୁ ନେଇ ପୁଣି ହଟଚମଟ ସୃଷ୍ଟି ହୋଇଥିଲା । ବିଜୟ ବିଧାନସଭାକୁ ଫେରିବାକୁ ବୁଦ୍ଧିଜୀବୀ ମହଲ ଆଶା ବ୍ୟକ୍ତ କରିଥିଲେ । ଏଣୁ ପାଟକୁରା ଆସନରେ ବିଧାନସଭା ପ୍ରଚାର ବି ଘମାଘୋଟ ଜାରି ରହିଥିଲା । ବେଦୁ ବାବୁଙ୍କ ପାଇଁ ତାଙ୍କ ପତ୍ନୀ ଓ ପୁଅ ନିର୍ବାଚନର ମଙ୍ଗ ଧରିଥିବା ବେଳେ ବିଜୟଙ୍କ ପାଇଁ ବିଜେପି ନେତାମାନେ ପ୍ରଚାର ଚଳାଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲିପ ରାୟ ନିଜେ ଯାଇ ପାଟକୁରାରେ ପ୍ରଚାର କରିଥିଲେ । ଆସନ୍ତା ୨୩ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କର କେନ୍ଦ୍ରାପଡା କାର୍ଯ୍ୟକ୍ରମ ରହିଛି । ଏବେ କିନ୍ତୁ ଉଭୟ ବିଜେପି ଶିବିରରେ ନିରାଶା ଖେଳିଯାଇଛି । ବିଜୟଙ୍କ ସମର୍ଥକମାନେ ତଟସ୍ଥ ହୋଇଯାଇଛନ୍ତି ।

Leave A Reply

Your email address will not be published.