ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ସ୍ଥାନାନ୍ତର ହେବେ

0

ଫନିର ସ୍ଥିତିର ସମୀକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ବରିଷ୍ଠ ଅଫିସରଙ୍କୁ ଡାକି ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଥିରେ ଅଧିକାରୀମାନେ ଜଣାଇଥିଲେ ଯେ ପ୍ରଭାବିତ ଅଞ୍ଚଳରୁ ଯେଉଁ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ, ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ କଲେଜ ଓ ଅନ୍ୟାନ୍ୟ ନିରାପଦ ସ୍ଥାନରେ ରଖାଯିବ । ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ନବୀନ ପରାମର୍ଶ ଦେଇଥିଲେ । ଗୁରୁବାର ଠାରୁ ସ୍ଥାନାନ୍ତରିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ହେବ ।

ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କରି ସମସ୍ତଙ୍କୁ ଉପଯୁକ୍ତ ପ୍ରସ୍ତୁତି ରହିବା ପାଇଁ ପରାମର୍ଶ ଦେଇଥିଲେ ।

ବୈଠକରେ କୁହାଯାଇଥିଲା ଯେ ମେ ୩ ତାରିଖ ଅପରାହ୍ନ ସୁଦ୍ଧା ବାତ୍ୟା ଫନି ପୁରୀ ନିକଟରେ ସ୍ଥଳ ଭାଗକୁ ଛୁଇଁବାର ସମ୍ଭାବନା ରହିଛି । ଏଥିରେ ୧୪ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲା ଗୁଡିକ ହେଉଛି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଖୋର୍ଧା, ଯାଜପୁର, ନୟାଗଡ, କଟକ, ଗଜପତି, ମୟୂରଭଂଜ, ଢେଙ୍କାନାଳ ଓ କେନ୍ଦୁଝର । ଆବଶ୍ୟକସ୍ଥଳେ ଆକାଶମାର୍ଗରୁ ପକାଯିବା ପାଇଁ ୧ଲକ୍ଷ ଖାଦ୍ୟ ପ୍ୟାକେଟ୍‍ ପ୍ରସ୍ତୁତ କରାଯାଉଛି । ୮୭୯ଟି ବାତ୍ୟା ଆଶ୍ରୟସ୍ଥଳ, ୧୭ଟି ଓଡ୍ରାଫ ଟିମ୍‍ ଓ ୨୫ଟି ଏନଡିଆର୍‍ଏଫ୍‍ ଟିମ୍‍ ପ୍ରସ୍ତୁତବୋଲି କୁହାଯାଇଛି ।

Leave A Reply

Your email address will not be published.