ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ସ୍ଥାନାନ୍ତର ହେବେ

0

ଫନିର ସ୍ଥିତିର ସମୀକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟା ସୁଦ୍ଧା ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ନିର୍ଦେଶ ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ବରିଷ୍ଠ ଅଫିସରଙ୍କୁ ଡାକି ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏଥିରେ ଅଧିକାରୀମାନେ ଜଣାଇଥିଲେ ଯେ ପ୍ରଭାବିତ ଅଞ୍ଚଳରୁ ଯେଉଁ ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ, ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ କଲେଜ ଓ ଅନ୍ୟାନ୍ୟ ନିରାପଦ ସ୍ଥାନରେ ରଖାଯିବ । ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସୁରକ୍ଷା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ ନବୀନ ପରାମର୍ଶ ଦେଇଥିଲେ । ଗୁରୁବାର ଠାରୁ ସ୍ଥାନାନ୍ତରିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ହେବ ।

ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କରି ସମସ୍ତଙ୍କୁ ଉପଯୁକ୍ତ ପ୍ରସ୍ତୁତି ରହିବା ପାଇଁ ପରାମର୍ଶ ଦେଇଥିଲେ ।

ବୈଠକରେ କୁହାଯାଇଥିଲା ଯେ ମେ ୩ ତାରିଖ ଅପରାହ୍ନ ସୁଦ୍ଧା ବାତ୍ୟା ଫନି ପୁରୀ ନିକଟରେ ସ୍ଥଳ ଭାଗକୁ ଛୁଇଁବାର ସମ୍ଭାବନା ରହିଛି । ଏଥିରେ ୧୪ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲା ଗୁଡିକ ହେଉଛି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଖୋର୍ଧା, ଯାଜପୁର, ନୟାଗଡ, କଟକ, ଗଜପତି, ମୟୂରଭଂଜ, ଢେଙ୍କାନାଳ ଓ କେନ୍ଦୁଝର । ଆବଶ୍ୟକସ୍ଥଳେ ଆକାଶମାର୍ଗରୁ ପକାଯିବା ପାଇଁ ୧ଲକ୍ଷ ଖାଦ୍ୟ ପ୍ୟାକେଟ୍‍ ପ୍ରସ୍ତୁତ କରାଯାଉଛି । ୮୭୯ଟି ବାତ୍ୟା ଆଶ୍ରୟସ୍ଥଳ, ୧୭ଟି ଓଡ୍ରାଫ ଟିମ୍‍ ଓ ୨୫ଟି ଏନଡିଆର୍‍ଏଫ୍‍ ଟିମ୍‍ ପ୍ରସ୍ତୁତବୋଲି କୁହାଯାଇଛି ।

Leave A Reply

Your email address will not be published.