ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ରାଜପଥରୁ ହଟିବେ ଗୋରୁଗାଈ

0

ପ୍ରତି ୧୦୦ କିମିରେ ହେବ ଗୋଶାଳା
ଭୁବନେଶ୍ବର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି ଜାତୀୟ ରାଜପଥରୁ ହଟିବେ ଗୋରୁଗାଈ। ପରିବହନ ବିଭାଗ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଓ ପ୍ରାଣୀ ସମ୍ପଦ ବିଭାଗ ମିଳିତ ଭାବେ ଏନେଇ ପଦକ୍ଷେପ ନେବେ। ରାସ୍ତା କଡ଼ରେ ପ୍ରତି ୧୦୦ କିଲୋମିଟରରେ ଗୋଟିଏ ଗୋଶାଳା ନିର୍ମାଣ କରାଯିବ ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାସ୍ତା ଉପରେ ଥିବା ଗୋରୁଗାଈଙ୍କୁ ପରିବହନ ବିଭାଗ ସ୍ଥାନାନ୍ତର କରିବ। ଗୋଶାଳାର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରାଣୀ ସମ୍ପଦ ବିଭାଗ ନେବ। ଏହି କାର୍ଯ୍ୟ ଉପରେ ସ୍ଥାନୀୟ ଏସ୍‌ପି ନଜର ରଖିବେ। ଏଥିସହ ପ୍ରତି ବ୍ଲକ୍‌ରେ ଗୋଶାଳା ଖୋଲିବା ପାଇଁ ମଧ୍ୟ ଯୋଜନା ରହିଛି।
ରାଜପଥରେ ଗୋରୁଗାଈ ରହିବା ଯୋଗୁଁ ବିଶେଷକରି ରାତି ସମୟରେ ଦୁର୍ଘଟଣା ବଢ଼ୁଛି। ଯାନବାହନ ଧକ୍କାରେ ଅନେକ ମୂକଜୀବଙ୍କ ମୃତ୍ୟୁ ହେବା ସହ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ତିନି ବିଭାଗର ମିଳିତ ପଦକ୍ଷେପ ନିଆଯାଇଛି।

Leave A Reply

Your email address will not be published.