ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମାରୁତି କାର ବେପାରକୁ ଝଟ୍‍କା

0

ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ କଂପାନି କାର ବେପାରରେ ଚଡକ ପଡିଛି । ଗତବର୍ଷ ଏପ୍ରିଲରେ ଯେତିକି କାର ବିକ୍ରି ହୋଇଥିଲା, ତା ଠାରୁ ୨୦ ପ୍ରତିଶତ କମ କାର ଏଥର ଏପ୍ରିଲରେ ନେଇଛନ୍ତି ଗ୍ରାହକ ।
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୧୮ ଏପ୍ରିଲରେ କଂପାନି ୧ଲକ୍ଷ ୬୩ ହଜାର ୪୩୪ କାର ବିକ୍ରି କରିଥିଲା । ଏଥର ଏହା ୧ଲକ୍ଷ ୩୧ ହଜାର ୩୮୫କୁ ଖସି ଆସିଛି । ସବୁଠାରୁ ବଡ ପ୍ରଭାବ ପଡିଛି ଅଲ୍‍ଟୋ ଓ ପୁରୁଣା ମଡେଲ ଵାଗନ ଆର୍‍ ଉପରେ । ଗତବର୍ଷ ଏପ୍ରିଲରେ ଏଭଳି କାର ବିକ୍ରି ସଂଖ୍ୟା ଥିଲା ୩୭ ହଜାର ୭୯୪ । ଏଥର କିନ୍ତୁ ୪୦ ପ୍ରତିଶତ ହ୍ରାସ ପାଇ ୨୨ ହଜାର ୭୬୬ କାର ବିକ୍ରି ହୋଇଛି ।
ସ୍ୱିଫ୍‍ଟ, ସେଲେରିଓ, ନୂଆ ଵାଗନ ଆର୍‍, ବଲେନୋ, ଡିଜେଆର୍‍ ଭଳି କାରର ବଜାର ଉପରେ ବି ପ୍ରଭାବ ପଡିଛି । ଗତବର୍ଷ ଏପ୍ରିଲରେ ଏଭଳିି ବର୍ଗର କାର ବିକ୍ରି ସଂଖ୍ୟା ଥିଲା ୮୩ ହଜାର ୩୮୪ । ଏଥର କିନ୍ତୁ ଏହା ୧୪ ପ୍ରତିଶତ ହ୍ରାସ ପାଇ ୭୨ ହଜାର ୧୪୬ରେ ପହଞ୍ଚିଛି ।
ସିଆଜ୍‍ ଭଳି ଦାମୀ କାର ବି ସମ୍ଭବତଃ ଗ୍ରାହକଙ୍କ ପସନ୍ଦ ହୋଇନାହିଁ । ସେଥିପାଇଁ ଏହାର ବଜାର ପ୍ରଭାବିତ ହୋଇଛି । ଗତବର୍ଷ ୨୭୮୯ଟି ଏଭଳି କାର ବିକ୍ରି ହୋଇଥିବା ବେଳେ ଏଥର ଏହି ସଂଖ୍ୟା ୫୧୬ ରହିଛି ।
ହେଲେ ବ୍ରିଜା, ଏସ୍‍କ୍ରସ୍‍ ଭଳି ଗାଡି ବିକ୍ରି ଗତବର୍ଷ ଏପ୍ରିଲ ତୁଳନାରେ ଏବର୍ଷ ୬ପ୍ରତିଶତ ବଢିଛି । ଗତବର୍ଷ ଏହି ସମୟରେ ୨୦ ହଜାର ୮୬୪ଟି କାର ବିକ୍ରି ହୋଇଥିବା ବେଳେ ଏଥର ଏହା ୨୨ହଜାର ୩୫ ଛୁଇଁଛି ।
ତେବେ କାର ବିକ୍ରି କମିବା ପଛର ନିର୍ଦିଷ୍ଟ କାରଣ ସଂପର୍କରେ ଏଯାଏ କୁହାଯାଇନାହିଁ ।

Leave A Reply

Your email address will not be published.