ପ୍ରମୁଖ ଖବର

ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ, ୮ କ୍ଷେପଣାସ୍ତ୍ର ନଷ୍ଟ କଲା ଭାରତ
ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ, ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଣ୍ଟ
ଭାରତର ୫ ରାଫେଲ ଖସାଇବା ମିଛ କହି ଲଜ୍ଜିତ ହେଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ
ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ
ଉତ୍ତରାଖଣ୍ଡରେ ହେଲିକପ୍ଟର କ୍ରାସ୍; ୬ମୃତ
ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ
ଓଡ଼ିଶା ଓ୍ବେବସାଇଟ୍‌କୁ ହ୍ୟାକ୍‌ କଲା ପାକିସ୍ତାନ

କେନ୍ଦ୍ର-ରାଜ୍ୟ ସମୀକରଣର ନୂଆ ଭାଷା

0

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍‍ସ
ଏନଡିଏ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡି
ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ ଆଲୋଚନାରେ ଯୋଗଦେବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ସମୀକରଣ ଏବେ ବି ରାଜ୍ୟବାସୀଙ୍କ ପାଇଁ ଅବୁଝା ରହିଛି । ଏମିତି ସମୟରେ ଆଜି ତିନିଟି ବଡ଼ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ମିଶ୍ରଣ ନେଇ କଥା ଆଗକୁ ବଢୁଛି । ଠିକ ଏମିତି ସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଜି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଏମ୍‍ସ ସାମିଲ ହୋଇଛି । ଉଭୟ ଏମ୍‍ସ କର୍ତୃପକ୍ଷ ଓ ସ୍ୱାସ୍ଥ୍ୟ ସଚିବଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଉପସ୍ଥିତିରେ ଏହି ଏମଓୟୁ ଦସ୍ତଖତ ହୋଇଥିଲା ।
ଦ୍ୱିତୀୟରେ, ବିଜେଡିକୁ ଉପବାଚସ୍ପତି ପଦ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ନୂଆଦିଲ୍ଲୀ ଗସ୍ତରେ ଥିବା ବେଳେ କିନ୍ତୁ ନବୀନ-ମୋଦୀଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇନାହିଁ । କିନ୍ତୁ ଏନଡିଏ ବାଚସ୍ପତି ପ୍ରାର୍ଥୀ ଓମ୍‍ ବିର୍ଲାଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଆଜି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି । ବିଜେଡି ସଂସଦୀୟ ଦଳ ବୈଠକରେ ଏ ନେଇ ସହମତି ହୋଇଥିଲା । ଶ୍ରୀ ମିଶ୍ର ଏହି ଅବସରରେ ଗଣମାଧ୍ୟମକୁ ଆହୁରି ସୂଚନା ଦେଇଛନ୍ତି ଯେ ଯଦି ଉପବାଚସ୍ପତି ପଦବି ପାଇଁ ବିଜେଡିକୁ କୁହାଯାଏ, ତେବେ ସେ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଅବଶ୍ୟ ନିଷ୍ପତ୍ତି ନେବେ । ଅର୍ଥାତ୍‍ ସେ ଏଭଳି ଚର୍ଚ୍ଚାକୁ ଟାଳିଦେବା ଲାଗି ଆଗ୍ରହ ଦେଖାଇନାହାନ୍ତି । ବିଜେଡି ଏନଡିଏ ପ୍ରାର୍ଥୀକୁ ସମର୍ଥନ ଦେଇ ଏକ ସକାରାତ୍ମକ ଆଭିମୁଖ୍ୟ ପ୍ରକଟ କରିଛି ।
କେବଳ ଏଇ ଦୁଇଟି ନୁହେଁ, ତିନି ଦିନ ତଳେ ଫେରିଥିବା ମୁଖ୍ୟମନ୍ତ୍ରୀ ପୁଣି ଥରେ ନୂଆଦିଲ୍ଲୀ ଯିବା ଲାଗି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଆସନ୍ତା ୧୯ ତାରିଖରେ ସେ ଦିଲ୍ଲୀ ଯିବେ ଓ ୨୦ରେ ଫେରିବେ । ଏକ ରାଷ୍ଟ୍ର ଓ ଏକ ନିର୍ବାଚନ ଅର୍ଥାତ୍‍ ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ ନେଇ ମୋଦୀ ଡାକିଥିବା ସର୍ବଦଳୀୟ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡି ସଭାପତି ଭାବେ ସେ ଏଥିରେ ଯୋଗ ଦେଉଛନ୍ତି । ୨୦୦୪ରୁ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଏକାଠି ହେଉଛି । ଓଡ଼ିଶା ଏଭଳି ପ୍ରସ୍ତାବକୁ ପୂର୍ବରୁ ସମର୍ଥନ ଦେଇସାରିଛି । ବର୍ତମାନ ସମୟରେ ବିଜେଡିର ସମର୍ଥନ ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପାଇଁ ଅନେକ ଗୁରୁତ୍ୱ ରଖେ ।
ରାଜନୈତିକ ମହଲର କହିବା କଥା ହେଉଛି, ଏ ପାଳିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମୀକରଣ ଉଭୟ ଜାତୀୟ ଓ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଅନୁକୂଳ ମନେ ହେଉଛି । ଉଭୟଙ୍କ ନିବିଡତା ରାଜ୍ୟ ପାଇଁ ଅନେକ ଗୁରୁତ୍ୱ ରଖେ । ତେବେ ମୁଖ୍ୟମନ୍ତ୍ରୀ ଫୋକସ୍‍ ରାଜ୍ୟ ସଂକ୍ରାନ୍ତରେ ଯେଉଁ ଦାବି ରଖିଛନ୍ତି, ତାକୁ କେନ୍ଦ୍ର ସରକାର ମାନିନେବା ଦରକାର । ଏହା ଦ୍ୱାରା ଏ ସଂପର୍କର ପୃଷ୍ଠଭୂମି ଦୃଢ ହେବ । ବିଜେପି ପ୍ରତି ଭଲପାଇବା ବଢିବ, ନବୀନଙ୍କ ପ୍ରତି ମଧ୍ୟ ସମ୍ମାନ ରହିବ ।
ଉଲ୍ଲେଖଥାଉକି, ନିକଟରେ ନବୀନ ଦିଲ୍ଲୀ ଯିବା ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ବେଶ୍‍ ସୌହାର୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିଲା, ଏକଥା ଫଟୋ ଚିତ୍ର ବୟାନ କରିଛି । ପରେ ନବୀନ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ କଥାବାର୍ତା ହୋଇଥିଲା । ଓଡ଼ିଶା ପରିପ୍ରେକ୍ଷୀରେ ଏହା ବେଶ୍‍ ଭଲ ଖବର ବୋଲି କୁହାଯାଇପାରେ । କାରଣ, ଉଭୟଙ୍କ ମଧ୍ୟରେ ଦୂରତା କମିଛି, ଏ ବାର୍ତା ଲୋକଙ୍କ ପାଖକୁ ଯାଇଛି । ଅନ୍ତତଃ କେନ୍ଦ୍ର-ରାଜ୍ୟ ଛକାପଞ୍ଝା ଭିତରେ ଓଡ଼ିଶା ପ୍ରକଳ୍ପ ବଳି ପଡିବନି କି ସ୍ୱାର୍ଥ ପରାହତ ହେବ ନାହିଁ ।

Leave A Reply

Your email address will not be published.