ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭାରତ-ସାଉଦି ସମ୍ପର୍କ ବୃଦ୍ଧି ପାଇଁ ଉଦ୍ୟମ

0

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାଉଦି ଶକ୍ତିମନ୍ତ୍ରୀଙ୍କ ସହ ଆଲୋଚନା

ନୂଆଦିଲ୍ଲୀ : ଭାରତ ଏବଂ ସାଉଦି ଆରବିଆ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସାଉଦି ଶକ୍ତି, ଶିଳ୍ପ ଏବଂ ଖଣିଜ ସଂପଦ ମନ୍ତ୍ରୀ ଡ଼. ଖାଲିଦ୍ ଅଲ୍-ଫେଲିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହାଇଡ଼୍ରୋକାର୍ବନ କ୍ଷେତ୍ରରେ ଅଧିକ ସହଯୋଗ ସହ ଉଭୟ ଦେଶ ମଧ୍ୟରେ ସଂର୍ପକକୁ ମଜଭୂତ କରିବା ପାଇଁ ପଦକ୍ଷେପ ନେଇ ଉଭୟ ମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି ।
ବିଶ୍ୱ ଭୌଗଳିକ-ରାଜନୈତିକ ପରିସ୍ଥିତି ଏବଂ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ନେଇ ଶ୍ରୀ ପ୍ରଧାନ ଭାରତର ଉଦବେଗ ସଂର୍ପକରେ ଅବଗତ କରାଇ ଥିଲେ । ଓପେକ୍ ଏବଂ ଓପେକ୍ ପ୍ଲସ୍ ରାଷ୍ଟ୍ର ସମୁହ ସହ କଥାବାର୍ତା ଆଧାରରେ ଅଶୋଧିତ ତୈଳ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ସାଉଦି ଆରବିଆ ଗୁରୁତ୍ୱ ଦେବା ନେଇ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍ତି । ଭାରତ ଶକ୍ତି କ୍ଷେତ୍ରରେ ସାଉଦି ଆରବିଆ ଯୋଗଦାନ ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂର୍ପକ ମଜଭୁତ ହେବାନେଇ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ତୈଳ କ୍ଷେତ୍ରରେ ସାଉଦିର ପୁଞ୍ଜି ନିବେଶର ଟେଲିଫୋନ ଯୋଗେ
ସମୀକ୍ଷା କରିଥିଲେ ଦୁଇ ମନ୍ତ୍ରୀ ।
ହାଇଡ୍ରକାର୍ବନ କ୍ଷେତ୍ରରେ କ୍ରେତା-ବିକ୍ରେତାର ସଂର୍ପକକୁ ଉଭୟ ଦେଶ ଉପରକୁ ଉଠି ଏବଂ ସମନ୍ନିତ ସଂର୍ପକ ପ୍ରତିଷ୍ଠା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ଦୁଇ ମନ୍ତ୍ରୀ ।

Leave A Reply

Your email address will not be published.