ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ବ୍ରିଟେନକୁ ମିଳିଲେ ନୂଆ ରାଜା : ସିଂହାସନ ଆରୋହଣ କଲେ କିଙ୍ଗ୍ ଚାର୍ଲସ ତୃତୀୟ

0

ଲଣ୍ଡନ: ଆଜି ବ୍ରିଟେନକୁ ମିଳିଲା ନୂଆ ରାଜା। କିଙ୍ଗ୍ ଚାର୍ଲସଙ୍କର ହେଲା ରାଜ୍ୟାଭିଷେକ। ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କଲେ ଚାର୍ଲସ । ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିଲେ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ବଙ୍କିଙ୍ଗହମ୍ ପ୍ୟାଲେସ । ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ । ମାତ୍ର ତାଙ୍କର ବିଧିବଦ୍ଧ ଭାବେ ରାଜ୍ୟାଭିଷେକ ହୋଇନଥିଲା ।

ସୂଚନାଯୋଗ୍ୟ, ଦୀର୍ଘ ୭୦ ବର୍ଷ ପରେ କିଙ୍ଗ ଚାର୍ଲସ ତୃତୀୟଙ୍କର ଶନିବାର ସନ୍ଧ୍ୟାରେ ବ୍ରିଟେନର ମହାରାଜା ରୂପରେ ରାଜ୍ୟାଭିଷେକ ହୋଇଛି । ସିଂହାସନ ଆରୋହଣ କରିଛନ୍ତି ରାଜା ଚାର୍ଲସ ତୃତୀୟ । ଗତବର୍ଷ ମହାରାଣୀ ଏଲିଜାବେଥଙ୍କ ପରଲୋକ ପରେ ପରମ୍ପରା ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ । ଶେଷ ଥର ଲାଗି ୧୯୫୩ରେ ମହାରାଣୀଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ସନ୍ଧ୍ୟାରେ ଔପଚାରିକ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇଛି

ଏହି ଉତ୍ସବରେ ସାମିଲ ହୋଇଛନ୍ତି ବ୍ରିଟେନ ରାଜପରିବାର ସହ ସମ୍ପର୍କିତ ଅନେକ ରାଜ ପରିବାରର ସଦସ୍ୟ, ବିଭିନ୍ନ ଧର୍ମର ପ୍ରତିନିଧି, ବିଶ୍ବର ବହୁ ନେତା ପ୍ରମୁଖ ।  ରାଜ୍ୟାଭିଷେକ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ଋଷି ସୁନାକ । ଚାର୍ଲସ ରାଜା ଘୋଷିତ ହେବା ପରେ ଉତ୍ତରାଧିକାରୀତ୍ବ ଅନୁସାରେ ସେ ବ୍ରିଟେନର ୧୪ଟି କମନଓ୍ବେଲଥ ରାଷ୍ଟ୍ରର ବି ମୁଖ୍ୟ ହୋଇଛନ୍ତି ।

ୱେଷ୍ଟମିନିଷ୍ଟର ଏବେ ୧୦୬୬ରେ ୱିଲିୟମ ଦ କନକରରଙ୍କ ପରଠୁ ପ୍ରତ୍ୟେକ ବ୍ରିଟିଶ ରାଜ୍ୟାଭିଷେକର ସ୍ଥାନ ଭାବେ ରହିଆସିଛି ଏବଂ ମହାରାଜ ଚାର୍ଲସ ତୃତୀୟ ତଥା ତାଙ୍କ ପତ୍ନୀ ମହାରାଣୀ କେମିଲା ଏହି ଭବ୍ୟ ପରମ୍ପରାର ପାଳନ କରିଥିଲେ । ଏହି ଅବସରରେ ହିନ୍ଦୁ, ମୁସଲିମ, ଶିଖ, ବୌଦ୍ଧ ଏବଂ ୟହୁଦୀ ଗୋଷ୍ଠୀର ଧାର୍ମିକ ନେତା ଏବଂ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ । ରାଜା ଚାର୍ଲସ ତୃତୀୟଙ୍କ ପରେ ତାଙ୍କ ପତ୍ନୀ କେମିଲାଙ୍କୁ ୱେଷ୍ଟମିନିଷ୍ଟର ଏବେରେ କ୍ୱୀନ ରୂପରେ ମୁକୁଟ ପିନ୍ଧାଯାଇଥିଲା ।

Leave A Reply

Your email address will not be published.