ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

କେରଳରେ ପହଁଚିଲା କୁଏତ ଅଗ୍ନିକାଣ୍ଡରେ ମୃତ ୪୫ ଭାରତୀୟଙ୍କ ମରଶରୀର

0

ନୂଆଦିଲ୍ଲୀ: କୁଏତରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ ଶୀଘ୍ର ଫେରିବା ନେଇ କୁଏତ୍ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ବୟ ରକ୍ଷା କରିଥିଲେ।

କୁଏତ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ଗଞ୍ଜାମର ହୋଇଥିବା ସୂଚନା ମିଳିଛି। ସ୍ୱତନ୍ତ୍ର ବାୟୁସେନା ବିମାନରେ କେରଳର କୋଚି ବିମାନବନ୍ଦରରେ ପହଞ୍ଚିଛି ମୃତଦେହ ମୃତଦେହ ପହଞ୍ଚିଛି। ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ ୨୩ ଜଣ ମୃତକ କେରଳର ରହିଥିବା ବେଳେ ୭ ଜଣ ତାମିଲନାଡୁ, ଆନ୍ଧ୍ରପ୍ରଦେଶର ତିନି ଜଣ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ହରିୟାଣା, ପଞ୍ଜାବ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ରହିଛନ୍ତି।

ଏହି ଅଘଟଣରେ ୪୫ ଭାରତୀୟଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି। ସୂଚନା ମୁତାବକ ଜଣେ ମୃତକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମହମ୍ମଦ ଜାହୁର ବୋଲି ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମ ରଣଝାଲ୍ଲୀ ଗ୍ରାମର ସନ୍ତୋଷ କୁମାର ଗୌଡ଼ ବୋଲି ଜଣାପଡ଼ିଛି। ଦୁହିଁଙ୍କ ମରଶରୀରକୁ ଓଡ଼ିଶା ଅଣାଯାଇ ଦୁହିଁଙ୍କ ପରିବାରକୁ ହସ୍ତାନ୍ତର କରାଯିବା ନେଇ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର ଦକ୍ଷିଣ କୁଏତ୍ ମଙ୍ଗଫ ଅଞ୍ଚଳରେ ଥିବା ବହୁ ମହଲା କୋଠାରେ ଅଗ୍ନିକାଣ୍ଡରେ ୪୯ ଜଣ ବିଦେଶୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ପିଟିଆଇ ଅନୁଯାୟୀ,କୁଏତ୍ ର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ଫାହଦ ଅଲ୍‌-ୟୁସୁଫ୍‌ ଅଲ-ସାବ କହିଛନ୍ତି, ଅଧିକାରୀମାନେ ୪୮ଟି ମୃତଦେହ ଚିହ୍ନଟ କରିଛନ୍ତି, ସେଥିମଧ୍ୟରୁ ୪୫ ଜଣ ଭାରତୀୟ ଏବଂ ତିନୋଟି ଫିଲିପାଇନ୍ସ। ଅବଶିଷ୍ଟ ମୃତଦେହକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି। ଅଧିକାରୀ କହିଛନ୍ତି, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶ ଭାରତୀୟ କେରଳର।

Leave A Reply

Your email address will not be published.