ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନବୀନଙ୍କୁ ମୁକାବିଲା କରିବେ ପଶ୍ଚିମ ଓଡ଼ିଶା ନେତା

0

ପ୍ରଦୀପ୍ତ ବିରୋଧୀ ଦଳ ନେତା, ନରସିଂହ କଂଗ୍ରସେ ବିଧାୟକ ଦଳ ନେତା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ବିରୋଧୀ ଦଳର ନେତା ଭାବେ ମନୋନୀତ ହୋଇଛନ୍ତି। ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ନେତା ବାଛିବା ଦାୟିତ୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ଶ୍ରୀ ଶାହ ପ୍ରଦୀପ୍ତଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ନାୟକ ଲୋକସଭାକୁ ଆଖେଇଥିଲେ। ହେଲେ ତାଙ୍କୁ ବିଧାନସଭା ଟିକେଟ୍ ମିଳିଥିଲା। ଏ ନେଇ ସତେବେଳେେ ସେ ଅସନ୍ତୋଷ ପ୍ରକାଶ କରିଥିଲେ ହେଁ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ନିରବ ରହିଥିଲେ। ସମ୍ଭବତଃ ଏହାର ପ୍ରତିଦାନ ସ୍ବରୂପ ଦଳ ତାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ନିଯୁକ୍ତି ଦେଇଛି।
ଏପଟେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିଯୁକ୍ତି ଦେଇଛି। ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଉପନେତା ତାରା ପ୍ରସାଦ ବାହିନୀପତିଙ୍କୁ ବିଧାୟକ ଦଳର ମୁଖ୍ୟ ସଚତେକ ଓ ମହମ୍ମଦ ମୋକିମ୍‌ଙ୍କୁ ସେକ୍ରେଟାରି ଭାବେ ମନୋନୀତ କରାଯାଇଛି। ୨୦୦୪ ରୁ ୨୦୦୯ ର୍ପଯ୍ୟନ୍ତ ଶ୍ରୀ ମିଶ୍ର ବିରୋଧୀ ଦଳର ଉପ‌ନେତା ଥିଲେ। ଗତ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ।
ସଂଯୋଗ ହେଲେ ବି ବିଧାନସଭାର ଉଭୟ ଗୁରୁତ୍ବପୂର୍ଣ୍ଣ ପଦବି ପଶ୍ଚିମ ଓଡ଼ିଶା ନେତାଙ୍କ ନିକଟକୁ ଯାଇଛି। ଏଥର ନିର୍ବାଚନରେ ବିଜେଡି ପଶ୍ଚିମ ଓଡ଼ିଶାକୁ ଫୋକସ କରିଥିଲା। ମୁଖ୍ୟମନ୍ତ୍ରୀ ନିଜେ ବରଗଡ ଜିଲ୍ଲାର ବିଜେପୁରରୁ ପ୍ରାର୍ଥୀ ହୋଇ ଜିତିଥିଲେ ଓ ପରେ ଇସ୍ତଫା ଦେଇଛନ୍ତି। ଆଗକୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ।

Leave A Reply

Your email address will not be published.