ଭୁବନେଶ୍ବର: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରୟାଗଠାରେ ଗତ ଫେବ୍ରୁଆରି ୨୪ ତାରିଖରେ ଜଣେ ସଫେଇ କର୍ମଚାରୀଙ୍କ ପାଦ ଧୋଇଥିଲେ। ଆଜି ମୟୂରଭଂଜରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୋଦୀଙ୍କ ରାସ୍ତାରେ ଯାଇ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମାକାନ୍ତ ମହାନ୍ତିଙ୍କ ପାଦ ଧୋଇଛନ୍ତି। ବଡସାହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେତନଟୀ ସଂସ୍କୃତି ଭବନରେ ଏକ କାର୍ଯ୍ୟକ୍ରମରେ ସେ ଏପରି କାର୍ଯ୍ୟ କରିଥିଲେ। ଏହି ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ଓ ପ୍ରତାପ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଦଳ ପକ୍ଷରୁ ଏହି ଅବସରରେ ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଥିଲା। ଏଥିରେ ଜିଲ୍ଲାର ନେତାମାନେ ଉପସ୍ଥିତ ଥିଲେ।
ପ୍ରମୁଖ ଖବର
ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ