ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିଜେଡିରେ ଇଏ କଣ ଚାଲିଛି?

0

ଭୁବନେଶ୍ୱର: କିଛି କମ୍‍ ନୁହେଁ । ୧୧୧ ଜଣ ଜିତିଛନ୍ତି । ବିଧାନସଭାରେ ବିଜେଡି ମ୍ୟାଜିକ୍‍ ସଂଖ୍ୟା ଠାରୁ ଢେର୍‍ ଉପରେ ଅଛି । ହେଲେ ୨ମାସ ବିତିନି, ସରକାର ବିରୋଧରେ ଆନ୍ଦୋଳନ ଦାନା ବାନ୍ଧିଲେଣି । ବିଧାନସଭାର ପ୍ରଥମ ଅଧିବେଶନରୁ ଅକଳରେ ପଡିଲେଣି ସରକାର । ନାବାଳିକା ନିଖୋଜ, ଦୁଷ୍କର୍ମ ପ୍ରସଙ୍ଗକୁ ଆୟୁଧ କରି ବିରୋଧୀ ବିଧାନସଭାକୁ ଏମିତି ସ୍ଥିତିକୁ ଟାଣି ନେଇଛନ୍ତି ଯେ ସରକାର ମୁକୁଳି ପାରୁନାହାନ୍ତି । କେବଳ ସେତିକି ନୁହେଁ, ଆସନ୍ତାକାଲି ବିଜେପି ଅନୁଗୁଳ ବନ୍ଦ ଡାକରା ଦେଇଛି । କଂଗ୍ରେସ ସମଗ୍ର ରାଜ୍ୟରେ ବିକ୍ଷୋଭ କରିବ । ସବୁ ଜିଲ୍ଲ ମହକୁମାରେ କଂଗ୍ରେସ କର୍ମୀ ଧାରଣା ଓ ବିକ୍ଷୋଭ ସମାବେଶ କରିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ଜଣେ କଂଗ୍ରେସ ନେତା କହିଛନ୍ତି ।

ଗୋଟିଏ ପଟେ ବିରୋଧୀ ମାତିଲେଣି । ଅନ୍ୟପଟେ କିନ୍ତୁ ବିଜେଡି ବିଧାୟକମାନେ ସରକାରକୁ ସୁରକ୍ଷା ଦେଇପାରୁନାହାନ୍ତି । ରାଜନୈତିକ ମହଲ ଏହାକୁ ଭିନ୍ନ ଭାବରେ ଚିତ୍ରଣ କଲେଣି । ଏହି ମହଲର କହିବା କଥା ହେଉଛି, ବିଧାନସଭା ପ୍ରଥମ ଅଧିବେଶନରୁ ବିଜେଡିର ରଣନୀତି କିଛି ଭିନ୍ନ ସଙ୍କେତ ଦେଉଛି । ରାଜ୍ୟସଭା ପ୍ରାର୍ଥୀ ମନୋନୟନ ପ୍ରସଙ୍ଗରେ ପ୍ରଥମେ ତିନି ଚାରିଦିନ କଂଗ୍ରେସ ବିଧାୟକ ସରକାରଙ୍କୁ ଯଥେଷ୍ଟ ସମାଲୋଚନା କଲେ । ଜଣେ ହେଲେ ବି ବିଧାୟକ କେହି ଏହାର ପ୍ରତିବାଦ କଲେନି ଗୃହରେ ।

ଏବେ ନାବାଳିକା ନିଖୋଜ ପ୍ରସଙ୍ଗରେ ସରକାରଙ୍କୁ ଯେଭଳି ସୁରକ୍ଷା ଯୋଗାଇ ଦିଆଯିବା କଥା ତାହା ଦିଶୁନାହିଁ । ପରିସ୍ଥିତିର ଫାଇଦା ନେଇ ଉଭୟ ବିଜେପି ଓ କଂଗ୍ରେସ ଏବେ ପ୍ରସଙ୍ଗକୁ ବିଧାନସଭାରୁ ନେଇ ରାଜରାସ୍ତାରେ ପହଞ୍ଚିଲେଣି । ଯେହେତୁ ନାବାଳିକା ନିଖୋଜ ଓ ଦୁଷ୍କର୍ମ ଏକ ସମ୍ୱେଦନଶୀଳ ପ୍ରସଙ୍ଗ,ଏହା ପ୍ରତି ଘରକୁ ଭେଦୁଛି । କୌଣସି ଲୋକ ଏହି ଘଟଣାକୁ ଗ୍ରହଣ କରିପାରୁନାହାନ୍ତି କି ପୁଲିସ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟାପ୍ତ ବା ସନ୍ତୋଷଜନକ ବୋଲି କହୁନାହାନ୍ତି । ବରଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଲାଣି ।

ଏଠାରେ ଉଲ୍ଲେଖଥାଉକି, ସରକାର ଗଠନ ପରେ ପରେ ଯଦି ଏପରି ପରିସ୍ଥିତି ଲାଗି ରହେ, ତେବେ ସରକାରଙ୍କ ସଫଳତା ଲୋକଙ୍କ ମନକୁ ଧରିବା ପୂର୍ବରୁ ବିଫଳତା ଜାଲ ବାନ୍ଧି ସାରିଥିବ ଓ ଆଗକୁ ପୌର ନିର୍ବାଚନରେ ଏହାର ପ୍ରଭାବ ନ ପଡିିବ ଏକଥା କିଏ କହିବ ।

Leave A Reply

Your email address will not be published.