ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଏବେ କେମିତି ଜୀବନ ବିତାଇବେ ସାରଥୀ ବାବା

0

ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ସାରଥୀ ବାବା ଧର୍ମସଭା କରିପାରିବେ ନାହିଁ । ପ୍ରବଚନ କରିପାରିବେ ନାହିଁ । ଭକ୍ତଙ୍କୁ ଭେଟିପାରିବେ ନାହିଁ । ବାରିମୁଳ ଆଶ୍ରମକୁ ଯାଇପାରିବେ ନାହିଁ ।

ଏମିତି ସର୍ତ ସହ ବାବା ସାରଥୀଙ୍କୁ ହାଇକୋର୍ଟ ଗତକାଲି ଜାମିନ ଦେଇଛନ୍ତି । ଏଣୁ ବାବା ମୁକୁଳିଲେ କଣ ନିର୍ବାସନ ଜୀବନ ବିତାଇବେ । ହାତରୁ ମହୁ ଝରିବନି । ବିଭୁୁତି ବାହାରିବନି । ଏଭଳି କିଛି ପ୍ରଶ୍ନ ଏବେ ସାରଥୀ ଭକ୍ତଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରଶ୍ନ ଉଠୁଛି, ସାରଥୀ କେନ୍ଦ୍ରାପଡା ଯିବାକୁ ଚାହିଁବେ ବା କୌଣସି ଅଜଣାସ୍ଥାନରେ ରହିବାକୁ ଚାହିଁବେ । କାରଣ ହାଇକୋର୍ଟ ବାରଣ କଲେ ବି ଭକ୍ତ ଭିଡ ଜମାଇବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । କବାଟ କିଳି ଜୀବନ ବିତାଇବା ତାଙ୍କ ପାଖେ ସମ୍ଭବ ନୁହେଁ । ଏହା ମଣିଷର ବଞ୍ଚିବାର ଅଧିକାର ଉପରେ ପ୍ରଶ୍ନ ଉଠାଇବ ।

ଏଣୁ କେନ୍ଦ୍ରାପଡା ଠାରୁ ଦୂରରେ ରହିବାକୁ ବାବା ଆଗ୍ରହ ଦେଖାଇବେ ନା କେନ୍ଦ୍ରାପଡାରେ ରହି ସାଧାରଣ ଜୀବନ ବିତାଇବାକୁ ଚାହିଁବେ, ତାହାକୁ ନେଇ ଉତ୍ସୁକତା ଦେଖାଗଲାଣି ।

ଉଲ୍ଲେଖଯୋଗ୍ୟ, ସୁର ବାବା ମଧ୍ୟ ଗିରଫ ହୋଇଥିଲେ । ମାତ୍ର ତାଙ୍କ କ୍ଷେତ୍ରରେ ଆଶ୍ରମ ଛାଡିବା ଲାଗି କୌଣସି କୋର୍ଟ ନିିର୍ଦେଶ ନାହିଁ । ଏଣୁ ସେ ଜେଲରୁ ଫେରିିବା ପରେ ସେଠାରେ ଅବସ୍ଥାନ କରୁଛନ୍ତି । ଏଯାଏ ତାଙ୍କ କାର୍ଯ୍ୟକଳାପ ସଂପର୍କରେ କୌଣସି ଆପତ୍ତି ଅଭିଯୋଗ ଆସିନାହିଁ ।

ଏବେ ସାରଥୀ ଜେଲରୁ ବାହାରିଲେ ବି ଅନୁରୂପ ଜୀବନ ବିତାଇବା ସମ୍ଭାବନା ଅଧିକ । ଅନ୍ୟଥା ସର୍ତ ଉଲ୍ଲଂଘନ କାରଣରୁ ତାଙ୍କୁ ଆଉଥରେ ଅଡୁଆ ପରିସ୍ଥିତି ସାମ୍ନା କରିବାକୁ ପଡିପାରେ ।

Leave A Reply

Your email address will not be published.