ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଏବେ କେମିତି ଜୀବନ ବିତାଇବେ ସାରଥୀ ବାବା

0

ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ସାରଥୀ ବାବା ଧର୍ମସଭା କରିପାରିବେ ନାହିଁ । ପ୍ରବଚନ କରିପାରିବେ ନାହିଁ । ଭକ୍ତଙ୍କୁ ଭେଟିପାରିବେ ନାହିଁ । ବାରିମୁଳ ଆଶ୍ରମକୁ ଯାଇପାରିବେ ନାହିଁ ।

ଏମିତି ସର୍ତ ସହ ବାବା ସାରଥୀଙ୍କୁ ହାଇକୋର୍ଟ ଗତକାଲି ଜାମିନ ଦେଇଛନ୍ତି । ଏଣୁ ବାବା ମୁକୁଳିଲେ କଣ ନିର୍ବାସନ ଜୀବନ ବିତାଇବେ । ହାତରୁ ମହୁ ଝରିବନି । ବିଭୁୁତି ବାହାରିବନି । ଏଭଳି କିଛି ପ୍ରଶ୍ନ ଏବେ ସାରଥୀ ଭକ୍ତଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରଶ୍ନ ଉଠୁଛି, ସାରଥୀ କେନ୍ଦ୍ରାପଡା ଯିବାକୁ ଚାହିଁବେ ବା କୌଣସି ଅଜଣାସ୍ଥାନରେ ରହିବାକୁ ଚାହିଁବେ । କାରଣ ହାଇକୋର୍ଟ ବାରଣ କଲେ ବି ଭକ୍ତ ଭିଡ ଜମାଇବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । କବାଟ କିଳି ଜୀବନ ବିତାଇବା ତାଙ୍କ ପାଖେ ସମ୍ଭବ ନୁହେଁ । ଏହା ମଣିଷର ବଞ୍ଚିବାର ଅଧିକାର ଉପରେ ପ୍ରଶ୍ନ ଉଠାଇବ ।

ଏଣୁ କେନ୍ଦ୍ରାପଡା ଠାରୁ ଦୂରରେ ରହିବାକୁ ବାବା ଆଗ୍ରହ ଦେଖାଇବେ ନା କେନ୍ଦ୍ରାପଡାରେ ରହି ସାଧାରଣ ଜୀବନ ବିତାଇବାକୁ ଚାହିଁବେ, ତାହାକୁ ନେଇ ଉତ୍ସୁକତା ଦେଖାଗଲାଣି ।

ଉଲ୍ଲେଖଯୋଗ୍ୟ, ସୁର ବାବା ମଧ୍ୟ ଗିରଫ ହୋଇଥିଲେ । ମାତ୍ର ତାଙ୍କ କ୍ଷେତ୍ରରେ ଆଶ୍ରମ ଛାଡିବା ଲାଗି କୌଣସି କୋର୍ଟ ନିିର୍ଦେଶ ନାହିଁ । ଏଣୁ ସେ ଜେଲରୁ ଫେରିିବା ପରେ ସେଠାରେ ଅବସ୍ଥାନ କରୁଛନ୍ତି । ଏଯାଏ ତାଙ୍କ କାର୍ଯ୍ୟକଳାପ ସଂପର୍କରେ କୌଣସି ଆପତ୍ତି ଅଭିଯୋଗ ଆସିନାହିଁ ।

ଏବେ ସାରଥୀ ଜେଲରୁ ବାହାରିଲେ ବି ଅନୁରୂପ ଜୀବନ ବିତାଇବା ସମ୍ଭାବନା ଅଧିକ । ଅନ୍ୟଥା ସର୍ତ ଉଲ୍ଲଂଘନ କାରଣରୁ ତାଙ୍କୁ ଆଉଥରେ ଅଡୁଆ ପରିସ୍ଥିତି ସାମ୍ନା କରିବାକୁ ପଡିପାରେ ।

Leave A Reply

Your email address will not be published.