ପ୍ରମୁଖ ଖବର

ଭୁବନେଶ୍ୱରର ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରାବାସରେ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
ଅଣ୍ଡରୱେଟ୍ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ଖର୍ଚ୍ଚ, ପ୍ରତିଦିନ ମିଳିବ ୧୮ ଟଙ୍କାର ପୋଷଣ
ପିପିଲିରେ ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଜବତ
ଏସଟି, ଏସସି ଓ ଏସିବିସି ପାଇଁ ସଂରକ୍ଷଣ ବୃଦ୍ଧି, ୨୦୨୬-୨୭ରୁ ଲାଗୁ ହେବ ନୂଆ ନୀତି
ପୁଣି ବଢ଼ିଲା ବସ୍ ଭଡ଼ା, ଯାତ୍ରୀଙ୍କ ପକେଟକୁ ଝଟକା
ମଦର ଡେରୀର ନୂଆ ପଦକ୍ଷେପ: ମାଟିରେ ମିଶିଯିବ କ୍ଷୀର ପାଉଚ୍
ବିଜେପି ଛାଡ଼ିଲେ କେ. ଆନ୍ନାମଲାଇ, ଶୀଘ୍ର ଗଠନ କରିପାରନ୍ତି ନୂଆ ଆଞ୍ଚଳିକ ଦଳ

ମାନ୍ଦାବସ୍ଥା କ୍ଷତରେ ମଲମ ଲଗାଇଲେ ନିର୍ମଳା

0

ହୋଟେଲ ରହିବା ଆଉ ମହଙ୍ଗା ନୁହେଁ
ପର୍ଯ୍ୟଟନ ଶିଳ୍ପରେ ଉନ୍ନତି ଆସିପାରେ

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଉତ୍କଟ ମାନ୍ଦାବସ୍ଥାର ମୁକାବିଲା ଲାଗି ଆଜି ଗୋଟିଏ ଦିନରେ କେନ୍ଦ୍ର ସରକାର ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବାହ୍ନରେ କଂପାନି ଟିକସରେ ହ୍ରାସ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ ସନ୍ଧ୍ୟାରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ସମେତ ମୋଟର ଯାନ କ୍ଷେତ୍ରରେ ବଜାର ସ୍ଥିତିରେ ସୁଧାର ଲାଗି ଶୁଳ୍କ ରିହାତି ଦେଇଛନ୍ତି। ଆସନ୍ତା ଅକ୍ଟୋବର ପହିଲାରୁ ଏହା ଲାଗୁ ହେବ। ଗୋଆରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ହୋଇଛି। ଆସନ୍ତା ଅକ୍
କାର ଉପରେ ୧୨% ଟିକସ ରହାତି ଘୋଷଣା କରାଯାଇଛି। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ହୋଟେଲ ଭଡ଼ା ଉପରେ ଟିକସ କମିଛି। ୭୫୦୦ ଟଙ୍କାରୁ ଅଧିକ ମୂଲ୍ୟର ହୋଟେଲ ରୁମ୍‌ ପାଇଁ ଏବେ ୨୮ ପ୍ରତିଶତ ବଦଳରେ ୧୮ ପ୍ରତିଶତ ଜିଏସଟି ଆଦାୟ ହେବ। ୧୦୦୧ ଟଙ୍କାରୁ ୭୫୦୦ ଟଙ୍କା ମଧ୍ୟରେ ହୋଟେଲ ରୁମ୍‌ର ଜିଏସ୍‌ଟିକୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି। କିନ୍ତୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍‌କୁ ସମ୍ପୂର୍ଣ୍ଣ ଜିଏସଟି ମୁକ୍ତ କରାଯାଇଛି।
୧୦ରୁ ୧୩ ଜଣ ବସିବା ଭଳି କ୍ଷମତା ରଖୁଥିବା ୧୨୦୦ ସିସି ପେଟ୍ରୋଲ ଗାଡି ଉପରେ କ୍ଷତିପୂରଣ ସେସ୍‌କୁ ୧ ପ୍ରତିଶତକୁ କମାଇ ଦିଆଯାଇଛି। ୧୫୦୦ ସିସି କ୍ଷମତା ବିଶିଷ୍ଟ ଡିଜେଲ ଗାଡି କ୍ଷତିପୂରଣ ସେସ୍‌ ୩ ପ୍ରତିଶତକୁ ହ୍ରାସ ପାଇଛି। ଏହା ୧୫ ପ୍ରତିଶତ ରହିଥିଲା।
ହାତ ଓ ମେସିନ ତିଆରି ପଲିଥିନ୍ ବ୍ୟାଗ୍ ଉପରେ ୧୨ ପ୍ରତିଶତ ଜିଏସଟି ଆଦାୟ ହେବ। ଆସନ୍ତାବର୍ଷ ଭୁବନେଶ୍ବରରେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ ଅନୁଷ୍ଠିତ ହେବ। ଏଥିପାଇଁ ଫିଫା ସମେତ ଅନ୍ୟ ଏଜେନ୍ସିକୁ ସାମଗ୍ରୀ ଏବଂ ସେବା ଯୋଗାଣ ଉପରେ ଜିଏସଟି ଛାଡ଼ କରାଯାଇଛି।
କାଫେନ ଯୁକ୍ତ ପାନୀୟ ଉପରେ ଜିଏସଟି ୧୮ ପ୍ରତିଶତ ପରିବର୍ତ୍ତେ ୨୮ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଏପରିକି ଏହି ପାନୀୟ ଉପରେ ଅତିରିକ୍ତ ୧୨ ପ୍ରତିଶତ କ୍ଷତିପୂରଣ ସେସ୍ ଆଦାୟ ପାଇଁ ନିଷ୍ପତ୍ତି ନିଆଯାଇଛି। ଆଉଟଡୋର୍ କ୍ୟାଟରିଂ ଉପରେ ଟିକସ ହାର ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.