ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିଜେପୁର : ବିଜେଡି-ବିଜେପି ପ୍ରାର୍ଥୀ ଚୂଡାନ୍ତ, କଂଗ୍ରେସରୁ କିଏ?

0

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଆପାତତଃ ଚୂଡାନ୍ତ ହୋଇଛି । ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ଘୋଷଣା କରିପାରନ୍ତି ବୋଲି ଦଳର ଶୀର୍ଷ ନେତୃତ୍ୱ ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ବିଜେଡି ଏହି ଆସନରୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ । ଏ ନେଇ ହାଇକମାଣ୍ଡ ମନସ୍ଥିର କରିଛନ୍ତି ।

ସେପଟେ ବିଜେପିରେ ବି ପ୍ରାର୍ଥୀ ଚୟନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଯଦିଓ ଅଶୋକ ପାଣିଗ୍ରାହୀ, ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ପ୍ରାର୍ଥୀ ଦୌଡରେ ଅଛନ୍ତି, ତଥାପି ଏଠାରେ ଦଳ ସନତ ଗଡତିଆଙ୍କୁ ଆଉ ଥରେ ପ୍ରାର୍ଥୀ କରିବ । ଏ ନେଇ ଶୀର୍ଷ ନେତୃତ୍ୱ ମନସ୍ଥିର କରିଛନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ସହିତ ବି ଗତ ସାଧାରଣ ନିର୍ବାଚନରେ ସେ ୫୦ ହଜାରରୁ ଅଧିକ ଭୋଟ ପାଇଛନ୍ତି । ଏହାକୁ ଦଳ ଗମ୍ଭୀରତାର ସହିତ ବିଚାର କରୁଛି । ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ସାମ୍ନାର ରଖି ଦଳ ଏହି ଆସନରେ ବିଜେଡିକୁ ମୁକାବିଲା କରିବ ।

କଂଗ୍ରେସ ୫ଟି ନାମ ଉପରେ ବିଚାର ଆଲୋଚନା ଚଳାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୯ ଜଣିଆ କମିଟି ଦଳ ଗଠନ କରିଛି । ଏହି କମିଟି ବିଜେପୁରରୁ ଲଢିବା ପାଇଁ ଆବେଦନ କରିଥିବା ସବୁ ନେତାଙ୍କ ସଂପର୍କରେ ଅନୁଧ୍ୟାନ କରୁଛି । ଦିନେ ଦୁଇଦିନ ମଧ୍ୟରେ ଦଳ ନାମ ତାଲିକାରେ ଚୂଡାନ୍ତ ମୋହର ଦେବ । କିନ୍ତୁ ୨୦୧୮ ଉପନିର୍ବାଚନ ଓ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପ୍ରଦର୍ଶନ କରିଥିବା ପରିପ୍ରେକ୍ଷୀରେ ଏହି ଉପନିର୍ବାଚନ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଦଳ ଯଦି ଏଥର ଭଲ ପ୍ରଦର୍ଶନ ନ କରେ, ତେବେ ଆସନ୍ତା ଦିନରେ କଂଗ୍ରେସ ବିରୋଧରେ ଯେଉଁ ଜନମତ ସୃଷ୍ଟି ହେବ, ତାହା ଘାତକ ହୋଇପାରେ । ବିଶେଷକରି ଆସନ୍ତା ପୌର ନିର୍ବାଚନରେ କଂଗ୍ରେସରୁ ଲଝିବା ପାଇଁ ଆଉ କେହି ଆଗ୍ରହ କରିନପାରନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଦୁଇଟି ନିର୍ବାଚନରେ ଏହି ଆସନରେ ବିଜେପି ବିପୁଳ ଭୋଟରେ ଜିତିଛି । ବିଜେପି ଦୁଇ ନମ୍ୱର ସ୍ଥାନରେ ଥିଲା ଓ କଂଗ୍ରେସକୁ ତିନି ନମ୍ୱର ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।

Leave A Reply

Your email address will not be published.