ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

୫ଟି ତନାଘନା: ବ୍ୟବସ୍ଥା ନ ସୁଧାରିଲେ ବିପଦ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର କିଛି ମୁହୂର୍ତ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ପରିସରରୁ ଦଲାଲଙ୍କୁ ଗିରଫ କରିଥିଲା ପୁଲିସ । ଗତକାଲି ଆରଟିଓ ଓ ମେଡିକାଲ ପରିସରରୁ ୩୧ ଓ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରୁ ୪୪ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ପୁଲିସ ଡିଜି ବିଜୟ ଶର୍ମା ଜଣାଇଛନ୍ତି, ୩୧ ଜଣ ଦଲାଲଙ୍କୁ ଗିରଫ କରାଯାଇଛି, ଯେଉଁମାନଙ୍କ ମଧ୍ୟରୁ ୨୨ ଜଣ ଆରଟିଓ କାର୍ଯ୍ୟାଳୟରୁ ଗିରଫ ହୋଇଛନ୍ତି।
ପୁଲିସର ଏଭଳି ଧରପଗଡ ରାଜ୍ୟ ସରକାରଙ୍କୁ ଉଲ୍ଲସିତ କରୁଛି । ହେଲେ ସାଧାରଣରେ କିନ୍ତୁ ଏ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପ୍ରଶ୍ନ ଉଠିଲାଣି, ବ୍ୟବସ୍ଥାରେ ଘଳିଆ ଅଛି ବୋଲି ଦଲାଲ ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟରେ ପଶିଛନ୍ତି । ସରକାର ବ୍ୟବସ୍ଥାର ଉନ୍ନତି ପାଇଁ କିଛି ନ କରି ୫ଟି ଭାଷଣ ବାଜି କରିଦେଲେ କଣ ଲୋକେ ନ୍ୟାୟ ପାଇଯିବେ । ବେଶୀ ଦୂର ନ ଯାଇ କ୍ୟାପିଟାଲ ହସ୍ପିଟାଲ ଦେଖିଲେ ସରକାରଙ୍କ ଘୋଷଣା ଓ କାର୍ଯ୍ୟର ଅନ୍ତର ବୁଝାପଡିଯିବ । କ୍ୟାପିଟାଲ ହସ୍ପିଟାଲ ପଡୋଶୀ ହେଉଛନ୍ତି ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦା । ଗତ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଠାରୁ କେଇ ଫୁଟ ଦୂରରେ ରହୁଛନ୍ତି । ତା ସତ୍ତ୍ୱେ ବ୍ୟବସ୍ଥା କାହିଁକି ଭୁଶୁଡିପଡିଲା ଯେ ଦଲାଲ ପଶିଲେ।
ରୋଗୀମାନଙ୍କର କହିବା କଥା ହେଉଛି, ସରକାରଙ୍କ ଦୋଷ ଦୁର୍ବଳତା କାରଣରୁ ହିଁ ଏଭଳି ପରିସ୍ଥିତି ଉପୁଜିଥିଲା । ଯେତିକି ରୋଗୀ, ସେ ତୁଳନାରେ ଡାକ୍ତର ନାହାନ୍ତି । ସରକାର ଗୋଟିଏ ପଟେ ମାଗଣା ଚିକିତ୍ସା କଥା କହୁଛନ୍ତି, ଅନ୍ୟପଟେ ଗୋଟିଏ ଗୋଟିଏ ମେସିନ୍‍ ରଖାଯାଇଛି । ଜରୁରି ବା ଗୁରୁତର ରୋଗୀ କିଏ ଏକଥା କିଏ ଚିହ୍ନଟ କରିବ । ଏଣୁ ଦଲାଲ ପଶୁଛନ୍ତି ।
ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ଆରଟିଓ କାର୍ଯ୍ୟାଳୟ ସ୍ଥିତି ବି ସେମିତି । ଏତେ ପରେ ଆମ ବ୍ୟବସ୍ଥାରେ ଥିବା ବାବୁ ଓ କର୍ମଚାରୀମାନେ କମ୍ପ୍ୟୁଟରକୁ ନିଜର ସାଥୀ କରିପାରିଲେ ନାହିଁ । ଯଦି ପାସପୋର୍ଟ ବ୍ୟବସ୍ଥାକୁ ଅନୁକରଣ କରାଯିବ, ତେବେ ବ୍ୟବସ୍ଥାର ସରଳୀକରଣ ଆପେ ଜଣାପଡିଯିବ । ଦଲାଲ ବ୍ୟବସ୍ଥାର ସେଠାରେ ବିଲୋପ ଘଟିଛି । ଆଜି ଆରଟିଓ କାର୍ଯ୍ୟାଳୟକୁ ସରକାର ବ୍ୟବସ୍ଥିତ କରିପାରିଲେ ନାହିଁ । ସେଠାରୁ କେତେ ଦଲାଲଙ୍କୁ ପୁଲିସ ବାନ୍ଧିବ । ଏସବୁ କଥା ଶୁଣିବାକୁ ଭଲ ଲାଗୁଛି, କିନ୍ତୁ ବ୍ୟବସ୍ଥା ନ ସୁଧାରିବା ଯାଏ ଲୋକଙ୍କ ଦୁର୍ଦଶା ବଢିବ ଓ ଜନ ଅସନ୍ତୋଷ ବି । ସରକାରଙ୍କୁ ସୁଫଳ ମିଳିବନି, ବରଂ ବଦନାମ ହେବାର ଭୟ ରହିଛି । ସରକାର ଆଗ ପଦବି ପୂରଣ ଓ ବିଭିନ୍ନ ସେବାକୁ ସରଳୀକରଣ କରିବା ଉଚିତ୍‍ ବୋଲି ଏହି ମହଲ ମତ ରଖିଛନ୍ତି ।

Leave A Reply

Your email address will not be published.