ଭୁବନେଶ୍ୱର: କଟକର ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅଡୁଆରେ ପଡିଛନ୍ତି । ଏହି ମାମଲାଟି ଏବେ ନୂଆ ମୋଡ଼ ନେଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗଟି ପରୋକ୍ଷରେ ଆଭ୍ୟନ୍ତରୀଣ ବିଜେଡି କନ୍ଦଳ ଆଡକୁ ମୁହାଁଇଲାଣି । ଯେଉଁ ବ୍ୟକ୍ତିଙ୍କ ନାମରେ ଅନୁଭବ ଥାନାକୁ ଯାଇଛନ୍ତି, ସେ ଆଜି ଗଣମାଧ୍ୟମରେ ରଖିଥିବା ବୟାନ ଏମିତି ସଙ୍କେତ ଦେଉଛି ।
ପୁଲିସ ଡାକରା ପାଇ ଥାନାରେ ହାଜର ହେବା ପରେ ମଞ୍ଜିତ କହିଛନ୍ତି, ଅନୁଭବଙ୍କୁ ରାଜନୀତିରେ ଅନେକ କିଛି ଶିଖିବାକୁ ପଡିବ । ଅନୁଭବ ପୂର୍ବରୁ ରାଜ୍ୟସଭା ସାଂସଦ ଥିଲେ । ଏବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ସେ ସୁପରଷ୍ଟାରକିନ୍ତୁ ଦଳ ପିଲାଙ୍କୁ ନେଇ କେମିତି ଚାଲିବାକୁ ପଡିବ, ସେ ଶିଖିବା କଥା । ସେ କ୍ଷମତାର ଦୁରୁପଯୋଗ କରୁଛନ୍ତି ଓ ତାଙ୍କର ପଲଟିକାଲ କ୍ୟାରିଅର ଖତମ୍ କରିଦେବେ ବୋଲି ଧମକ ଦେଇଛନ୍ତି । ପୁଲିସ ଉପରେ ମୋର ବିଶ୍ୱାସ ଅଛି । ମୁଁ ଥାନାରେ ଏତଲା ଦେଇ ବିଜେଡିର ମାନ ସମ୍ମାନ ହାନି କରିବାକୁ ଚାହୁଁନାହିଁ ବୋଲି ମଞ୍ଜିତ ଆଜି କହିଛନ୍ତି ।
ମଞ୍ଜିତଙ୍କର ଏହି ବୟାନ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହେଲାଣି । ଅନୁଭବ ଆଜି ମଞ୍ଜିତ ଦେଇଥିବା ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
୩୦ ତାରିଖ ଦିନ ଅନୁଭବଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଜଣାପଡିଥିଲା ଯେ ନନ୍ଦୀ ସାହିର ମଦନ କୁମାର ଆସଙ୍କୁ ୨୯ ତାରିଖ ରାତିରେ କେତେ ଜଣ ଯୁବକ ମାଡ଼ ମାରିଥିଲେ । ସାଂସଦଙ୍କ ଘର ସାମ୍ନାରେ ଏଭଳି ଘଟଣା ଘଟିଥିଲା । ପାଟିତୁଣ୍ଡ ଶୁଣି ସାଂସଦ ଘର ବାହାରକୁ ଆସିଥିଲେ । ହେଲେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ସେ ଏ ସଂପର୍କରେ ପୁରୀ ଘାଟ ଥାନା ଆଇଆଇସି ରଶ୍ମୀରଂଜନ ସାହୁଙ୍କୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ପରେ ସାଂସଦ ସମସ୍ତଙ୍କୁ ଗିରଫ କରିବାକୁ କହିଥିଲେ । ହେଲେ ତାଙ୍କୁ ଲିଖିତ ଅଭିଯୋଗ କରିବାକୁ କୁହାଯାଇଥିଲା ବୋଲି ପୁଲିସ ଗଣମାଧ୍ୟମକୁ କହିଛି । ଆଉ ଏହାର କିଛି ଘଣ୍ଟା ପରେ ସାଂସଦଙ୍କ ଟ୍ୱିଟ୍କୁ ନେଇ ଚର୍ଚ୍ଚା ହୋଇଥିଲା ।
ସେପଟେ ମଦନ କରିଥିବା ଅଭିଯୋଗ ଅନୁଯାୟୀ, ମଞ୍ଜିତ, ମାନସ ଦତ୍ତ, ଚନ୍ଦନ ବେହେରା, ଦୀପଙ୍କର ସେନ ପ୍ରମୁଖ ତାଙ୍କୁ ଗାଳିଗୁଲଜ କରିଥିଲେ ଓ ତାଙ୍କ ସୁନା ଚେନ୍ ଛଡାଇ ନେଇଥିଲେ ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ