ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଇମ୍ରାନ ମିଛୁଆ, ଘୃଣ୍ୟ

0

ଜାତିସଂଘରେ ବିଶ୍ୱକୁ ଚମକାଇଲେ ଭାରତର ବୈଦେଶିକ ସଚିବ ବିଦିଶା
ପାକିସ୍ତାନର ୫୦ ମିନିଟ୍‍ର ଭାଷଣର ଜବାବ ମିଳିଲା ୫ ମିନିଟରେ
ବିନାଶକାରୀ ପରମାଣୁ ଆକ୍ରମଣର ଧମକ ଅସ୍ଥିରତାକୁ ପ୍ରଦର୍ଶନ କରୁଛି ରାଜନୈତିକ କୁଶଳତା ନୁହେଁ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁକୁ ଆଜି ଭାରତ ପୁଣି ଥରେ ମୁହଁ ତୋଡ଼ ଜବାବ ଦେଇଛି । ଦୀର୍ଘ ୫୦ ମିନିଟ୍‍ ଧରି ଭାରତ ବିରୋଧରେ ଯେତେସବୁ ଅଭିଯୋଗ ଇମ୍ରାନ ଆଣିଥିଲେ, ଭାରତ କନ୍ୟା ତଥା ଭାରତର ବୈଦେଶିକ ସଚିବ ବିିଦିଶା ମୈତ୍ରା ମାତ୍ର ୫ମିନିଟରେ ତାର ପ୍ରତିଜବାବ ଦେଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି । ଜାତିସଂଘର ଏହି ଘଟଣା ଆଜି ବିଶ୍ୱ ଦରବାରରେ ଭାରତର ମୁଣ୍ଡକୁ ପୁଣି ଥରେ ଉଚ୍ଚା କରିଛି । ଆଜି ଜାତିସଂଘରେ ବିଦିଶା କହିଥିଲେ, ଇମ୍ରାନ ଡାହା ମିଛୁଆ । ଆତଙ୍କବାଦର କାରଖାନା ପାଲଟିଥିବା ପାକିସ୍ତାନକୁ ବିଶ୍ୱ ଥରେ ଯାଇ ଦେଖି ଆସୁ ।
ବିଦିଶା କେମିତି ଶଦ୍ଦରେ ପାକିସ୍ତାନକୁ ପ୍ରତିଜବାବ ଦେଇଥିଲେ, ଭାରତର ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ତାର ଅବିକଳ ଭାଷାନ୍ତର ନିମ୍ନରେ ପ୍ରଦାନ କରାଗଲା ।

ସଭାପତି ମହୋଦୟ
୧. ପାକିସ୍ତାନର ପ୍ରଧାନମନ୍ତ୍ରୀ ଦ୍ୱାରା ଦିଆ ଯାଇଥିବା ବକ୍ତବ୍ୟର ଉତରରେ ଭାରତର ଅଧିକାର ଅନୁସାରେ ପ୍ରତି ଉତର ଦେବାକୁ ଏହି ମଂଚର ବ୍ୟବହାର କରୁଛି ।
୨. ଏହି ଗୁରୁତ୍ୱପୂର୍ଣ ମଂଚରୁ କୁହା ଯାଇଥିବା ପ୍ରତ୍ୟେକ ଶବ୍ଦ ଐତିହାସିକ ମହତ୍ୱକୁ ପ୍ରଦର୍ଶିତ କରିଥାଏ । ଦୁର୍ଭାଗ୍ୟର ବିଷୟ ଯେ ଆମେ ଆଜି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଶୁଣିଲୁ , ତାହା ହେଲା ବିଶ୍ୱକୁ ଅନେକ ଅର୍ଥରେ ଦୁଇ ଭାଗରେ ବିଭାଜିତ କରୁଛି – ଆମେ ବନାମ ସେ, ଧନୀ ବନାମ ଗରୀବ, ଉତର ବନାମ ଦକ୍ଷିଣ, ବିକଶିତ ବନାମ ବିକାଶଶୀଳ, ମୁସଲିମ ବନାମ ଅନ୍ୟ । ଏହା ଏକ ଏପରି ସ୍କ୍ରିପ୍ଟ ଯାହା ମିଳିତ ଜାତିସଂଘକୁ ବିଭାଜନକୁ ପ୍ରୋତ୍ସାହନ ପ୍ରଦାନ କରେ । ଏହା ମତଭେଦକୁ ଅଧିକ ବଢାଇବା ଓ ଘୃଣା ସୃଷ୍ଟି କରିବାର ଏକ ପ୍ରୟାସ ଥିଲା, ଯାହାକୁ ଆମେ ଗ୍ଧଘୃଣାସ୍ପଦ ଭାଷଣଗ୍ଦ ବୋଲି କହି ପାରିବା ।
୩. ମିଳିତ ଜାତିସଂଘର ସାଧାରଣ ସଭାରେ କୂଟନୀତି କ୍ଷେତ୍ରରେ ଏହି ପ୍ରକାରରେ କେହି ଏହି ମଂଚର ଦୁରୁପଯୋଗ କରିଥିବା ଏହା ପୂର୍ବରୁ କେବେ ହେଲେ ଅନୁଭବ କରା ଯାଇ ନ ଥିଲା । ଏଥିରେ ନରସଂହାର, ରକ୍ତ ହୋଲି, ଜାତୀୟ ପ୍ରମୁଖତା, ବଂଧୁକ ମୂନରେ ଶେଷ ଯାଏ ଲଢେଇ ଲଢିବାର କଥା କୁହା ଯାଇଥିଲା । ଏଥିରେ ମଧ୍ୟକାଳୀନ ବିଚାରର ଝଲକ ଏକ ବିଂଶ ଶତାବ୍ଦୀରେ ମଧ୍ୟ ଦେଖିବାକୁ ମିଳିଛି ।
୪. ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବକ୍ତବ୍ୟରେ ବିନାଶକାରୀ ପରମାଣୁ ଆକ୍ରମଣର ଧମକ ତାଙ୍କର ଅସ୍ଥିରତାକୁ ସ୍ପଷ୍ଟ କରୁଛି, ରାଜନୈତିକ କୁଶଳତା ନୁହେଁ ।
୫. ଆତଙ୍କବାଦ ଶିଳ୍ପ ମାଧ୍ୟମରେ ନିଜର ଅସ୍ତିତ୍ୱ ସ୍ଥାପିତ କରିଥିବା ଦେଶର ନେତୃତ୍ୱରୁ ଆସିଥିବା ଶବ୍ଦ ଭଳି ଲାଗୁଛି ଏହା ଲାଗୁଛି । ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଦ୍ୱାରା ଆତଙ୍କବାଦର ସମର୍ଥନ କରିବା ମାନବିକତାକୁ ଲଜ୍ଜିତ କରିବା ଓ ଘୃଣା ଉଦ୍ରେକ କରିବା ସହ ଭଳି ।
୬. କେବେ କ୍ରିକେଟ ଭଳି ସୁସଭ୍ୟ କୁହା ଯାଉଥିବା ଖେଳର ଖେଳାଳୀଙ୍କର ଭାଷା ସ୍ପଷ୍ଟ କରୁଛି ଯେ ସେ ଏବେ ବନ୍ଧୁକ ଓ ବାରୁଦର ବିଚାରରେ ବିଶ୍ୱାସ କରୁଛନ୍ତି ।
୭. ଏବେ ଇମରାନ ଖାନ ମିଳିତ ଜାତିସଂଘର ପର୍ଯ୍ୟବେକ୍ଷକ ମାନଙ୍କୁ ପାକିସ୍ତାନ ଆସି ସେଠାରେ ଆତଙ୍କବାଦୀ ମାନଙ୍କର ଉପସ୍ଥିତି ସମ୍ପର୍କରେ ଜାଂଚ କରିବାର ପ୍ରସ୍ତାବ ଦେଲେ କଣ ବିଶ୍ୱ ତାଙ୍କ ଉପରେ ବିଶ୍ୱାସ କରିବ ।
୮. ଏଠାରେ କିଛି ପ୍ରଶ୍ନ ଉଠୁଛି ଯାହାର ଜବାବ ପାକିସ୍ତାନ ଠାରୁ ଆଶା କରା ଯାଏ ।
ବ୍ଧ କଣ ପାକିସ୍ତାନ ଏହାର ପୁଷ୍ଟି କରି ପାରିବ ଯେ ମିଳିତ ଜାତିସଂଘ ଦ୍ୱାରା ଘୋଷଣା କରା ଯାଇଥିବା ୧୩୦ ଜଣ ଆତଙ୍କବାଦୀ ଓ ୨୫ ଆତଙ୍କବାଦୀ ସଂଗଠନ ତାଙ୍କ ଦେଶର ନୁହନ୍ତି ?
ବ୍ଧ କଣ ପାକିସ୍ତାନ ଏହାକୁ ସ୍ୱୀକାର କରି ପାରିବ ଯେ ସେ ବିଶ୍ୱର ଏକ ମାତ୍ର ଦେଶ ଯିଏ ଦା- ଏସ ଓ ଅଲକାୟଦା ଭଳି ସଂଗଠନର ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମାନଙ୍କୁ ପେନସନ ପ୍ରଦାନ କରିଥାଏ?
ବ୍ଧ କଣ ପାକିସ୍ତାନ ଏହା ବୁଝାଇ ପାରିବ ଯେ ନ୍ୟୁୟର୍କ ସ୍ଥିତ ପାକିସ୍ତାନୀ ହବିବ ବ୍ୟାଙ୍କକୁ ନିଜର କାରବାର କାହିଁକି ବନ୍ଦ କରିବାକୁ ପଡିଥିଲା, ଯାହା ଉପରେ ଆତଙ୍କବାଦୀ ଫଣ୍ଡିଂ କାରଣରୁ ଭାରୀ ଜୋରିମାନା ଲଗା ଯାଇ ସାରିଥିଲା ?
ବ୍ଧ କଣ ପାକିସ୍ତାନ ଏହି କଥାକୁ ଅସ୍ୱୀକାର କରି ପାରିବ ଯେ ଫାଇନାନ୍ସିଆଲ ଟାସ୍କ ଫୋର୍ସ ତାକୁ ୨୭ଟି ମାପଦଣ୍ଡ ମଧ୍ୟରୁ ଅତି କମରେ ୨୦ଟି ମାପଦଣ୍ଡ ଉପରେ ନୋଟିସରେ ରଖିଛି ?
ବ୍ଧ କଣ ଇମରାନ ଖାନ ଏହି କଥାକୁ ଅସ୍ୱୀକାର କରି ପାରିବେ ଯେ ପାକିସ୍ତାନ ସବୁ ବେଳେ ଆନ୍ତର୍ଜାତିକ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ ସୁରକ୍ଷା କବଚ ଭାବେ ଠିଆ ହୋଇଥିଲା ।
ସଭାପତି ମହୋଦୟ
୯. ଘୃଣିତ ଭାଷଣ ଓ ଆତଙ୍କକୁ ନିଜ ସମାଜର ମୁଖ୍ୟଧାରା ରେ ପରିବର୍ତିତ କରିଥିବା ପାକିସ୍ତାନ ଏବେ ମାନବିକ ଅଧିକାରର ନୂଆ ନାୟକ ହେବାର ଡ୍ରାମା କରୁଛି ।
୧୦. ଏହା ଏପରି ଏକ ଦେଶ ଯେଉଁଠାରେ ସଂଖ୍ୟାଲଘୁଙ୍କ ସଂଖ୍ୟା ୧୯୪୭ ମସିହାରେ ୨୩ ପ୍ରତିଶତ ଥିଲା ଯାହା ଏବେ ହ୍ରାସ ପାଇ ୩ ପ୍ରତିଶତରେ ପହଂଚି ସାରିଛି । ପାକିସ୍ତାନରେ ଖ୍ରିଷ୍ଟିଆନ, ସିଖ, ଅହମଦିଆ, ହିନ୍ଦୁ, ଶିଆ ପଶ୍ଚୁନ, ସିନ୍ଧି, ବଲୋଚ ମାନଙ୍କୁ ଇଶ ନିନ୍ଦା ଆଇନ ଜରିଆରେ ପ୍ରତାରଣା ଦିଆ ଯାଉଛି ଓ ସେମାନଙ୍କୁ ବଳପୂର୍ବକ ଧର୍ମାନ୍ତରଣ କରା ଯାଉଛି ।
୧୧. ପାକିସ୍ତାନ ମାନବିକ ଅଧିକାରର କଥା କହିବ ପର୍ବତରେ ରହୁଥିବା ମାରଖୋର ଛେଳି ସହ ସମାନ ଯାହାଙ୍କ ସଂଖ୍ୟା ଏବେ ଧୀରେ ଧୀରେ କମିବାରେ ଲାଗିଛି ।
୧୨. ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଆଜି ନରସଂହାର ଆଜିର ଏହି ପ୍ରଜାତାନ୍ତ୍ରିକ ପ୍ରଗତିଶୀଳ ଯୁଗରେ ପ୍ରାସଙ୍ଗିକ ନାହିଁ । ତେଣୁ ଆପଣଙ୍କୁ ଅନୁରୋଧ କରା ଯାଉଛି ଯେ ଆପଣ ଇତିହାସ ଆଧାରିତ ବୁଝିବାକୁ ଟିକେ ଠିକ କରନ୍ତୁ । ଆପଣ ଆପଣଙ୍କ ଦେଶ ଦ୍ୱାରା ଓ ନିଜ ଲୋକଙ୍କ ଉପରେ ୧୯୭୧ ମସିହାରେ କରା ଯାଇଥିବା ନରସଂହାରକୁ ଭୁଲନ୍ତୁ ନାହିଁ । ଯାହାକୁ ଲେଫ୍ଟିନେଂଟ ଜେନେରାଲ ଏ.କେ ଖାନ ନିଆଜି କରିଥିଲେ । ଏହା ଏକ ଐତିହାସିକ ସତ୍ୟ ଯାହାକୁ ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଆଜି ଦିନ ବେଳର ଅଧିବେଶନର ମିଳିତ ଜାତିସଂଘରେ ଉଲ୍ଲେଖ କରିଛନ୍ତି ।
ସଭାପତି ମହୋଦୟ
୧୩. ଭାରତର ଏକ ରାଜ୍ୟ ଜାମ୍ମୁ କାଶ୍ମୀରର ବିକାଶ ଓ ଦେଶର ଏକତାରେ ବାଧକ ହେଉଥିବା ପୁରୁଣା ବ୍ୟବସ୍ଥାକୁ ହଟା ଯିବା ଉପରେ ପାକିସ୍ତାନର ପ୍ରତିକ୍ରିୟା ଦର୍ଶାଉଛି ଯେ,ସବୁବେଳେ ଯୁଦ୍ଧ ମଧ୍ୟରେ ରହୁଥିବା ଏକ ଦେଶ କେବେ ହେଲେ ଶାନ୍ତିର କିରଣକୁ ସ୍ୱାଗତ କରିବ ନାହିଁ ।
୧୪. ପାକିସ୍ତାନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଓ ଘୃଣାକୁ ପ୍ରସାର କରିବାର ବିଚାର ରଖିଥିବା ବେଳେ ଭାରତ ନିଜ ରାଜ୍ୟ ଜାମ୍ମୁ କାଶ୍ମୀରରେ ବିକାଶକୁ ପ୍ରୋତ୍ସାହନ ଦେଉଛି ।
୧୫. ଜାମ୍ମୁ କାଶ୍ମୀର ଓ ଲଦାଖକୁ ମୁଖ୍ୟ ଧାରାରେ ଯୋଡି ବିକଶିତ କରିବା ହିଁ ଭାରତର ବଢୁଥିବା ପ୍ରଜାତାନ୍ତ୍ରିକ ବ୍ୟବସ୍ଥାର ସଂକଳ୍ପ ଅଟେ । ଯେଉଁ ଠାରେ ବିବିଧତା, ବହୁବାଦ ଓ ସହିଷ୍ଣୁତା ସମାଜରେ ସମାହିତ ହୋଇ ରହିଛି ।
୧୬. ଭାରତର ନାଗରିକଙ୍କ ପାଇଁ ନିଜ ପକ୍ଷରୁ କହିବା ପାଇଁ ଆଉ କାହାର ଆବଶ୍ୟକତା ନାହିଁ । ଅତି କମରେ ତାଙ୍କର ତ ବିଲକୁଲ ନାହିଁ ଯିଏ ଘୃଣାର ବିଚାରଧାରା ଜରିଆରେ ଆତଙ୍କବାଦର ଶିଳ୍ପ ଠିଆ କରିଛି ।
ସଭାପତି ମହୋଦୟ , ଧନ୍ୟବାଦ ।

Leave A Reply

Your email address will not be published.