ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

ତଥାପି ଓଡିଶା ବିଧାନସଭା ବହୁ ପଛରେ!

0

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ରେକର୍ଡ଼ ଭୋଟ ବ୍ୟବଧାନରେ ଜିତିଥିବା ରୀତା ସାହୁ ଆଜି ସକାଳେ ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭା କାର୍ଯ୍ୟାଳୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଶପଥ କରାଇଥିଲେ। ଶ୍ରୀମତୀ ସାହୁଙ୍କୁ ମିଶାଇ ବିଧାନସଭାରେ ମହିଳା ସଦସ୍ୟାଙ୍କ ସଂଖ୍ୟା ୧୫ରେ ପହଁଚିଛି। ନିକଟରେ ଶେଷ ହୋଇଥିବା ଏହି ଉପନିର୍ବାଚନରେ ରୀତା ଓଡିଶା ଇତିହାସରେ ସବୁଠାରୁ ଅଧିକ ତଥା ରେକର୍ଡ ୯୭ହଜାର ରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ପଞ୍ଚଦଶ ବିଧାନସଭା ଅର୍ଥାତ ୨୦୧୪ ନିର୍ବାଚନରେ ଓଡିଶା ବିଧାନସଭାକୁ ୧୧ ଜଣ ମହିଳା ନିର୍ବାଚିତ ହୋଇଥିଲେ। ଏଥିରୁ ବିଜେଡିରୁ ୧୦ ଓ ବିଜେପିରୁ ଜଣେ ଥିଲେ। ଏଥର ବିଜେପିରୁ କେବଳ ଜଣେ ମହିଳା କୁସୁମ ଟେଟେ ପ୍ରତିନିଧିତ୍ୱ କରୁଛନ୍ତି ଓ ବାକି ୧୪ଜଣ ବିଜେଡ଼ି ବିଧାୟିକା।

ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୩% ମହିଳା ପ୍ରତିନିଧିଙ୍କ କଥା କହିଥିଲେ। ବିଜେଡି ୭ ଜଣ ମହିଳାଙ୍କୁ ଟିକେଟ ଦେଇଥିଲା। ସେଥିରୁ ୬ଜଣ ଜିତିଥିଲେ। ବିଜେପିର ଅପରାଜିତା ଷଡଙ୍ଗୀଙ୍କୁ ମିଶାଇଲେ ଓଡିଶାରୁ ୭ ମହିଳା ଏବେ ସଂସଦରେ ପ୍ରତିନିଧିତ୍ଵ କରୁଛନ୍ତି। ବିଧାନସଭାରେ ୩୩% କରିବାକୁ ହେଲେ ଆଉ ୩୦ ଆସନରୁ ମହିଳା ପ୍ରତିନିଧି ଜିତିବା ଦରକାର।

Leave A Reply

Your email address will not be published.