ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଥାନା ହାଜତରୁ କେମିତି ଖସିଗଲା ଦୁର୍ଦାନ୍ତ ଡକାୟତ, କେମିତି ଜାଣନ୍ତୁ

0

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଥାନା ହାଜତରୁ ଜଣେ ଅଟକ ଥିବା ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ପାପଡାହାଣ୍ଡି ଥାନାର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିସ୍ରା ଯିବା ବାହାନା କରି ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଇଉଛି ଅଭିଯୁକ୍ତ।

ଫେରାର ଅଭିଯୁକ୍ତର ନା ଅରୁଣ ହରିଜନ ବୋଲି ଜଣା ପଡ଼ିଛି।ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ନେଇ ଗତ କାଲି ଠାରୁ ଅଟକ ରଖିଥିଲା ପାପଡାହାଣ୍ଡି ପୋଲିସ। ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣକ ତେନ୍ତୁଳିଖୁଣ୍ଟି ବ୍ଲକ ପଠାନଗୁଡା ଗାଁର।

ଥାନାରେ ପୋଲିସ ଥିବାବେଳେ କେଉଁ ପରିସ୍ଥିତିରେ ଅଭିଯୁକ୍ତ ଖସିଗଲା ନା ତାକୁ କେହି ଖସାଇ ଦେଲା ତାହା ଏକ ବଡ ତଦନ୍ତକୁ ଅପେକ୍ଷା କରୁଛି। ନିକଟରେ ଜେଲ ଜନିତ ଅପରାଧ ବୃଦ୍ଧି ପାଇଥିବା ଦେଖା ଯାଇଥିଲା। ସେଥିରେ ସୁଧାର ଆସିବା ବେଳେ ଥାନାର ଏ ଘଟଣା ସାମ୍ନାକୁ ଆସିଛି।

Leave A Reply

Your email address will not be published.