ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଥାନା ହାଜତରୁ କେମିତି ଖସିଗଲା ଦୁର୍ଦାନ୍ତ ଡକାୟତ, କେମିତି ଜାଣନ୍ତୁ

0

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଥାନା ହାଜତରୁ ଜଣେ ଅଟକ ଥିବା ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ପାପଡାହାଣ୍ଡି ଥାନାର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିସ୍ରା ଯିବା ବାହାନା କରି ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଇଉଛି ଅଭିଯୁକ୍ତ।

ଫେରାର ଅଭିଯୁକ୍ତର ନା ଅରୁଣ ହରିଜନ ବୋଲି ଜଣା ପଡ଼ିଛି।ଏକ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ନେଇ ଗତ କାଲି ଠାରୁ ଅଟକ ରଖିଥିଲା ପାପଡାହାଣ୍ଡି ପୋଲିସ। ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣକ ତେନ୍ତୁଳିଖୁଣ୍ଟି ବ୍ଲକ ପଠାନଗୁଡା ଗାଁର।

ଥାନାରେ ପୋଲିସ ଥିବାବେଳେ କେଉଁ ପରିସ୍ଥିତିରେ ଅଭିଯୁକ୍ତ ଖସିଗଲା ନା ତାକୁ କେହି ଖସାଇ ଦେଲା ତାହା ଏକ ବଡ ତଦନ୍ତକୁ ଅପେକ୍ଷା କରୁଛି। ନିକଟରେ ଜେଲ ଜନିତ ଅପରାଧ ବୃଦ୍ଧି ପାଇଥିବା ଦେଖା ଯାଇଥିଲା। ସେଥିରେ ସୁଧାର ଆସିବା ବେଳେ ଥାନାର ଏ ଘଟଣା ସାମ୍ନାକୁ ଆସିଛି।

Leave A Reply

Your email address will not be published.