ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦିନକ ପରେ ପୁଣି ହଜିବ ଶୀତ, ଦକ୍ଷିଣକୁ ବର୍ଷା ଭୟ

0

ଭୁବନେଶ୍ବର: ଦୀର୍ଘ ଦିନ ପରେ ପାଗରେ ପରିବର୍ତନ ଆସିଛି। ସମଗ୍ର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଲୋକେ ଶୀତ ଅନୁଭବ କରିଛନ୍ତି। ବାଲିଗୁଡା -ଦାରିଙ୍ଗବାଡି ର ତାପମାତ୍ରା ୭ ଡିଗ୍ରି ରହିଥିବା ସୂଚନା ମିଳିଛି। ସେହିଭଳି ବାଲିଗୁଡା ୯ ଡିଗ୍ରି ରେକର୍ଡ କରାଯାଇଛି। ଶୁକ୍ରବାର ତାପମାତ୍ରା ମଧ୍ୟ ୨ଡିଗ୍ରି କମିିବାର ସମ୍ଭାବନା ଅଧିକ।

ହେଲେ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି, ଶୀତର ପରସ ଆଉ ୨୪ ଘଣ୍ଟା ପରେ ହଜିଯିବ। ଅର୍ଥାତ୍ ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ ବଢିବା ବଦଳରେ କମିବ। କେବଳ ସେତିକି ନୁହେଁ, ଆସନ୍ତା ୮ ତାରିଖ ପରେ ପାଣିପାଗରେ ପରିବର୍ତନ ଆସିବ।

ବିଭିନ୍ନ ମଡେଲ୍ ଅନୁଧ୍ୟାନ ପରେ ସୂଚନା ମିଳୁଛି ଯେ ୮ରୁ ୧୧ ତାରିଖ ମଧ୍ୟରେ ଆକାଶ କିଛି ପରିମାଣରେ ମେଘୁଆ ରହିବ। ଦକ୍ଷିଣ ଓଡ଼ିଶା ବିଶେଷକରି ମାଲକାନଗିରି, କୋରାପୁଟ ଆଦି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ।

ଶୀତ ଅନୁଭୂତ ହେବାପରେ ଦାରିଙ୍ଗିବାଡିରେ ଦୁଇ ଦିନ ହେଲା ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିଲା। ପାଣିପାଗର ପରିବର୍ତନ ପରେ ପର୍ଯ୍ୟଟନ ବଜାର ଉପରେ ବଡ଼ ପ୍ରଭାବ ପଡିବ। ପାଣିପାଗବିତଙ୍କ ମନରେ ୨୦୧୬ ପରେ ଅର୍ଥାତ୍ ପ୍ରାୟ ୩ ବର୍ଷ ପରେ ଏଥର ବି ଉଷ୍ମ ଡିସେମ୍ବର ହେବ। ଅର୍ଥାତ୍ ଶୀତ ଡିସେମ୍ବରରେ ସେଭଳି ହେବନି, ଯେମିତି ହେବା କଥା। ଏହି ସମୟରେ ସମଗ୍ର ଓଡ଼ିଶାର ଜାଡରେ ଥରିବା କଥା। ମାତ୍ର ସେଭଳି ପରିସ୍ଥିତି ଏଯାଏ ସୃଷ୍ଟି ହୋଇନାହିଁ।

Leave A Reply

Your email address will not be published.