ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଦିନକ ପରେ ପୁଣି ହଜିବ ଶୀତ, ଦକ୍ଷିଣକୁ ବର୍ଷା ଭୟ

0

ଭୁବନେଶ୍ବର: ଦୀର୍ଘ ଦିନ ପରେ ପାଗରେ ପରିବର୍ତନ ଆସିଛି। ସମଗ୍ର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଲୋକେ ଶୀତ ଅନୁଭବ କରିଛନ୍ତି। ବାଲିଗୁଡା -ଦାରିଙ୍ଗବାଡି ର ତାପମାତ୍ରା ୭ ଡିଗ୍ରି ରହିଥିବା ସୂଚନା ମିଳିଛି। ସେହିଭଳି ବାଲିଗୁଡା ୯ ଡିଗ୍ରି ରେକର୍ଡ କରାଯାଇଛି। ଶୁକ୍ରବାର ତାପମାତ୍ରା ମଧ୍ୟ ୨ଡିଗ୍ରି କମିିବାର ସମ୍ଭାବନା ଅଧିକ।

ହେଲେ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ କହୁଛି, ଶୀତର ପରସ ଆଉ ୨୪ ଘଣ୍ଟା ପରେ ହଜିଯିବ। ଅର୍ଥାତ୍ ଆସନ୍ତାକାଲିଠାରୁ ରାଜ୍ୟରେ ଶୀତ ବଢିବା ବଦଳରେ କମିବ। କେବଳ ସେତିକି ନୁହେଁ, ଆସନ୍ତା ୮ ତାରିଖ ପରେ ପାଣିପାଗରେ ପରିବର୍ତନ ଆସିବ।

ବିଭିନ୍ନ ମଡେଲ୍ ଅନୁଧ୍ୟାନ ପରେ ସୂଚନା ମିଳୁଛି ଯେ ୮ରୁ ୧୧ ତାରିଖ ମଧ୍ୟରେ ଆକାଶ କିଛି ପରିମାଣରେ ମେଘୁଆ ରହିବ। ଦକ୍ଷିଣ ଓଡ଼ିଶା ବିଶେଷକରି ମାଲକାନଗିରି, କୋରାପୁଟ ଆଦି ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ।

ଶୀତ ଅନୁଭୂତ ହେବାପରେ ଦାରିଙ୍ଗିବାଡିରେ ଦୁଇ ଦିନ ହେଲା ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିଲା। ପାଣିପାଗର ପରିବର୍ତନ ପରେ ପର୍ଯ୍ୟଟନ ବଜାର ଉପରେ ବଡ଼ ପ୍ରଭାବ ପଡିବ। ପାଣିପାଗବିତଙ୍କ ମନରେ ୨୦୧୬ ପରେ ଅର୍ଥାତ୍ ପ୍ରାୟ ୩ ବର୍ଷ ପରେ ଏଥର ବି ଉଷ୍ମ ଡିସେମ୍ବର ହେବ। ଅର୍ଥାତ୍ ଶୀତ ଡିସେମ୍ବରରେ ସେଭଳି ହେବନି, ଯେମିତି ହେବା କଥା। ଏହି ସମୟରେ ସମଗ୍ର ଓଡ଼ିଶାର ଜାଡରେ ଥରିବା କଥା। ମାତ୍ର ସେଭଳି ପରିସ୍ଥିତି ଏଯାଏ ସୃଷ୍ଟି ହୋଇନାହିଁ।

Leave A Reply

Your email address will not be published.