ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଏବେ କମିବନି ପିଆଜ ଯନ୍ତ୍ରଣା

0

ଭୁବନେଶ୍ବର: ଏଇ ସପ୍ତାହ ବା ଆସନ୍ତା ୧୫ ଦିନ ମଧ୍ୟରେ ପିଆଜ ଯନ୍ତ୍ରଣା କମିବାର ପ୍ରଶ୍ନ ଉଠୁନାହିଁ। ଆଜି ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମନ୍ତବ୍ୟ ପରେ ଲୋକଙ୍କୁ ଏ ନେଇ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ହେବ। ଜାନୁଆରି ବେଳକୁ ସ୍ଥିତିରେ ସୁଧାର ଆସିପାରେ।

ଆଜି ରାଜ୍ୟ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ କହିଛନ୍ତି, ପିଆଜ ଯନ୍ତ୍ରଣା ଏବେ କମିବା ସମ୍ଭାବନା ନାହିଁ। ସାରା ଦେଶରେ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଓଡ଼ିଶାରେ ସ୍ଥିତି ଆହୁରି ଗମ୍ଭୀର। ୩ ଟନ୍ ବଦଳରେ ୧୫ କ୍ବିଣ୍ଚାଲ ପିଆଜ ହୋଇଛି। ଆସନ୍ତା ମାସ ପ୍ରଥମ ସପ୍ତାହ ବେଳକୁ ଦାମ କମିବାର ସମ୍ଭାବନା ଅଧିକ।

ମନ୍ତ୍ରୀ କହିଛନ୍ତି, 12 ଲକ୍ଷ ମେଟ୍ରିକ୍ ଟନ୍ ଦେଶର ଦୈନିକ ପିଆଜ ଆବଶ୍ୟକତା। ୧ ଲକ୍ଷ ମେଟ୍ରିକ ଟନ୍ ପିଆଜ ସରକାର ବିଦେଶରୁ ଆଣିଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। କେନ୍ଦ୍ର ଚାଷୀଙ୍କୁ ପ୍ରୋତ୍ସାହନ ଦେବା କଥା। ଅଧିକ ପିଆଜ ଚାଷ ପାଇଁ ସୁବିଧା ଦେବାକୁ ହେବ। ଏହି ବର୍ଷ ୨୬ ପ୍ରତିଶତ କମ ଚାଷ ହୋଇଛି ଓଡ଼ିଶାରେ। ଏହା ଜାତୀୟ ବିପର୍ଯୟ।

କଂଗ୍ରେସକୁ ତାତ୍ସଲ୍ୟ କରି ମନ୍ତ୍ରୀ କହିଥିଲେ, ସେମାନେ ଯେମିତି ପିଆଜ ବିକ୍ରି କଲେ, ତାହା ସ୍ଥାୟୀ ସମାଧାନ ନୁହେଁ। ଲୋକଙ୍କ ପାଖରେ ସମସ୍ୟା ପହଂଚାଉଛନ୍ତି ତାହା ଠିକ। ୩୦ କିଲୋ ପିଆଜ ବିକ୍ରି କରି ଚୁପ ବସିଲେ।

Leave A Reply

Your email address will not be published.