ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଧର୍ମେନ୍ଦ୍ରଙ୍କ ଅନୁଗତ ହେବେ ସଭାପତି!

0

ଭୁବନେଶ୍ବର: ଆସନ୍ତା ୨୦ ତାରିଖ ବେଳକୁ ରାଜ୍ୟ ବିଜେପି ନୂଆ ମୁଖିଆ ନିଯୁକ୍ତ ହେବେ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯଦିଓ ସାଗଂଠନିକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ଏହି ନିର୍ବାଚନ ହେବ ବା ସଭାପତି ବଛାଯିବେ, କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାହା ନାମ ଉପରେ ସୁପାରିସ କରିବେ, ତାକୁ ନେଇ ଏହି କାର୍ଯ୍ୟକ୍ରମ ଆଗକୁ ବଢିବ। ଦଳର ବର୍ତମାନ ଉପସଭାପତି ସମୀର ମହାନ୍ତିଙ୍କ ନାମ ଏ କ୍ଷେତ୍ରରେ ଆଗରେ ରହିଥିବା କୁହାଯାଉଛି। କିନ୍ତୁ ତାଙ୍କ ବ୍ୟତୀତ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କନକ ବର୍ଧନ ସିଂହଦେଓ ପ୍ରମୁଖଙ୍କ ନାମ ବି ଚର୍ଚ୍ଚା ଆଲୋଚନାରେ ରହିଛି।

ବିଜେପିରେ ସଭାପତି ହେବା ଲାଗି ଆହୁରି ଅନେକ ନେତା ଆଶାୟୀ ଅଛନ୍ତି।କିନ୍ତୁ ସହମତି ଭିତ୍ତିରେ ସଭାପତି ଚୟନ କରିବାକୁ ନେତାମାନେ ପୂର୍ଣ୍ଣ ପ୍ରୟାସ କରିବେ। କାରଣ ସଭାପତି କେବଳ ଦଳର ଆଭ୍ୟନ୍ତରୀଣ ଶୃଙ୍ଖଳା ଦେଖିବେ ତା ନୁହେଁ, ଏବେ କେନ୍ଦ୍ରୀୟ ସମୀକରଣ ସୂତ୍ରରେ ବିଜେଡି ସହିତ ଏକପ୍ରକାର ବନ୍ଧୁତାର ସଂପର୍କ ରହିବ। ସଭାପତି ଭାବେ ଯିଏ ଦାୟିତ୍ବ ନେବେ, ସେ ମହାନଗର ନିଗମ, ପୌର ନିର୍ବାଚନ ସହିତ ପଞ୍ଚାୟତ ନିର୍ବାଚନ ଦାୟିତ୍ବ ମଧ୍ୟ ତୁଲାଇବେ। ଏଣୁ କେବଳ ଅନୁଗତ ହେଲେ ହେବ ନାହିଁ, ଯିଏସବୁ ପ୍ରକାର ସ୍ଥିତି ସାମ୍ନା କରିବ ଓ ବିଶେଷ ଧର୍ଯ୍ୟବାନର ଅଧିକାରୀ ହୋଇଥିବେ, ସେ କେବଳ ଏହି ଦାୟିଚ୍ବ ନେଇପାରିବେ ବୋଲି ରାଜନୈତିକ ମହଲର ମତ। ଏବେ ରାଜ୍ୟ ବିଜେପିରେ ଯେତେ ଗୋଷ୍ଠୀ ଯେତେ ପ୍ରଭାବୀ ହୁଅନ୍ତୁ ନା କାହିଁକି କେନ୍ଦ୍ରମନ୍ତ୍ରୀଙ୍କ ପ୍ରଭାବ ରହିବ ହିଁ ରହିବ। ଏଣୁ ତାଙ୍କୁ ଛାଡି ଏହି ନିର୍ବାଚନ ଆଗେଇବା କଷ୍ଟସାଧ୍ୟ ବୋଲି ଏହି ମହଲର ମତ। ଅନ୍ୟପକ୍ଷରେ ବିଜୟ ମହାପାତ୍ର ପ୍ରମୁଖଙ୍କ ଭଳି ବରିଷ୍ଠ ନେତାଙ୍କ ସହିତ ଔପଚାରିକ ଆଲୋଚନା ବି ହେବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ଗତ ଜୁଲାଇ ୬ରୁ ବିଜେପିର ସଂଗଠନ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମୁଦାୟ ୩୭ହଜାର ବୁଥ୍ ମଧ୍ୟରୁ ୨୪,୫୩୫ରେ ନିର୍ବାଚନ ସରିଯାଇଛି। ୧୦୦୪ମଣ୍ଡଳରୁ ୯୦୦ରୁ ଅଧିକ ମଣ୍ଡଳରେ ମଧ୍ୟ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ଆସନ୍ତା ୧୪, ୧୫, ୧୬ରେ ଜିଲ୍ଲା କମିଟି ପାଇଁ ନିର୍ବାଚନ ହେବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ୨ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ। ୩୫ଜିଲାରେ ମଣ୍ଡଳ ନିର୍ବାଚନ ସରିଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ଜଣେ ଜଣେ ରାଜ୍ୟ ପରିଷଦ ସଭ୍ୟ ନିର୍ବାଚିତ ହେବେ ।

Leave A Reply

Your email address will not be published.