ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଏବେ କମିବନି ପିଆଜ ଯନ୍ତ୍ରଣା

0

ଭୁବନେଶ୍ବର: ଏଇ ସପ୍ତାହ ବା ଆସନ୍ତା ୧୫ ଦିନ ମଧ୍ୟରେ ପିଆଜ ଯନ୍ତ୍ରଣା କମିବାର ପ୍ରଶ୍ନ ଉଠୁନାହିଁ। ଆଜି ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମନ୍ତବ୍ୟ ପରେ ଲୋକଙ୍କୁ ଏ ନେଇ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ହେବ। ଜାନୁଆରି ବେଳକୁ ସ୍ଥିତିରେ ସୁଧାର ଆସିପାରେ।

ଆଜି ରାଜ୍ୟ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ମନ୍ତ୍ରୀ କହିଛନ୍ତି, ପିଆଜ ଯନ୍ତ୍ରଣା ଏବେ କମିବା ସମ୍ଭାବନା ନାହିଁ। ସାରା ଦେଶରେ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଓଡ଼ିଶାରେ ସ୍ଥିତି ଆହୁରି ଗମ୍ଭୀର। ୩ ଟନ୍ ବଦଳରେ ୧୫ କ୍ବିଣ୍ଚାଲ ପିଆଜ ହୋଇଛି। ଆସନ୍ତା ମାସ ପ୍ରଥମ ସପ୍ତାହ ବେଳକୁ ଦାମ କମିବାର ସମ୍ଭାବନା ଅଧିକ।

ମନ୍ତ୍ରୀ କହିଛନ୍ତି, 12 ଲକ୍ଷ ମେଟ୍ରିକ୍ ଟନ୍ ଦେଶର ଦୈନିକ ପିଆଜ ଆବଶ୍ୟକତା। ୧ ଲକ୍ଷ ମେଟ୍ରିକ ଟନ୍ ପିଆଜ ସରକାର ବିଦେଶରୁ ଆଣିଛନ୍ତି। ଯାହା ସମୁଦ୍ରକୁ ଶଙ୍ଖେ। କେନ୍ଦ୍ର ଚାଷୀଙ୍କୁ ପ୍ରୋତ୍ସାହନ ଦେବା କଥା। ଅଧିକ ପିଆଜ ଚାଷ ପାଇଁ ସୁବିଧା ଦେବାକୁ ହେବ। ଏହି ବର୍ଷ ୨୬ ପ୍ରତିଶତ କମ ଚାଷ ହୋଇଛି ଓଡ଼ିଶାରେ। ଏହା ଜାତୀୟ ବିପର୍ଯୟ।

କଂଗ୍ରେସକୁ ତାତ୍ସଲ୍ୟ କରି ମନ୍ତ୍ରୀ କହିଥିଲେ, ସେମାନେ ଯେମିତି ପିଆଜ ବିକ୍ରି କଲେ, ତାହା ସ୍ଥାୟୀ ସମାଧାନ ନୁହେଁ। ଲୋକଙ୍କ ପାଖରେ ସମସ୍ୟା ପହଂଚାଉଛନ୍ତି ତାହା ଠିକ। ୩୦ କିଲୋ ପିଆଜ ବିକ୍ରି କରି ଚୁପ ବସିଲେ।

Leave A Reply

Your email address will not be published.