ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ସାନଭାଇଠୁ ବଡ଼ ଭାଇ ଆହୁରି ଉଗ୍ର

0
  • ଅଟକିଗଲା ଲିଙ୍ଗରାଜ ମନ୍ଦିର ବାହାର ଉଚ୍ଛେଦ କାର୍ଯ୍ୟ
  • ଆନ୍ଦୋଳନାକାରୀଙ୍କ ବିରୋଧ ସାମ୍ନାରେ ମୁଣ୍ଡ ନୁଆଁଇଲେ
  • ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୁରକ୍ଷା ଦେଇପାରିଲେନି
  • ବିରୋଧୀ ଦେଖାଇଲେ ଦବଦବା, ଅକଳରେ ସରକାର

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ନେଇ ରାଜ୍ୟ ସରକାର ଘୋଷଣା କଲେ। କିଛି ଫୁଟ ନୁହେଁ, ପୂରା ୭୫ ମିଟର ଉଚ୍ଛେଦ ଘୋଷଣା ହେଲା। ସମଗ୍ର ଓଡ଼ିଶାର ନଜର ରହିଥିଲା ସରକାରଙ୍କ ଘୋଷଣା ଉପରେ। କାରଣ ବହୁ ମଠ ମନ୍ଦିର ଚାରିପାଖରେ ଥିିଲା। ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଓ ଲୋକଙ୍କର ଘର ବି ସେ ମଧ୍ୟରେ ଥିଲା। ପ୍ରଥମେ ପ୍ରଥମେ ଟିକିଏ ଲୋକ ପ୍ରତିବାଦ କଲେ, କିନ୍ତୁ ଉଚ୍ଛେଦ ବନ୍ଦ ହୋଇନି। ଏବେ ବି ମଙ୍ଗୁମଠ ଉଚ୍ଛେଦ ଜାରି ରହିଛି।

ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି, ଏଭଳି ଜମି ଅଧିଗ୍ରହଣ ସାରା ଭାରତ ବର୍ଷରେ ବିରଳ। ୭୫ ପ୍ରତିଶତ ଅଧି୍ଗ୍ରହଣ ଲୋକେ ସ୍ବଇଚ୍ଛାରେ କରିଛନ୍ତି। ଏଠିି ପୁଣି ବିରୋଧୀ ବିଜେପି ଏଠାରୁ ନିର୍ବାଚନ ଜିତିଛି। ଅତି ବିବାଦୀୟ ସ୍ଥାନରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଅତ୍ୟନ୍ତ ସରଳ ଭାବେ ସଂପନ୍ନ ହେବାକୁ ଯାଉଛି।

ଇତିମଧ୍ୟରେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ସପ୍ତାହରେ ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ୍ ନିଜେ ପୂର୍ତ ସତିବ ଡାକ୍ତର କ୍ରିଷନ୍ କୁମାରଙ୍କୁ ସାଙ୍ଗରେ ନେଇ ଭୋରରୁ ବିକାଶର ନକ୍ସା ପ୍ରସ୍ତୁତ କରିଥିଲେ। ସୋମବାର ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ବିଜେଡି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ସିଧାସଳଖ ଲିଙ୍ଗରାଜ ମନ୍ଦିର ସହ ସଂପର୍କରେ ଅଛନ୍ତି। ମନ୍ତ୍ରୀ ବି। ମାତ୍ର ଆରମ୍ଭରୁ ପ୍ରଶାସନକୁ ଝଟକା ଲାଗିଛି। ମନ୍ତ୍ରୀ ରାଜନୈତିକସ୍ତରରେ ପ୍ରଶାସନକୁ ସୁରକ୍ଷା ଯୋଗାଇ ଦେଇପାରିନାହାନ୍ତି। ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଜେପିି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ନେତୃତ୍ବରେ ଆନ୍ଦୋଳନକାରୀମାନେ ଏମିତି ମାତିଲେ ଯେ ଆଜି ପ୍ରଶାସନକୁ ସେଠାରେ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡିଛି। ଥଇଥାନ ପୂର୍ବରୁ କୌଣସି ପରିସ୍ଥିତିରେ ଉଚ୍ଛେଦ ହେବ ନାହିଁ ବୋଲି ଆନ୍ଦୋଳନକାରୀମାନେ ଅଡି ବସିଥିଲେ। ରାସ୍ତା ଅବରୋଧ କରିଦେଇଥିଲେ।

ଶେଷରେ ବିଡିଏ ଓ ବିଏମସିର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ସହିତ ଆଲୋଚନା କରିବା ପରେ ଉଚ୍ଛେଦ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। ଏକ ୧୦ ଜଣିଆ ପ୍ରତିନିଧି ଦଳ ପ୍ରଶାସନ ସାମ୍ନାରେ ଲୋକଙ୍କ କଥା ରଖିବ। ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ଖୁବ୍ ଶୀଘ୍ର ଏନେଇ ବୈଠକ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରଠାରୁ ଭୁବନେଶ୍ବର ନିର୍ବାଚନମଣ୍ଡଳୀ ସବୁବେଳେ ତାଙ୍କ ସହିତ ରହିଆସିଛନ୍ତି। ସହର ଅନ୍ତର୍ଗତ ସବୁ ବିଧାନସଭା ଆସନରେ ଦଳକୁ ସଫଳତା ମିଳିଛି। ହେଲେ ଏଥର ବ୍ୟତିକ୍ରମ ହେଲା, ଭୁବନେଶ୍ବର ଲୋକସଭା ଆସନରୁ ଦଳ ପରାଜୟ ବରଣ କଲା। ଯଦିଓ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଦଳ କ୍ରମାଗତ ଭାବେ ମନ୍ତ୍ରୀ କରି ଆସିଛି, ଦଳକୁ ସହରରେ ଆଗକୁ ନେବାରେ ତାଙ୍କର ଯୋଗଦାନ ସବୁବେଳେ ପ୍ରଶ୍ନବାଚୀ ହୋଇରହିଛି। ମହାପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ବି ଅନୁରୂପ ସ୍ଥିତି ହୋଇଛି। ଆଜି ପ୍ରଥମରୁ ସରକାରଙ୍କୁ ଝଟକା ଲାଗିଛି। କେହି କେହି କଟାକ୍ଷ କରୁଛନ୍ତି, ସାନ ଭାଇ ଅପେକ୍ଷା ବଡ ଭାଇ ଟିକେ ରାଗି ତ, ଅଡୁଆରେ ପଡିଗଲେ ସରକାର।

Leave A Reply

Your email address will not be published.