ପ୍ରମୁଖ ଖବର

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଡ଼ ବିଜୟ, ବିଜେପିକୁ ଝଟକା
ଦୁର୍ବଳ ହେଲା ବାତ୍ୟା ଅକୱାନ, ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
୫୦ ହଜାର ଛାତ୍ରଛାତ୍ରୀଙ୍କୁ ଟାବ୍‌ଲେଟ୍‌ ବାଣ୍ଟିଲେ ଯୋଗୀ

ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା

0

ଭୁବନେଶ୍ବର: ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଅଧୀନରେ ଅଢ଼େଇ ବର୍ଷ ମଧ୍ୟରେ ୨୫ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ସୁବିଧା ପାଇଛନ୍ତି। ଏଥିପାଇଁ ମୋଟ ୬,୮୭୭ କୋଟି ଟଙ୍କା ବ୍ୟୟ ହୋଇଛି। ବିଧାନସଭାରେ ଏକ ଲିଖିତ ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୫ ଏପ୍ରିଲ ୧୧ରୁ ୨୦୨୬ ନଭେମ୍ବର ୧୯ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହୋଇଛି। ଆୟୁଷ୍ମାନ କାର୍ଡ ଜରିଆରେ ଚିକିତ୍ସା ସୁବିଧା ନେବା କ୍ଷେତ୍ରରେ କଟକ ଜିଲ୍ଲା ସର୍ବାଗ୍ରେ ରହିଥିବାବେଳେ ଗଞ୍ଜାମ ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ରାଜ୍ୟ ବାହାରେ ଚିକିତ୍ସା ସୁବିଧା ନେବା କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ହିତାଧିକାରୀ ସର୍ବାଧିକ ଲାଭ ପାଇଛନ୍ତି। ବଲାଙ୍ଗିର ସମେତ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରୁ ଅଧିକ ସଂଖ୍ୟକ ଲୋକ ଓଡ଼ିଶା ବାହାରେ ଚିକିତ୍ସା କରାଇଛନ୍ତି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ରାଜ୍ୟ ବାହାରେ ପ୍ରାୟ ୨ ଲକ୍ଷ ରୋଗୀ ଏହି ଯୋଜନାରେ ଚିକିତ୍ସା ପାଇଛନ୍ତି। ଏଥିପାଇଁ ୬୫୬ କୋଟି ଟଙ୍କା ବ୍ୟୟ ହୋଇଛି।

Leave A Reply

Your email address will not be published.