ପ୍ରମୁଖ ଖବର

ଇସ୍ତଫା ଦେବାର ୮ ଦିନରେ ସରକାରୀ ବାସଭବନ ଛାଡିବେ କେଜରିୱାଲ
ଝାଡ଼ଖଣ୍ଡ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହେମନ୍ତ ସୋରେନ
ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ: ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର

ଅପରାଗତା ନା ନବୀନଙ୍କ ବିରୋଧରେ ଷଡ଼ଯନ୍ତ୍ର!

0
  • ସମଗ୍ର ରାଜ୍ୟରେ କୁକୁର କାମୁଡା ଇଞ୍ଜେକସନ୍ ସରିଗଲା କିପରି?
  • କେଉଁ ପରିସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ, ଔଷଧ ନିଗମ ଜାଣିପାରିଲେନି?
  • ରାଉରକେଲାରେ ଅଭାବନୀୟ ପରିସ୍ଥିତି, ଧାରଣା ଦେଲେଣି ରୋଗୀ
  • କାହା ଭୁଲ୍, ‘୫ଟି’ରେ କିଏ ଦଣ୍ଡ ପାଇବ ତାକ ରାଜ୍ୟବାସୀ ଅପେକ୍ଷା କରିଛନ୍ତି

ଭୁବନେଶ୍ବର: କୁୁକୁର କାମୁଡା କାରଣରୁ ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ରୋଗୀ ଅକଥନୀୟ କଷ୍ଟ ଭୋଗୁଛନ୍ତି। ଡାକ୍ତର ହାତଟେକି ଦେଇଛନ୍ତି ଯେ କୁକୁର କାମୁଡା ଇଞ୍ଜେକସନ୍ ନାହିଁ। ୫୦ରୁ ଅଧିକ ରୋଗୀ ଓ ତାଙ୍କ ସଂପର୍କୀୟ ଡାକ୍ତରଖାନା ବାହାରେ ଧାରଣା ଦେଇଛନ୍ତି। କିଛି ଦିନତଳେ ୫ଟି ସଚିବ ନିଜେ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବା ବେଳେ ସେଠାକାର ଦାୟିତ୍ବରେ ଥିବା ସିଡିଏମ୍ଓଙ୍କୁ ନିଲମ୍ବିତ କରିଥିଲେ। ସଚିବ ନିଜେ ରାଉରକେଲା ଡାକ୍ତରଖାନା ଯାଇ ବି ସ୍ଥିତି ଅନୁଧ୍ୟାନ କରିଥିଲେ।

ପାଖାପାଖି ମାସେ ପରେ ଏ ଚିତ୍ର ଘଟଣାର ଗମ୍ଭୀରତାକୁ ବଢାଇ ଦେଇଛି। ସାଂଘାତିକ କଥା ହେଉଛି, କେବଳ ରାଉରକେଲା ଡାକ୍ତରଖାନା ନୁହେଁ, ରାଜ୍ୟର କୌଣସି ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ୍ ନାହିଁ। ଆସନ୍ତା ଦୁଇରୁ ତିନି ସପ୍ତାହ ମଧ୍ୟରେ ଆସିପାରିବ, ଏଭଳି ଦୃଢୋକ୍ତି ବି କେହି ପ୍ରକାଶ କରୁନାହାନ୍ତି। ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଇଞ୍ଜେକସନ୍ ମିଳୁନଥିବା ନେଇ ନୋଟିସ ଜାରି କରିବା ପାଇଁ ବାଧ୍ୟ ହୋଇଛନ୍ତି।

କୁକୁର କାମୁଡା ପ୍ରତି ଡାକ୍ତରଖାନା ପାଇଁ ଅତି ଜରୁରୀ ଭାବେ ବ୍ୟବହାର ହୋଇଥାଏ। ୧୯ତମ ପ୍ରାଣୀଧନ ଜନଗଣନା ରିପୋର୍ଟ କହୁଛି, ରାଜ୍ୟରେ ସେବେ ପ୍ରାୟ ୮ଲକ୍ଷ ୬୨ ହଜାର ୫୨୦ ବୁଲା କୁକୁର ୨୦୧୨ ବେଳକୁ ଥିଲେ। ଏବେ ସେମାନଙ୍କ ସଂଖ୍ୟା ପାଖାପାଖି ୧୦ଲକ୍ଷକୁ ଛୁଇଁସାରିଥିବ। ଭୁବନେଶ୍ବରରେ ଏମାନଙ୍କ ସଂଖ୍ୟା ପାଖାପାଖି ୪୫ ହଜାର ହେବ। ଏମିତି କ୍ବଚିତ ଦିନ ଥିବ, ଯେଉଁଦିନ ରାଜ୍ୟରେ କାହାକୁ ବୁଲା କୁକୁର କାମୁଡିନଥିବ। ସରକାର ବ୍ୟବସ୍ଥା କରିଛନ୍ତି ଯେ କୁକୁର କାମୁଡା ଇଞ୍ଜେକସନ୍ ମାଗଣାରେ ଦିଆଯିବ। ଯେଉଁ କଥାଟି ଜରୁରୀ ବୋଲି ମନେ କରି ସରକାର ମାଗଣାରେ ଘୋଷଣା କରିଛନ୍ତି, ତାର ଅଭାବ ଦର୍ଶାଇ ସ୍ବାସ୍ଥ୍ୟ ବିଭାଗ କର୍ତୃପକ୍ଷ କଣ ବାର୍ତା ଦେବାକୁ ଚାହିଁଛନ୍ତି। ଏବେ ନା ଖୋଲା ବଜାରରେ ଏହି ଇଞ୍ଜେକସନ୍ ଅଛି ନା ସରକାରୀ ଡାକ୍ତରଖାନାରେ।

ରାଜ୍ୟ ସରକାର ନିଜସ୍ବ ଔଷଧ ନିଗମ କରିଛନ୍ତି। ବର୍ଷକୁ ପାଖାପାଖି ୪୦୦ରୁ ୬୦୦ କୋଟି ଟଙ୍କାର ଔଷଧ କିଣାଯାଉଛି। ଜଣେ ବରିଷ୍ଠ ଅଧିକାରୀଙ୍କୁ ସରକାର ଏଠାରେ ନିଯୁକ୍ତି ଦିଆଯାଉଛି। ସ୍ବାସ୍ଥ୍ୟ ସଚିବ ଏହାକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରିବା କଥା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗକୁ ଏବେ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। ନିଜେ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ସ୍ବାସ୍ଥ୍ୟ ବିଭାଗ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ନିୟମିତ ବ୍ୟବଧାନରେ ପ୍ରଚି ମେଡିକାଲ ଯାଉଛନ୍ତି ଓ ସ୍ଥିତି ସମୀକ୍ଷା କରୁଛନ୍ତି। ଆଉ କେତେ ତନାଘନା ହେଲେ, ସ୍ବାସ୍ଥ୍ୟ ବିଭାଗର ବାବୁମାନେ ସଚେତନ ହେବେ?

ଏବେ ପ୍ରଶ୍ନ ଉଠୁଛି, ୫ଟିରେ ଯଦି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବେଳ ଆସିଛି, ତେବେ ସ୍ବାସ୍ଥ୍ୟ ବିଭାଗର ମୁଣ୍ଡିଆଳ ମାନଙ୍କ ବିରୋଧରେ। ଏମିତି କି ପରିସ୍ଥିତି ସୃଷ୍ଟି ହେଲା ଯେ ସେମାନେ ଜାଣିପାରିଲେନି ଆଉ କୁକୁର କାମୁଡା ଇଞ୍ଜେକସନ୍ ସରିଗଲା। ସେମାନେ ଚାହିଁଥିଲେ, ଅନ୍ୟ ରାଜ୍ୟରୁ ବା କଂପାନିରୁ ଯଥେଷ୍ଟ ଆଗରୁ କିଣିପାରିଥାନ୍ତେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଅନୁମତି ବଳରେ ଏହା କିଣିବାରେ କୌଣସି ଅସୁବିଧା ନଥିଲା। ହେଲେ ଏମିତି ହେଲାନି କାହିଁକି? ସଂପୃକ୍ତ ବାବୁମାନେ ଏ ସଂପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ କି? ଏହା ସେମାନଙ୍କର ଅପରାଗତା ନା, ରାଜ୍ୟ ସରକାରଙ୍କ ବିରୋଧରେ ସରକାର ଭିତରୁ ବିଧିବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଗଲାଣି।

ଏବେ ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ଏହି ଘଟଣାରେ ୫ଟି ସଚିବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବେ, ତେବେ ଅନ୍ୟ କୌଣସି ଘଟଣାରେ ୫ଟିରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଯୁକ୍ତିଯୁକ୍ତ ହେବନାହିଁ ବା ପ୍ରଶ୍ନ ଉଠିବ। ଏତେ ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗର ଅସମ୍ଭବ ନିରବତା ଯେ କୌଣସି ବ୍ୟକ୍ତିକୁ ଆଲୋଡନ କଲାଭଳି। ହେଲେ ଘଟଣା ଗଣମାଧ୍ୟମ ସାମ୍ନାକୁ ଆସିଗଲାଣି। ହେଲେ ସରକାର ସେ ନେଇ ତନାଘନା କରୁନାହାନ୍ତି?

Leave A Reply

Your email address will not be published.