ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଏବେ ଶୀତ ଲେଉଟିବ

0

ଭୁବନେଶ୍ବର: ପୁଣି ଥରେ ଓଡ଼ିଶାକୁ ଶୀତ ଫେରିବ। ଆଜିଠାରୁ ଶୀତ ମୁହଁ ଫେରାଇବା ଆରମ୍ଭ କରିଛି। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ୨-୪° ସେଣ୍ଟିଗ୍ରେଡ୍ ଯାଏ କମିଯିବ। ୧୯ ଓ ୨୦ ତାରିଖ ବେଳକୁ ରାତିରେ ପାରଦ ପଶ୍ଚିମ ଓ ଅଭ୍ୟନ୍ତର ଜିଲ୍ଲାରେ ୩-୪° ଯାଏ କମିଯାଇଥିବ। ସେହିପରି ଉପକୂଳ ଓଡିଶାରେ ପାରଦ ୨°c ଯାଏ କମିବ। ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରୁଛନ୍ତି।

ଏ ସଂକ୍ରାନ୍ତରେ ସାର୍ଥକ ମିଶ୍ରଙ୍କର ଆକଳନ କହୁଛି, ଭୁବନେଶ୍ୱର ଓ କଟକ ରେ ପାରଦ ୩° ସେଣ୍ଟିଗ୍ରେଡ୍ ଯାଏ କମିଯାଇପାରେ। ଏହି ସମୟ ରେ ପାଣିପାଗ ଶୁଖିଲା ରହିବ। ଅନ୍ୟପଟେ ରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ କୁହୁଡିର ପ୍ରଭାବ ମଧ୍ୟ ରହିବ। ସୁନ୍ଦରଗଡ , ସମ୍ବଲପୁର , କେନ୍ଦୁଝର , ମଯୂରଭଞ୍ଜ , ଢେଙ୍କାନାଳ , ଅନୁଗୁଳ , ଯାଜପୁର , ଗଜପତି , କନ୍ଧମାଳ , କୋରାପୁଟ , ଭବାନୀପାଟଣା , କଟକ , ବଲାଙ୍ଗୀରରେ ଘନ କୁହୁଡି ଦେଖାଦେଇପାରେ। ଅନ୍ୟ ଅଞ୍ଚଳରେ ଅଳ୍ପ ରୁ ମଧ୍ୟମ ଧାରଣର କୁହୁଡି ରହିବ।

ଦକ୍ଷିଣ ଅଭ୍ୟନ୍ତର ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟ ରେ ଘନ କୁହୁଡି ର ପ୍ରଭାବ ରହିଥିବା ବେଳେ ରାଜ୍ୟ ର ଅନ୍ୟ ଅଂଚଳ ରେ ହାଲକାରୁ ମଧ୍ୟମ ଧାରଣର କୁହୁଡି ରହିଥିଲା l ଉତ୍ତର ଅଭ୍ୟନ୍ତର ଓଡିଶା ରେ ହାଲୁକା ବର୍ଷା ହୋଇଥିଲା। ଅଭ୍ୟନ୍ତର ଓଡିଶା ରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ଥିବା ବେଳେ ଉପକୂଳରେ ସ୍ୱାଭାବିକ ରହିଥିଲା। ସୋନପୁର ରେ ସର୍ବାଧିକ ତାପମାତ୍ରା 30.8° ସେଣ୍ଟିଗ୍ରେଡ୍ ରହିଥିବା ବେଳେ ଫୁଲବାଣୀରେ କମ 11.0° ସେଣ୍ଟିଗ୍ରେଡ୍ ରହିଥିଲା।

Leave A Reply

Your email address will not be published.