ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଏବେ ଶୀତ ଲେଉଟିବ

0

ଭୁବନେଶ୍ବର: ପୁଣି ଥରେ ଓଡ଼ିଶାକୁ ଶୀତ ଫେରିବ। ଆଜିଠାରୁ ଶୀତ ମୁହଁ ଫେରାଇବା ଆରମ୍ଭ କରିଛି। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ୨-୪° ସେଣ୍ଟିଗ୍ରେଡ୍ ଯାଏ କମିଯିବ। ୧୯ ଓ ୨୦ ତାରିଖ ବେଳକୁ ରାତିରେ ପାରଦ ପଶ୍ଚିମ ଓ ଅଭ୍ୟନ୍ତର ଜିଲ୍ଲାରେ ୩-୪° ଯାଏ କମିଯାଇଥିବ। ସେହିପରି ଉପକୂଳ ଓଡିଶାରେ ପାରଦ ୨°c ଯାଏ କମିବ। ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରୁଛନ୍ତି।

ଏ ସଂକ୍ରାନ୍ତରେ ସାର୍ଥକ ମିଶ୍ରଙ୍କର ଆକଳନ କହୁଛି, ଭୁବନେଶ୍ୱର ଓ କଟକ ରେ ପାରଦ ୩° ସେଣ୍ଟିଗ୍ରେଡ୍ ଯାଏ କମିଯାଇପାରେ। ଏହି ସମୟ ରେ ପାଣିପାଗ ଶୁଖିଲା ରହିବ। ଅନ୍ୟପଟେ ରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟରେ କୁହୁଡିର ପ୍ରଭାବ ମଧ୍ୟ ରହିବ। ସୁନ୍ଦରଗଡ , ସମ୍ବଲପୁର , କେନ୍ଦୁଝର , ମଯୂରଭଞ୍ଜ , ଢେଙ୍କାନାଳ , ଅନୁଗୁଳ , ଯାଜପୁର , ଗଜପତି , କନ୍ଧମାଳ , କୋରାପୁଟ , ଭବାନୀପାଟଣା , କଟକ , ବଲାଙ୍ଗୀରରେ ଘନ କୁହୁଡି ଦେଖାଦେଇପାରେ। ଅନ୍ୟ ଅଞ୍ଚଳରେ ଅଳ୍ପ ରୁ ମଧ୍ୟମ ଧାରଣର କୁହୁଡି ରହିବ।

ଦକ୍ଷିଣ ଅଭ୍ୟନ୍ତର ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟ ରେ ଘନ କୁହୁଡି ର ପ୍ରଭାବ ରହିଥିବା ବେଳେ ରାଜ୍ୟ ର ଅନ୍ୟ ଅଂଚଳ ରେ ହାଲକାରୁ ମଧ୍ୟମ ଧାରଣର କୁହୁଡି ରହିଥିଲା l ଉତ୍ତର ଅଭ୍ୟନ୍ତର ଓଡିଶା ରେ ହାଲୁକା ବର୍ଷା ହୋଇଥିଲା। ଅଭ୍ୟନ୍ତର ଓଡିଶା ରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ଥିବା ବେଳେ ଉପକୂଳରେ ସ୍ୱାଭାବିକ ରହିଥିଲା। ସୋନପୁର ରେ ସର୍ବାଧିକ ତାପମାତ୍ରା 30.8° ସେଣ୍ଟିଗ୍ରେଡ୍ ରହିଥିବା ବେଳେ ଫୁଲବାଣୀରେ କମ 11.0° ସେଣ୍ଟିଗ୍ରେଡ୍ ରହିଥିଲା।

Leave A Reply

Your email address will not be published.