ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ନବୀନଙ୍କ ଟିମକୁ ମୁକାବିଲା କରିବେ?

0

ଭୁବନେଶ୍ବର: ବିଜେପି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପ୍ରକ୍ରିୟାରେ ପହଞ୍ଚିଛି। ଦଳ ଶୁକ୍ରବାର ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା କରିଛି। ଖୁବ ଶୀଘ୍ର ରାଜ୍ୟ ସଭାପତି ନାମ ଘୋଷଣା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି ସଭାପତି ହେବା ସମ୍ଭାବନା ଅଧିକ ବୋଲି ଦଳୀୟ ନେତାମାନେ ଦାବି କରୁଛନ୍ତି। ତେବେ ବିଜେପିରେ ଯେଉଁମାନେ ବି ସଭାପତି ହେବା ପାଇଁ ଦୌଡରେ ଅଛନ୍ତି, ଏମାନେ ପ୍ରତିପକ୍ଷ ବିଜେଡି ଓ କଂଗ୍ରେସ ତୁଳନାରେ ବିଶେଷ ଯୋଗ୍ୟ ନୁହଁନ୍ତି, ଏକଥା ନେତାମାନେ ସ୍ବୀକାର କରୁଛନ୍ତି।

ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ବିଜୟ ମହାପାତ୍ରଙ୍କୁ ଛାଡିଦେଲେ ରାଜ୍ୟ ରାଜନୀତିରେ ୩୦ଟି ଜିଲ୍ଲାରେ ପ୍ରଭାବ ରଖିବା ଭଳି ଦକ୍ଷତା ବା ପାରଦର୍ଶିତା ଆଉ କାହାର ନାହିଁ। ଏପରିକି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ସେ ସ୍ଥିତିରେ ଆଉ ନାହାନ୍ତି। ଏମାନଙ୍କ ବ୍ୟତୀତ ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କିମ୍ବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଅଥବା ଖାରବେଳ ସ୍ବାଇଁଙ୍କ ଭଳି କିଛି ବରିଷ୍ଠ ନେତା ଥିଲେ ହେଁ ଏମାନେ କେହି ସଭାପତି ହେବାର ସମ୍ଭାବନା ପ୍ରାୟତଃ ନାହିଁ।

ହେଲେ ପ୍ରକାଶ ପାଇଥିବା ବିଜେପି ଜିଲ୍ଲା ସଭାପତିମାନଙ୍କ ତାଲିକା ରାଜନୈତିକ ତଥ୍ୟାଭିଜ୍ଞ ମହଲକୁ ଆଦୌ ଉତ୍ସାହିତ କରିନାହିଁ। ଏଇଥିପାଇଁ ଯେ ଏହି ସଂଗଠନ ବିଜେପିକୁ ପରବର୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତ କରିବେ। ହେଲେ ଅଧାରୁ ଅଧିକ ନେତାଙ୍କ ସଂପର୍କରେ ଦଳର ଆଗଧାଡିର କର୍ମୀ ବିଶେଷ ଜାଣନ୍ତି ନାହିଁ। ପୁରୀ ଭଳି ଜିଲ୍ଲାରେ ଦଳର ଦୁଇ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଅନ୍ୟ ଦଳରୁ ଆସିଛନ୍ତି, ଜିତିଥିଲେ ବି ଏମାନଙ୍କୁ ମୂଳ ବିଜେପି ଏଯାଏ ଶତପ୍ରତିଶତ ଗ୍ରହଣ କରିନାହିଁ। ଆଗକୁ ଏସବୁ ସ୍ଥାନରେ ସଂଗଠନ ବିଜେପି ରାସ୍ତାରେ ଯିବା ସମ୍ଭାବନା କ୍ଷୀଣ। ଏପରିସ୍ଥଳେ ନିକଟରେ କଂଗ୍ରେସରୁ ଆସିଥିବା ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିଛି। କେନ୍ଦ୍ରାପଡାରେ କିଶୋର ପଣ୍ଡାଙ୍କୁ ନେଇ ଦଳର ଆଗଧାଡିର ନେତା କେହି ଖୁସିନାହାନ୍ତି, ଯେତିକି ଦୁର୍ଯ୍ୟୋଧନ ସାହୁଙ୍କ ବେଳେ ବି ଥିଲେ। ଗୌତମ ରାୟଙ୍କ ନେତୃତ୍ବରେ ଦଳ ଗତ ନିର୍ବାଚନରେ ଆଦୌ ସଫଳତା ପାଇନଥିଲେ ହେଁ, ଦଳତାଙ୍କୁ ପୁଣି ଭରସା କରିଛି। କେ ନାରାୟଣ ରାଓଙ୍କ ଠାରୁ ଆରମ୍ଭ କରି ଅନୁଗୁଳ, ଢେଙ୍କାନାଳ ଭଳି ଜିଲ୍ଲାରେ ଦଳର ସଭାପତିି ଚୟନ ଅନେକ ପ୍ରଶ୍ନ ଉଠାଉଛି।

ଏ ତାଲିକା କେଉଁଠି ନା କେଉଁଠି ସୂଚାଇ ଦେଉଛି, ହାତଗଣତି କିଛି ନେତାଙ୍କୁ ବାଦ ଦେଲେ ଅନ୍ୟ ସବୁ ଅଞ୍ଚଳରେ ବିଜେଡି ସଂଗଠନକୁ ମାତ୍ ଦେବା ସ୍ଥିତିରେ ଏମାନେ ପହଞ୍ଚି ପାରିବେନାହିଁ। କିଛି ସ୍ଥାନରେ ନିଜ ଦଳରୁ ସମର୍ଥନ ପାଇବେ ନାହିଁ, ଆଉ କିଛି ସ୍ଥାନରେ ନେତାମାନେ କର୍ମୀଙ୍କୁ ନିଜ ଆଡକୁ ଟାଣିବାର ଦକ୍ଷତା ରଖିନାହାନ୍ତି। ପ୍ରାୟ ଅଧାରୁ ଅଧିକ ସଭାପତିଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଜଳ ଜଳ ହୋଇ ଦିଶୁଛି। ଏମିତି ହେଲେ ବିଜେପିକୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା କ୍ଷେତ୍ରରେ ଦଳ ବିଶେଷ ପ୍ରଭାବୀ ହୋଇନପାରେ। ଦଳର ଅଧିକାଂଶ ବରିଷ୍ଠ ନେତା ଏହି ସଭାପତି ଚୟନକୁ ନେଇ ଏବେଠାରୁ ନାକ ଟେକିଲେଣି।

କେବଳ ସେତିକ ନୁହେଁ, ବିଜୟ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଦଳର ସାଂସଦ, ପୂର୍ବତନ ବରିଷ୍ଠ ସାଂସଦଙ୍କ ମତକୁ ଏ କ୍ଷେତ୍ରରେ କେତେ ଗୁରୁତ୍ବ ଦିଆଯାଇଛି, ତାହା ଏଯାଏ ପରିଦୃଷ୍ଟ ହେଉନାହିଁ। ଯଦି ସେମାନଙ୍କର ସହମତି ନ ଥିବ, ତେବେ ଏବେଠାରୁ ବିଜେପି ଝୁଣ୍ଟିବା ଆରମ୍ଭ କରିବ, ତା ପୁଣି ଆଗଠାରୁ ଅଧିକ। ଏପରିସ୍ଥଳେ ସଭାପତି ଯିଏ ହେଉନା କାହିଁକି, ସେ ବିଶେଷ ପ୍ରଭାବୀ ସାବ୍ୟସ୍ତ ହେବା କାଠିକର ପାଠ ହୋଇପାରେ।

Leave A Reply

Your email address will not be published.