ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ପୋଲିସ ଷ୍ଟେଶନ ଭିତରେ ବଡ଼ ବିସ୍ଫୋରଣ: ୯ ମୃତ୍ୟୁ, ୩୦ ଆହତ

0

ଜମ୍ମୁ କାଶ୍ମୀର: ଶୁକ୍ରବାର ବିଳମ୍ବିତ ରାତିରେ ଜମ୍ମୁ ଏବଂ କାଶ୍ମୀରର ଦକ୍ଷିଣ ଶ୍ରୀନଗରର ନୌଗାମ ପୋଲିସ ଷ୍ଟେସନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି । କୋଠାଟି ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଛି। ପୋଲିସ ଷ୍ଟେଶନ ପରିସରରେ ଜବତ ଆମୋନିୟମ ନାଇଟ୍ରେଟ ଗଚ୍ଛିତ ଥିବା ରିପୋର୍ଟ କରାଯାଉଛି, ଯାହାର ଫରେନସିକ ଦଳ ତଦନ୍ତ କରୁଛି। ଏହି ଆମୋନିୟମ ନାଇଟ୍ରେଟ ଯୋଗୁ ବଡ଼ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହିତ ଜମ୍ମୁ କାଶ୍ମୀରର ସଂଯୋଗ ଜଣାପଡ଼ିବା ପରେ, ସେଠାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କୁ ନୌଗାମ ପୋଲିସ ଷ୍ଟେଶନ ପରିସରରେ ପଚରାଉଚରା କରାଯାଉଥିଲା। ଏହି ସମୟ ମଧ୍ୟରେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିସ୍ଫୋରଣରେ ଅନେକ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ଏହା ଆଉ ଏକ ବଡ଼ ବିସ୍ଫୋରଣ। ନୌଗାମ ପୋଲିସ ଷ୍ଟେସନ କମ୍ପ୍ଲେକ୍ସ ହେଉଛି ଜୈଶ-ଏ-ମହମ୍ମଦର ‘ହ୍ବାଇଟ-କଲର’ ଆତଙ୍କୀ ମଡ୍ୟୁଲ ତଦନ୍ତର କେନ୍ଦ୍ର। ଏହି ପୋଲିସ ଷ୍ଟେଶନ ବିମାନବନ୍ଦର ଅଞ୍ଚଳ ନିକଟବର୍ତ୍ତୀ ମଧ୍ୟ ରହିଛି। ଜମ୍ମୁ-କାଶ୍ମୀରର ନୌଗାମ୍ ପୋଲିସ ଷ୍ଟେସନ୍ ପରିସରରେ ହୋଇଥିବା ବିସ୍ଫୋରଣର ତଦନ୍ତ ପାଇଁ ସୁରକ୍ଷା ବାହିନୀ ସ୍ନିଫର ଡଗ୍ ସହିତ ପହଞ୍ଚିଛନ୍ତି। ଜମ୍ମୁ ଓ କାଶ୍ମୀରର ନୌଗାମ୍ ପୋଲିସ ଷ୍ଟେସନ ନିକଟରେ ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କୁ ଶ୍ରୀନଗର ଡେପୁଟି କମିଶନର ଅକ୍ଷୟ ଲାବ୍ରୁ ହସ୍ପିଟାଲରେ ଭେଟିଛନ୍ତି।

Leave A Reply

Your email address will not be published.