ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସୋଆ ଜାଗୋ କ୍ଳବ୍ ପକ୍ଷରୁ ଶିଶୁଦିବସ ପାଳନ

0

ଭୁବନେଶ୍ୱର: ଶିଶୁମାନେ ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ ନାଗରିକ। ତେଣୁ ପ୍ରତ୍ୟେକ ଶିଶୁକୁ ସ୍ନେହ ପ୍ରଦାନ କରିବା ସହ ଏକ ସୁରକ୍ଷିତ ପରିବେଶ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ସମସ୍ତ ସୁଯୋଗ ଦେବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ।
ସୋଆ ବିଶ୍ୱବିଦ୍ୟାଳୟର ସାମାଜିକ ଅନୁଷ୍ଠାନ ଜାଗୋ କ୍ଳବ୍ ପକ୍ଷରୁ ଶୁକ୍ରବାର ଶିଶୁଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ ଉପସଭାପତି ଶ୍ରୀମତି ଦାସ କହିଥିଲେ ଯେ, ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ସାରା ଦେଶ ଶିଶୁ ଦିବସ ଭାବରେ ପାଳନ କରିଥାଏ।
ନଭେମ୍ବର ୧୪ ତାରିଖ ହେଉଛି ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମଦିନ। ପଣ୍ଡିତ ନେହେରୁ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିଲେ ତେଣୁ ତାଙ୍କୁ ପିଲାମାନେ ଚାଚା ନେହେରୁ ବୋଲି ମଧ୍ୟ ସ୍ନେହରେ ଡାକୁଥିଲେ। ଶିଶୁମାନଙ୍କର ଏହି ବିଶେଷ ଦିବସକୁ ପାଳନ କରିବା ନିମନ୍ତେ ଆମେ ସମସ୍ତେ ଏକତ୍ରିତ ହୋଇଛୁ ବୋଲି ଶ୍ରୀମତି ଦାସ କହିଥିଲେ।

ଶିଶୁ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ସାମାଜିକ କ୍ଳବ ଜାଗୋ ସଂପର୍କରେ ଶ୍ରୀମତି ଦାସ ନିଜ ଅଭିଭାଷଣରେ କହିଥିଲେ ଯେ ଏହି ଅନୁଷ୍ଠାନ ଦୀର୍ଘ ୧୮ବର୍ଷ ହେବ ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ଶିଶୁମାନଙ୍କର ପୋଷଣ, ଶିକ୍ଷା ଓ କଳାତ୍ମକ ଅଭିବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ସୋଆର ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟବାନ ସମୟକୁ ଏହି ଶିଶୁମାନଙ୍କ ଶିକ୍ଷା ଓ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ସ୍ୱେଚ୍ଛାକୃତ ଭାବେ ସହଯୋଗର ହାତ ବଢାଇଛନ୍ତି। ଏଥି ନିମନ୍ତେ ଜାଗୋ ସହ ଜଡ଼ିତ ସୋଆର ସମସ୍ତ ଛାତ୍ରଛାତ୍ରୀ ଭବିଷ୍ୟତରେ ସୁନାଗରିକ ଭାବରେ ନିଜକୁ ପ୍ରତିପାଦିତ କରିପାରନ୍ତୁ ଏହା ହିଁ ମୋର ଆଶା ଓ ବିଶ୍ୱାସ ବୋଲି ସେ କହିଥିଲେ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ଜାଗୋ ଏକ ଜାଗରଣ ଭାବେ ଉଭା ହେବା ଆବଶ୍ୟକ। ବିଶ୍ୱବିଦ୍ୟାଳୟର ଏହି ସାମାଜିକ ଅନୁଷ୍ଠାନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ଉନ୍ନତି ସମ୍ଭବ ହୋଇପାରୁଛି ବୋଲି କୁଳପତି କହିଥିଲେ। ସୋଆର ସବୁ ଅନୁଷ୍ଠାନର ଛାତ୍ରଛାତ୍ରୀ ଜାଗୋ ସହ ଜଡିତ ହୁଅନ୍ତୁ ବୋଲି ପ୍ରଫେସର ନନ୍ଦ ଉପଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରି ସାଇନସେସ୍ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌) ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ର ଡିନ୍ (ଇନ୍‌ଚାର୍ଜ) ପ୍ରଫେସର କାର୍ତିକ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜାଗୋର ମେଂଟର ପ୍ରଫେସର ଅନୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଜାଗୋ କ୍ଳବର ଶିଶୁ ଓ ଏହା ସହିତ ଜଡିତ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.