ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ଆଇଏଏସ୍ ବାବୁଙ୍କୁ ‘ମୋ ସରକାର’ ଛାଟ; ଟଙ୍କା ନେବା ବେଳେ ଧରାପଡିଲେ ବିଜୟ

0

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବାବୁଙ୍କୁ ବଡ଼ ଝଟକା ଦେଇଛନ୍ତି। ଲାଞ୍ଚ ନେଉଥିବା ଅଭିଯୋଗରେ ଯୁବ ଆଇଏଏସ୍ ଅଫିସର ତଥା ଉଦ୍ୟାନ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଧରିଛି। ସେ ଏକ ବିଲ ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟରେ ଚଢଉ କରିଥିଲେ।

ପୂର୍ବରୁ ଭିଜିଲାନ୍ସ ଅନ୍ୟ ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଫୁଲ୍ଲ ମିଶ୍ର ଓ ବିନୋଦ କୁମାର ନିଜ ଜାଲରେ ଛନ୍ଦି ସାରିଛି। ଉଭୟ ଜେଲ ଯାଇଥିଲେ। ଏବେ ବିଜୟ କେତନଙ୍କୁ ନେଇ ଅନୁରୂପ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଅଧିକାରୀମାନେ ଏବେ ତାଙ୍କ କାର୍ଯ୍ୟାଳୟ ଉପରେ ଚଢଉ କରୁଛନ୍ତି। ୨୦୦୯ ବ୍ୟାଚର ଏହି ଅଧିକାରୀଙ୍କ ସରକାରୀ ବାସଭବନ, ବାଲେଶ୍ବରସ୍ଥିତ ଘର ସମେତ ଅନ୍ୟ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ତଲାସୀ ଜାରି ରହିଛି। ଏହି ଘଟଣା ପରେ ପ୍ରଶାସନିକ ଅଧିକାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି।

ମୋ ସରକାର କାର୍ଯ୍ୟକ୍ରମରେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଶୂନ୍ୟ ସହନଶୀଳତା ନୀତି ଧରିଛନ୍ତି। ଆଜି ସାବ୍ୟସ୍ତ କରି ଦେଖାଇଛନ୍ତି ଯେ ସେ ଆଇଏଏସ୍ ହୁଅନ୍ତୁ କି ଯେ କେହି କାହାକୁ ବରଦାସ୍ତ କରିବା ସ୍ଥିତିରେ ସରକାର ନାହିଁ। ପୂର୍ବରୁ ‘ଆରଏନ୍ଏ’ ଏ ସଂପର୍କରେ ଆଭାସ ଦିଆଯାଇଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଜୟକେତନଙ୍କ ଉପରେ ଭିଜିଲାନ୍ସ କିଛି ଦିନ ଧରି ନଜର ରଖିଥିଲା।

Leave A Reply

Your email address will not be published.