ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଆଇଏଏସ୍ ବାବୁଙ୍କୁ ‘ମୋ ସରକାର’ ଛାଟ; ଟଙ୍କା ନେବା ବେଳେ ଧରାପଡିଲେ ବିଜୟ

0

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବାବୁଙ୍କୁ ବଡ଼ ଝଟକା ଦେଇଛନ୍ତି। ଲାଞ୍ଚ ନେଉଥିବା ଅଭିଯୋଗରେ ଯୁବ ଆଇଏଏସ୍ ଅଫିସର ତଥା ଉଦ୍ୟାନ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଧରିଛି। ସେ ଏକ ବିଲ ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟରେ ଚଢଉ କରିଥିଲେ।

ପୂର୍ବରୁ ଭିଜିଲାନ୍ସ ଅନ୍ୟ ଦୁଇ ବରିଷ୍ଠ ଆଇଏଏସ୍ ଅଫିସର ପ୍ରଫୁଲ୍ଲ ମିଶ୍ର ଓ ବିନୋଦ କୁମାର ନିଜ ଜାଲରେ ଛନ୍ଦି ସାରିଛି। ଉଭୟ ଜେଲ ଯାଇଥିଲେ। ଏବେ ବିଜୟ କେତନଙ୍କୁ ନେଇ ଅନୁରୂପ ଆଶଙ୍କା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଅଧିକାରୀମାନେ ଏବେ ତାଙ୍କ କାର୍ଯ୍ୟାଳୟ ଉପରେ ଚଢଉ କରୁଛନ୍ତି। ୨୦୦୯ ବ୍ୟାଚର ଏହି ଅଧିକାରୀଙ୍କ ସରକାରୀ ବାସଭବନ, ବାଲେଶ୍ବରସ୍ଥିତ ଘର ସମେତ ଅନ୍ୟ ସଂପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ତଲାସୀ ଜାରି ରହିଛି। ଏହି ଘଟଣା ପରେ ପ୍ରଶାସନିକ ଅଧିକାରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି।

ମୋ ସରକାର କାର୍ଯ୍ୟକ୍ରମରେ ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ଶୂନ୍ୟ ସହନଶୀଳତା ନୀତି ଧରିଛନ୍ତି। ଆଜି ସାବ୍ୟସ୍ତ କରି ଦେଖାଇଛନ୍ତି ଯେ ସେ ଆଇଏଏସ୍ ହୁଅନ୍ତୁ କି ଯେ କେହି କାହାକୁ ବରଦାସ୍ତ କରିବା ସ୍ଥିତିରେ ସରକାର ନାହିଁ। ପୂର୍ବରୁ ‘ଆରଏନ୍ଏ’ ଏ ସଂପର୍କରେ ଆଭାସ ଦିଆଯାଇଥିଲା। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଜୟକେତନଙ୍କ ଉପରେ ଭିଜିଲାନ୍ସ କିଛି ଦିନ ଧରି ନଜର ରଖିଥିଲା।

Leave A Reply

Your email address will not be published.