ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

ଆଇନ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

0

ଭୁବନେଶ୍ବର: ଓଡ଼ିଶା ପାଇଁ ଖୁସି ଖବର। ଶେଷରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ଯାଳୟରେ ଓଡ଼ିଆ ପିଲାମାନଙ୍କ ପାଇଁ ୨୫% ଆସନ ସଂରକ୍ଷଣ ରହିବ। ଆଜି ଏକ ସ୍ବତନ୍ତ୍ର ବୈଠକରେ ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆଇନ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଏବେ ଅଧିକ ଓଡ଼ିଆ ମେଧାବୀ ଛାତ୍ରଛାତ୍ରୀ ସୁଯୋଗ ପାଇବେ। ଆଇନ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ନୂଆ ବର୍ଷ ଉପହାର ସଦୃଶ।

ଏହି ବିଶ୍ବବିଦ୍ୟାଳୟ ଲାଗି ରାଜ୍ୟ ସରକାର ସବୁକିଛି ଯୋଗାଇ ଦେଇଥିଲେ ହେଁ, ନାମ ଲେଖା କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ କିଛି ବି ସ୍ବତନ୍ତ୍ର ସୁବିଧା ନ ଥିଲା। ଯଦି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉନଥିଲେ, ତେବେ ଓଡ଼ିଆ ଛାତ୍ରଛାତ୍ରୀ ନାମ ଲେଖାଇ ପାରୁନଥିଲା। ଏହି ପ୍ରସଙ୍ଗଟି ପ୍ରଥମେ ବିଧାନସଭା ଓ ପରେ ସଂସଦରେ ଉଠାଯାଇଥିଲା। ଶେଷରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିଥିଲେ।

ଆଜି ବୈଠକରେ ନିଷ୍ପତ୍ତି ହୋଇଛି, ଉଭନ୍ନ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏଥିପାଇଁ ସର୍ତ୍ତ ରଖାଯାଇଛି। ଗ୍ରାଜୁଏଟ୍ କ୍ଷେତ୍ରରେ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୬୦ ପ୍ରତିଶତ ମାର୍କ ବ୍ୟବସ୍ଥା ରଖାଯାଇଥିଲା। ପୋଷ୍ଟଗ୍ରାଜୁଏଟ୍ କ୍ଷେତ୍ରରେ ୫୦ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ରହିଛି।

Leave A Reply

Your email address will not be published.