ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା

0

ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ ୫ଡିଗ୍ରିରେ ପହଞ୍ଚିଛି ଶୀତ। ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରି। ଏମିତି ଢଙ୍ଗରେ ଥରୁଛି ସାରା ଓଡ଼ିଶା।

ପୁରୀ ଠାରୁ ସମ୍ବଲପୁର, ବାରିପଦା ସବୁଠି ଶୀତର ପ୍ରକୋପ ଜାରି ରହିଛି। ଆଉ ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ। ତା ପରେ ପାଗରେ ପରିବର୍ତନ ଆସିବ। ବର୍ଷା ହେବ ଓ ଯେଉଁ ଅଞ୍ଚଳରେ ବର୍ଷା ନ ହେବ, ସେଠାରେ ପାଗ ଅତ୍ୟନ୍ତ କୋହଲା ରହିବ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ବାଲେଶ୍ବରରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ରହିଛି। ଚାନ୍ଦବାଲିରେ ଏହାର ପରିମାଣ ୧୦.୨ ଡିଗ୍ରି, କଟକରେ ୮.୮ ଡିଗ୍ରି, ପାରାଦୀପରେ ୧୨.୮ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରରେ ରାତିର ତାପମାତ୍ରା ୧୦.୨ ଡିଗ୍ରି ଥିବା ବେଳେ ଗୋପାଳପୁରରେ ୧୨.୭ ଡିଗ୍ରି, ପୁରୀରେ ୧୨ ଡିଗ୍ରି, ବାରିପଦାରେ ୯ ଡିଗ୍ରି, ଝାରସୁଗୁଡାରେ ୭.୩ ଡିଗ୍ରି, କେନ୍ଦୁଝରଗଡରେ ୬.୬ ଡିଗ୍ରି, ସମ୍ବଲପୁରରେ ୭.୪ ଡିଗ୍ରି, ସନ୍ଦୁରଗଡରେ ୯ ଡିଗ୍ରି, ହୀରାକୁଦରେ ୧୦.୧ ଡିଗ୍ରି, ତାଳଚେରରେ ୧୦.୨ ଡିଗ୍ରି, ଭବାନୀପାଟଣାରେ ୬.୫ ଡିଗ୍ରି. ବଲାଙ୍ଗୀରରେ ୮ଡିଗ୍ରି, କୋରାପୁଟରେ ୯.୬ ଡିଗ୍ରି, ଟିଟିଲାଗଡରେ ୬.୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.