ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ଏବେ ପୁଣି ପ୍ରବଳ ଶୀତ ଫେରିବ

0

ଭୁବନେଶ୍ବର: ଆସନ୍ତାକାଲି ଠାରୁ ପୁଣି ଥରେ ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେବ। ରାତିର ତାପମାତ୍ରା ୪ରୁ ୬ ଡିଗ୍ରି ଯାଏ କମିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଅତିକମରେ ୮ ତାରିଖ ପର୍ଯ୍ୟନ୍ତ ଏ ଅସହ୍ୟ ଜାଡରୁ ନିସ୍ତାର ନାହିଁ। ପାଣିପାଗ ବିଜ୍ଞାନୀ ଏଭଳି ପୂର୍ବାନୁମାନ କରିଛନ୍ତି।

ପାଣିପାଗ ସଂପର୍କରେ ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି, ଦକ୍ଷିଣ ପଶ୍ଚିମ ଉତ୍ତରପ୍ରଦେଶ ଠାରୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦେଇ ଅଭ୍ୟନ୍ତର ଓଡିଶା ଯାଏ ବିସ୍ତାରିତ ହେଇଥିବା ଟର୍ପ ରେଖା ଦୁର୍ବଳ ହେଉଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡିଶା ର କିଛି ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ତାଳଚେରରେ ୫୮ମିମି, ବାଲେଶ୍ୱରରେ ୨୨.୪ମିମି, ଅନୁଗୁଳ, କେନ୍ଦୁଝରରେ ୧୪.୮ମିମି, ୧୨.୬ମିମି, ଭୁବନେଶ୍ୱରରେ ୧୨.୩ମ ମିମି ବର୍ଷା ରେକର୍ଡ ହୋଇଛି। ଦକ୍ଷିଣ-ଅଭ୍ୟନ୍ତର ଓଡିଶାରେ ଘନ କୁହୁଡିର ପ୍ରକୋପ ରହିଥିଲା। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ସେଣ୍ଟିଗ୍ରେଡ୍ ଏବଂ ସୁନ୍ଦରଗଡରେ ସବୁଠାରୁ କମ ୧୦.୫ ଡିଗ୍ରି ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ଅଳ୍ପ କିଛି ଅଞ୍ଚଳ ଓ ଉତ୍ତର-ଅଭ୍ୟନ୍ତର ଓଡିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ପରିବର୍ତ୍ତନ ହେବା ସହ ଆକାଶ ଧୀରେ ଧୀରେ ମେଘମୁକ୍ତ ହେବ। ଶୀତ ଫେରିବ। ରାତି ତାପମାତ୍ରା ୪ରୁ ୬ ଡିଗ୍ରି ଯାଏ କମିଯିବ। ୬ରୁ ୮ ତାରିଖ ଯାଏ ପ୍ରବଳ ଶୀତ ଅନୁଭୂତ ହେବ। ଅବଶ୍ୟ ୮ କିମ୍ବା ୯ ତାରିଖରେ ଆକାଶ କିଛି ଅଂଶ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି। ଅନ୍ୟପକ୍ଷରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ ଘନ କୁହୁଡିର ପ୍ରକୋପ ରହିବ।

Leave A Reply

Your email address will not be published.