ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏବେ ପୁଣି ପ୍ରବଳ ଶୀତ ଫେରିବ

0

ଭୁବନେଶ୍ବର: ଆସନ୍ତାକାଲି ଠାରୁ ପୁଣି ଥରେ ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେବ। ରାତିର ତାପମାତ୍ରା ୪ରୁ ୬ ଡିଗ୍ରି ଯାଏ କମିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଅତିକମରେ ୮ ତାରିଖ ପର୍ଯ୍ୟନ୍ତ ଏ ଅସହ୍ୟ ଜାଡରୁ ନିସ୍ତାର ନାହିଁ। ପାଣିପାଗ ବିଜ୍ଞାନୀ ଏଭଳି ପୂର୍ବାନୁମାନ କରିଛନ୍ତି।

ପାଣିପାଗ ସଂପର୍କରେ ପୂର୍ବାନୁମାନ କରି ସାର୍ଥକ ମିଶ୍ର କହିଛନ୍ତି, ଦକ୍ଷିଣ ପଶ୍ଚିମ ଉତ୍ତରପ୍ରଦେଶ ଠାରୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଦେଇ ଅଭ୍ୟନ୍ତର ଓଡିଶା ଯାଏ ବିସ୍ତାରିତ ହେଇଥିବା ଟର୍ପ ରେଖା ଦୁର୍ବଳ ହେଉଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟାରେ ଓଡିଶା ର କିଛି ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ତାଳଚେରରେ ୫୮ମିମି, ବାଲେଶ୍ୱରରେ ୨୨.୪ମିମି, ଅନୁଗୁଳ, କେନ୍ଦୁଝରରେ ୧୪.୮ମିମି, ୧୨.୬ମିମି, ଭୁବନେଶ୍ୱରରେ ୧୨.୩ମ ମିମି ବର୍ଷା ରେକର୍ଡ ହୋଇଛି। ଦକ୍ଷିଣ-ଅଭ୍ୟନ୍ତର ଓଡିଶାରେ ଘନ କୁହୁଡିର ପ୍ରକୋପ ରହିଥିଲା। ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ସେଣ୍ଟିଗ୍ରେଡ୍ ଏବଂ ସୁନ୍ଦରଗଡରେ ସବୁଠାରୁ କମ ୧୦.୫ ଡିଗ୍ରି ସେଣ୍ଟିଗ୍ରେଡ୍ ରେକର୍ଡ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡିଶାର ଅଳ୍ପ କିଛି ଅଞ୍ଚଳ ଓ ଉତ୍ତର-ଅଭ୍ୟନ୍ତର ଓଡିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଣିପାଗ ପରିବର୍ତ୍ତନ ହେବା ସହ ଆକାଶ ଧୀରେ ଧୀରେ ମେଘମୁକ୍ତ ହେବ। ଶୀତ ଫେରିବ। ରାତି ତାପମାତ୍ରା ୪ରୁ ୬ ଡିଗ୍ରି ଯାଏ କମିଯିବ। ୬ରୁ ୮ ତାରିଖ ଯାଏ ପ୍ରବଳ ଶୀତ ଅନୁଭୂତ ହେବ। ଅବଶ୍ୟ ୮ କିମ୍ବା ୯ ତାରିଖରେ ଆକାଶ କିଛି ଅଂଶ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି। ଅନ୍ୟପକ୍ଷରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉଭୟ ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ ଘନ କୁହୁଡିର ପ୍ରକୋପ ରହିବ।

Leave A Reply

Your email address will not be published.