ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ଯାହାର ନିଷ୍ପତ୍ତି

0
  • ଧର୍ମେନ୍ଦ୍ର କହିଲେ, ଓଡ଼ିଶାକୁ ଅଧିକ ଲାଭ ହେବ
  • ୧୦ ମିଲିୟନ୍ ଟନ୍ ଉତ୍ପାଦନ ଆଶା ଦେଖାଇଲେ
  • କଳିଙ୍ଗ ନଗରକୁ ଷ୍ଟିଲ୍ ହବ୍ କରିବାରେ ମୁଖ୍ୟ ଭୂମିକା ନେବ

ନୂଆଦିଲ୍ଲୀ: ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ଯାହାର ପାଇଁ କେନ୍ଦ୍ର ସରକାର ଆଜି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଛି।

ଏହି କ୍ରମରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନଆଇଏନଏଲ)ରେ ରହିଥିବା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏ ମଧ୍ୟରେ ଖଣିଜ ଓ ଧାତବ ବ୍ୟବସାୟ ନିଗମ ଲିଃ (ଏମଏମଟିସି) (୪୯.୭୮%), ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡିସି) (୧୦.୧୦%), ମେକନ (୦.୬୮%) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ (ଭେଲ)(୦.୬୮%) ଅଛନ୍ତି। ଏହାଛଡ଼ା ଓଡ଼ିଶା ସରକାରଙ୍କ ଦୁଇଟି ଉଦ୍ୟୋଗ ମଧ୍ୟ ସାମିଲ ରହିଛି। ସେଗୁଡିକ ହେଲା, ଶିଳ୍ପ ପ୍ରୋତ୍ସାହନ ଓ ନିବେଶ ନିଗମ ଲିଃ (ଇପିକଲ)(୧୨.୦୦%) ଏବଂ ଓଡ଼ିଶା ଖଣି ନିଗମ (ଓଏମସି) (୨୦.୪୭%)। ଦ୍ୱିସ୍ତରୀୟ ନିଲାମି ପ୍ରକ୍ରିୟା ଜରିଆରେ ଯେଉଁ କ୍ରେତାଙ୍କୁ ଚୟନ କରାଯାଇଛି, ତାଙ୍କୁ ଏହା ହସ୍ତାନ୍ତର କରାଯିବ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଓଡିଶା ଭଳି ରାଜ୍ୟ ଅଧିକ ଲାଭ ପାଇବ ବୋଲି ନୂଆଦିଲ୍ଲୀ ଠାରେ କ୍ୟାବିନେଟ ବୈଠକରେ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଏହି ୧.୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ। ଏହା ଦ୍ୱାରା ନାଳାଚଳ ଇସ୍ପାତ କାରଖାନାର ସଂପ୍ରସାରଣ ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ
ରହିଥିବା ବେଳେ ଓଡିଶା ୩୦ ପ୍ରତିଶତ ବା ପ୍ରାୟ ୧୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରିବ । ଏହି
ନିଷ୍ପତି ଓଡିଶାର ଇସ୍ପାତ୍ ଇତ୍ପାଦନ କ୍ଷମତାକୁ ବଢାଇବ ଓ ଚାକିରି, ବ୍ୟବସାୟ ଓ ରାଜ୍ୟର ରୋଜଗାର
ବଢାଇବ। କେବଳ ସେତିକି ନୁହେଁ, କଳିଙ୍ଗ ନଗରକୁ ଷ୍ଟିଲ୍ ହବ୍ କରିବାରେ ଏନଆଇଏନଏଲ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.