ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ପୁଲିସ ବାବୁଙ୍କୁ ମେଡାଲ

0
  • ତାଲିକାରେ ୧୪ ଜଣଙ୍କର ନାମ ରହିଛି
  • ଜାନୁଆରି ୨୬ରେ ରାଜ୍ୟପାଳ ପଦକ ଦେବେ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳ ପୁଲିସ ମେଡାଲ ତାଲିକା ପ୍ରକାଶ ପାଇଛି। ୨୦୧୯ ପାଇଁ ଏହି ମେଡାଲ ଘୋଷଣା କରାଯାଇଛି। ପୁଲିସ ମହାନିର୍ଦେଶକ ଅଭୟ ମେଡାଲ ପାଇଥିବା ପୁଲିସ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାନୁଆରି ୨୬ରେ ଏମାନଙ୍କୁ ରାଜ୍ୟପାଳ ପଦକ ଦେବାର କାର୍ଯ୍ୟକ୍ରମ ରହିଛି।

ସରକାରଙ୍କ ପକ୍ଷରୁ ପ୍ରକାଶପାଇଥିବା ମେଡାଲ ତାଲିକାରେ ପୁଲିସ ମୁଖ୍ୟାଳୟ ଦାୟିତ୍ବରେ ଥିବା ଅତିରିକ୍ତ ପୁଲିସ ମହାନିର୍ଦେଶକ ବିନୟତୋଷ ମିଶ୍ର, ଆଧୁନିକୀକରଣ ଦାୟିତ୍ବରେ ଥିବା ରେଖା ଲୋହାନୀ, ପୁରୀ ଏସପି ଉମାଶଙ୍କର ଦାଶଙ୍କର ନାମ ରହିଛି। ସେହିଭଳି କଟକ ଡିସିପି ଅଖିଳେଶ୍ବର ସିଂ, ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲ, ଏସଆଇଡବ୍ଲୁ ଇନ୍‌ସପେକ୍ଟର ହରିବନ୍ଧୁ ଭତ୍ରା, ଭିଜିଲାନ୍ସ ନିର୍ଦେଶାଳୟ ଦାୟିତ୍ବରେ ଥିବା ଇନ୍ସପେକ୍ଟର ପ୍ରଣିତା କୁମାରୀ ରାୟ, ସ୍ପେସାଲ ବ୍ରାଞ୍ଚ ଏସଆଇ ସୁବାସ ଚନ୍ଦ୍ର ନାଏକ, ବିଜୁ ପଟ୍ଟନାୟକ ପୁଲିସ ରାଜ୍ୟ ଏକାଡେମି ବୁଧି ବାହାଦୁର ଥାପାଙ୍କ ନାମ ରହିଥିବା ଜଣାପଡିଛି।
ଏହାବ୍ୟତୀତ ବାରିପଦା ୫ନମ୍ବର ଓଏସଏପି ବାଟାଲୟିନ୍ ମେଜର ବୁଢା ସିଂହ ଗେରଙ୍ଗ, ରାଉରକେଲାର ହାବିଲଦାର ସରୋଜ କୁମାର ଭୋଇ, ଚତୁର୍ଥ ବାଟାଲିୟନ୍ ସିପାହୀ ରଥ ଲାକ୍ରା, ନୟାଗଡର କନଷ୍ଟେବଳ ପ୍ରତିମା ରାଉତ, ଭୁବନେଶ୍ବର ସୁରକ୍ଷା ଶାଖାର ସିପାହୀ ସୁଶାନ୍ତ କୁମାର ମାଝୀ ରାଜ୍ୟପାଳ ପଦକ ପାଇବେ।

Leave A Reply

Your email address will not be published.