ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପୁଲିସ ବାବୁଙ୍କୁ ମେଡାଲ

0
  • ତାଲିକାରେ ୧୪ ଜଣଙ୍କର ନାମ ରହିଛି
  • ଜାନୁଆରି ୨୬ରେ ରାଜ୍ୟପାଳ ପଦକ ଦେବେ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳ ପୁଲିସ ମେଡାଲ ତାଲିକା ପ୍ରକାଶ ପାଇଛି। ୨୦୧୯ ପାଇଁ ଏହି ମେଡାଲ ଘୋଷଣା କରାଯାଇଛି। ପୁଲିସ ମହାନିର୍ଦେଶକ ଅଭୟ ମେଡାଲ ପାଇଥିବା ପୁଲିସ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜାନୁଆରି ୨୬ରେ ଏମାନଙ୍କୁ ରାଜ୍ୟପାଳ ପଦକ ଦେବାର କାର୍ଯ୍ୟକ୍ରମ ରହିଛି।

ସରକାରଙ୍କ ପକ୍ଷରୁ ପ୍ରକାଶପାଇଥିବା ମେଡାଲ ତାଲିକାରେ ପୁଲିସ ମୁଖ୍ୟାଳୟ ଦାୟିତ୍ବରେ ଥିବା ଅତିରିକ୍ତ ପୁଲିସ ମହାନିର୍ଦେଶକ ବିନୟତୋଷ ମିଶ୍ର, ଆଧୁନିକୀକରଣ ଦାୟିତ୍ବରେ ଥିବା ରେଖା ଲୋହାନୀ, ପୁରୀ ଏସପି ଉମାଶଙ୍କର ଦାଶଙ୍କର ନାମ ରହିଛି। ସେହିଭଳି କଟକ ଡିସିପି ଅଖିଳେଶ୍ବର ସିଂ, ଭିଜିଲାନ୍ସ ଡିଏସପି ସରୋଜ କୁମାର ସାମଲ, ଏସଆଇଡବ୍ଲୁ ଇନ୍‌ସପେକ୍ଟର ହରିବନ୍ଧୁ ଭତ୍ରା, ଭିଜିଲାନ୍ସ ନିର୍ଦେଶାଳୟ ଦାୟିତ୍ବରେ ଥିବା ଇନ୍ସପେକ୍ଟର ପ୍ରଣିତା କୁମାରୀ ରାୟ, ସ୍ପେସାଲ ବ୍ରାଞ୍ଚ ଏସଆଇ ସୁବାସ ଚନ୍ଦ୍ର ନାଏକ, ବିଜୁ ପଟ୍ଟନାୟକ ପୁଲିସ ରାଜ୍ୟ ଏକାଡେମି ବୁଧି ବାହାଦୁର ଥାପାଙ୍କ ନାମ ରହିଥିବା ଜଣାପଡିଛି।
ଏହାବ୍ୟତୀତ ବାରିପଦା ୫ନମ୍ବର ଓଏସଏପି ବାଟାଲୟିନ୍ ମେଜର ବୁଢା ସିଂହ ଗେରଙ୍ଗ, ରାଉରକେଲାର ହାବିଲଦାର ସରୋଜ କୁମାର ଭୋଇ, ଚତୁର୍ଥ ବାଟାଲିୟନ୍ ସିପାହୀ ରଥ ଲାକ୍ରା, ନୟାଗଡର କନଷ୍ଟେବଳ ପ୍ରତିମା ରାଉତ, ଭୁବନେଶ୍ବର ସୁରକ୍ଷା ଶାଖାର ସିପାହୀ ସୁଶାନ୍ତ କୁମାର ମାଝୀ ରାଜ୍ୟପାଳ ପଦକ ପାଇବେ।

Leave A Reply

Your email address will not be published.