ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଜଣେ ନେତା, ଗୋଟିଏ ପଦବି!

0
  • ଏମିତି ଫର୍ମୁଲା ସପକ୍ଷରେ କାମ ଆରମ୍ଭ କରୁଛି ବିଜେଡି
  • ସଂଗଠନରେ ଯୁବ ନେତାଙ୍କୁ କିଭଳି ଦାୟିତ୍ବ ମିଳୁଛି, ସମସ୍ତଙ୍କ ନଜର
  • ପୁରୁଖା ତଥା ବରିଷ୍ଠ ଦାୟିତ୍ବ ପାଇବେ ନା କୋଣଠେସା ହୋଇ ରହିବେ

ଭୁବନେଶ୍ବର: ଚଳିତମାସ ଶେଷ ସପ୍ତାହରେ ବିଜେଡି ସାଂଗଠନିକ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଷ୍ଟମ ଥର ପାଇଁ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ଏକ ପ୍ରକାର ନିଶ୍ଚିତ। ହେଲେ ନବୀନଙ୍କ ପରେ ସଂଗଠନରେ ଶକ୍ତିଶାଳୀ ମୁଣ୍ଡ ଭାବେ କାହାକୁ ଗଣାଯିବ। ବିଧାୟକ ବବି ଦାସଙ୍କ ଦବଦବା ବଢିବ ନା ଛିଡିବ? କଣ ରହିବ ରାଜ୍ୟ ସଂଗଠନରେ ସଂଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସବ୍ୟସାଚୀଙ୍କ ଭୂମିକା? ଦଳର ହେଭିଵେଟ୍ ମାନଙ୍କୁ ନବୀନ ଗୁରୁତ୍ବ ଦେବେ ନା ଅପେକ୍ଷାକୃତ ଯୁବ ନେତାଙ୍କୁ ଭରସା କରିବେ?

ଏମିତି ଅନେକ ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ ଅଙ୍କ କଷା ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ପ୍ରଶାସନିକସ୍ତରରେ ନବକଳେବର ହୋଇଥିବା ବେଳେ ଦଳୀୟ ସ୍ତରରେ ଏଭଳି ରୂପାନ୍ତରଣ ହେବ କି ନାହିଁ, ସେ ନେଇ ତର୍ଜମା ଜାରି ରହିଛି।

ବିଜେଡିର ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ନବୀନ ଦଳର ସାଂଗଠନିକ ପଦ ପଦବି ଆବଣ୍ଟନ ବେଳେ ସମ୍ପୂର୍ଣ୍ଣ ଭାବେ ବରିଷ୍ଠ-କନିଷ୍ଠ ଏବଂ ଅଞ୍ଚଳ, ଜାତି ଭିତ୍ତିରେ ଭାରସାମ୍ୟ ରଖିବେ। ଯେଉଁସବୁ ନେତାମାନେ ଆଗ ଧାଡିରେ ରହିବେ, ସେମାନଙ୍କ ଭାବମୂର୍ତିକୁ ସବୁଠାରୁ ବେଶୀ ଗୁରୁତ୍ବ ଦିଆଯିବ। ଆଗକୁ ଯେ କୌଣସି ମୁହୂର୍ତରେ ବିଜେପି ପାଲଟା ଆକ୍ରମଣ କରିପାରେ ବୋଲି ଶୀର୍ଷ ନେତୃତ୍ବ ସନ୍ଦେହ କରୁଥିବା ପରିପ୍ରେକ୍ଷୀରେ ନବୀନ ଏ ଦିଗକୁ ବିଶେଷ ଗୁରୁତ୍ବ ଦେବେ ବୋଲି ସୂଚନା ମିଳୁଛି।

ବିଶେଷକରି ଯେଉଁ ସବୁ ନେତାମାନଙ୍କ ଦେହରେ ଚିଟଫଣ୍ଡ କଳଙ୍କ ଲାଗିଛି, ଯେଉଁମାନେ ନବୀନଙ୍କ ପଛ ପାଖରେ ରହି ଗୋଷ୍ଠୀ ବାଦ ଆରମ୍ଭ କରିଦେଲେଣି, ସେମାନେ ହିଁ ସରକାର ବୋଲି ବିଭିନ୍ନ ସ୍ଥାନରେ ଦାବି କଲେଣି, ସେଭଳି ନେତାଙ୍କୁ ମୁଖ୍ୟ ସ୍ରୋତରେ ରଖିବା ନିରାପଦ ନୁହେଁ, ଏକଥା ନବୀନ ଠାରିବେ। କାରଣ ବିଜେଡି ଶୀର୍ଷ ନେତୃତ୍ବ ପାଖରେ ଖବର ରହିଛି ଯେ କିଛି ନେତା ସମାନ୍ତରାଳ ବ୍ୟବସ୍ଥା ଆପଣାଇଲେଣି। ଉପରେ ଉପରେ ସରକାର ସହିତ ଅଛନ୍ତି ବୋଲି ନିଜର ଉଚ୍ଚାରଣରେ ବାରମ୍ବାର ଦୋହରାଉଥିବା ବେଳେ ବାସ୍ତବରେ ସେମାନଙ୍କ ଆଚରଣକୁ ନିରେଖି ଦେଖିଲେ, ଭଣ ଭଣ ଗନ୍ଧ ବାହାରିବ, ଯାହା ସହିବା ମୁସ୍କିଲ।

ଉଲ୍ଲେଖଯୋଗ୍ୟ, ଯେତିକି ସାଂଗଠନିକ ପଦ ପଦବି ରହିଛି, ସେସବୁ ବଣ୍ଟନ ବେଳେ ନବୀନ ଉଭୟ ମହାନଗର ନିଗମ ଓ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃ୍ଷ୍ଟିରେ ରଖିବେ। କିଛି ନେତା ବିଜେଡି ଭିତରେ ରହି ବିଜେପି ସହିତ ଘନିଷ୍ଠତା ରଖିଛନ୍ତି କେବଳ ତା ନୁହେଁ, ଦଳର ଭିନ୍ନ ଭିନ୍ନ ଖବର ଦେଉଥିବା ନେଇ ସନ୍ଦେହ ବଢିବାରେ ଲାଗିଲାଣି। ଏଭଳି ନେତାଙ୍କର ତାଲିକା ହୋଇଛି। ଏମାନଙ୍କୁ ସଂଗଠନରୁ ସମ୍ପୂର୍ଣ୍ଣ ଦୂରେଇ ରଖାଯିବ ବୋଲି ସୂଚନା ମିଳୁଛି। ସେହିଭଳି ଯେଉଁମାନେ ବିଧାୟକ ଭାବେ ନିର୍ବାଚନ ଜିତିଛନ୍ତି, ସେମାନଙ୍କୁ ବାଦ ଦେଇ ଅନ୍ୟ ବଞ୍ଚିତ ନେତାମାନଙ୍କୁ ସାଂଗଠନିକ ଦାୟିତ୍ବ ଦେବା ଲାଗି ମତ ପ୍ରକାଶ ପାଉଛି। ଅର୍ଥାତ୍ ଗୋଟିଏ ନେତା ମାତ୍ର ଗୋଟିଏ ପଦରେ ରହିବା ସପକ୍ଷରେ ନବୀନ ମତ ତିଆରି କରୁଥିବା ସୂଚନା ମିଳୁଛି। ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଅନ୍ୟମାନଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ହେବ।

ଉଲ୍ଲେଖଯୋଗ୍ୟ, ନବୀନଙ୍କ ସାଗଂଠନିକ ନିର୍ବାଚନରେ ବିଜେଡିର ଅତି ପ୍ରଭାବୀ ନେତା ମହେଶ୍ବର ମହାନ୍ତି, ପ୍ରଦୀପ ମହାରଥୀ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଦେବାଶିଷ ନାୟକ, ରବି ନାରାୟଣ ନନ୍ଦ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ବାଳ, ବିଜୟଶ୍ରୀ ରାଉତରାୟ, ଅନଙ୍ଗ ଉଦୟ ସିଂହଦେଓଙ୍କ ଭଳି ନେତାଙ୍କୁ ଗୁରୁତ୍ବ ମିଳୁଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.