ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଅଗ୍ନିବୀରଙ୍କ କାର୍ଯ୍ୟକାଳ ୬ ବର୍ଷକୁ ବୃଦ୍ଧି! ୭୫%ଙ୍କୁ ମିଳିବ ଆଉ ୨ ବର୍ଷ ସୁଯୋଗ

0

ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ବଡ଼ ଖବର। ୪ ବର୍ଷର ସେବା ଅବଧି ପରେ ଏବେ ଆଉ ୨ ବର୍ଷ କାର୍ଯ୍ୟ କରିବାର ସୁଯୋଗ ମିଳିବ। କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ, ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଏହି ଅତିରିକ୍ତ ସେବା ସୁଯୋଗ ଦିଆଯିବ। ଫଳରେ ସେମାନଙ୍କ ମୋଟ କାର୍ଯ୍ୟକାଳ ୬ ବର୍ଷ ହେବ। ଏହି ଅବଧି ପରେ ଯୋଗ୍ୟ ଅଗ୍ନିବୀରଙ୍କୁ ନିୟମିତ ସେନାରେ ସ୍ଥାୟୀ ନିଯୁକ୍ତି ମିଳିବାର ରାସ୍ତା ମଧ୍ୟ ଖୋଲିବ।

ବୁଧବାର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ୍ ଏନ୍‌ଏସ୍‌ ରାଜା ସୁବ୍ରମଣି ଏହି ସୂଚନା ଦେଇଛନ୍ତି। ଅଗ୍ନିପଥ ଯୋଜନାର ପ୍ରଥମ ବ୍ୟାଚ୍‌ର ୪ ବର୍ଷର ସେବା ଅବଧି ପୂରଣ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାୟନରୁ ସକାରାତ୍ମକ ମତାମତ ମିଳିଥିବା ସେ କହିଛନ୍ତି।
ସଂଶୋଧିତ ବ୍ୟବସ୍ଥା ଅନୁସାରେ, ପ୍ରଥମ ୪ ବର୍ଷ ପରେ ଅବଶିଷ୍ଟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ୨ ବର୍ଷ ପାଇଁ ସେବାରେ ରଖାଯିବ। ଏହି ଅତିରିକ୍ତ ଅବଧି ଶେଷ ହେବା ପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଚୟନ ମାନଦଣ୍ଡ ଆଧାରରେ ନିୟମିତ ସେନାରେ ସ୍ଥାୟୀ ନିଯୁକ୍ତି ମିଳିପାରିବ। ପୂର୍ବ ବ୍ୟବସ୍ଥାରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ମେଧା ଆଧାରରେ ନିୟମିତ ବାହିନୀରେ ସାମିଲ କରାଯାଉଥିଲା।

ସିଡିଏସ୍ ସ୍ପଷ୍ଟ କରିଛନ୍ତି ଯେ ଅଗ୍ନିପଥ ଯୋଜନା ବନ୍ଦ ହୋଇନାହିଁ। ପ୍ରଥମ ୪ ବର୍ଷର ସେବା ବ୍ୟବସ୍ଥା ପୂର୍ବଭଳି ଜାରି ରହିବ। ନୂଆ ବ୍ୟବସ୍ଥା ଦ୍ୱାରା ଅଗ୍ନିବୀରଙ୍କୁ ଅଧିକ ଅଭିଜ୍ଞତା ହାସଲ କରିବା ସହ ଦୀର୍ଘ ସମୟ ଦେଶ ସେବା କରିବାର ସୁଯୋଗ ମିଳିବ।

Leave A Reply

Your email address will not be published.