ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ଗୀତଗୋବିନ୍ଦ ପାଟ, ମହାପ୍ରସାଦ ଓ ଜୟ ଜଗନ୍ନାଥରୁ ନୂଆ ଯାତ୍ରା ଆରମ୍ଭ

0

ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅର୍ଥାତ୍ ଅଷ୍ଟମ ଥର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ୮୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ନବୀନ ଏହି କୋର୍ ଟିମକୁ ନେଇ କାମ ଆରମ୍ଭ କରିଛନ୍ତି।

ସଭାପତି ଭାବେ ନିର୍ବାଚିତ ହେବା ପରେ ନବୀନ କହିଛନ୍ତି, ଜିତିବା ପାଇଁ ବିଜେଡି କେବେ ନିର୍ବାଚନ ଲଢ଼େ ନାହିଁ। ବରଂ ଲୋକଙ୍କ ସ୍ନେହ ଓ ସେମାନଙ୍କ ସେବା କରିବା ପାଇଁ ଦଳ ନିର୍ବାଚନ ଲଢ଼େ। ବିଜୁ ବାବୁ କହୁଥିଲେ ଯେ ସରକାର ଗଢ଼ିବା ପାଇଁ ଅଧିକ ଚିନ୍ତା କର ନାହିଁ। ଲୋକଙ୍କ ସେବା କରିବାକୁ ସବୁବେଳେ ଚିନ୍ତା କର। ପରୋକ୍ଷରେ ସେ କହିଛନ୍ତି ଯେ ସେବା ମନୋବୃତ୍ତି ନେଇକାମ କଲେ ସରକାର ଆପେ ଗଠନ ହେବ।

ଆଜି ମହାପ୍ରଭୁଙ୍କ ଗୀତ ଗୋବିନ୍ଦ ପାଟ ପକାଇଥିଲେ ନବୀନ। ଏହାପରେ ମହାପ୍ରଭୁଙ୍କ ମହାପ୍ରସାଦ ତାଙ୍କୁ ଦିଆଯାଇଥିଲା। ତାକୁ ସ୍ପର୍ଶ କରି କିଛି ମୁହୂର୍ତ ପାଇଁ ଆଖିବୁଜି ଦେଇଥିଲେ ଓ ଟିକେ ନେଇ ସେବା କରିଥିଲେ। ଆଉ ନିଜର ସଭାପତିତ୍ବ ଅଭିଭାଷଣକୁ ଜୟ ଜଗନ୍ନାଥ ଶଦ୍ଦରୁ ଆରମ୍ଭ କରିଥିଲେ। ଯେମିତି ବାର୍ତା ଦେଇଥିଲେ ଯେ ଏହି ଯାତ୍ରା ତାଙ୍କର ଜଗନ୍ନାଥଙ୍କ ପାଇଁ ସମର୍ପିତ।

ପୂର୍ବରୁ ନବୀନ ନିଜର ମହାପ୍ରଭୁଙ୍କ ପ୍ରତି ସମର୍ପିତ ଭାବ ସଂପର୍କରେ ସୂଚନା ଦେଇ ସାରିଛନ୍ତି। କେଉଁ ଭଳି ପରିସ୍ଥିତିରେ ସେ ପୁରୀକୁ ଐତିହ୍ୟ କ୍ଷେତ୍ର କରିବାକୁ ନିଷ୍ପତ୍ତି ନେଲେ, ସେ ସଂପର୍କରେ ୫ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନ୍ ସୂଚନା ଦେଇଥିଲେ। ଏମିତିରେ ବି ନବୀନ ପ୍ରତିବର୍ଷ ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସହିତ ତାଙ୍କର କାର୍ଯ୍ୟ ଆରମ୍ଭ କରିଥାନ୍ତି।

ରାଜ୍ୟ କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ

ଅରୁପ ପଟ୍ଟନାୟକ
ଅଶୋକ ପଣ୍ଡା
ଅନନ୍ତ ନାରାୟଣ ଜେନା
ଅରୁଣ ସାହୁ
ଅତନୁ ସବ୍ୟସାଚୀ ନାୟକ
ବିକ୍ରମ କେଶରୀ ଆରୁଖ
ବିଜୟ ରଂଜନ ସିଂହ ବରିହା
ବଦ୍ରି ନାରାୟଣ ପାତ୍ର
ବ୍ୟୋମକେଶ ରାୟ
ବ୍ରଜ କିଶୋର ପ୍ରଧାନ
ବାସନ୍ତୀ ହେମ୍ବ୍ରମ୍
ବିଭୂତି ଭୂଷଣ ବଳବନ୍ତରାୟ
ବିଜୟ ନାୟକ
ବିନୟ ଟପ୍ପୋ
ବିପ୍ଳବ ପାତ୍ର
ଚନ୍ଦ୍ରଶେଖର ସାହୁ
ଚନ୍ଦ୍ର ସାରଥୀ ବେହେରା
ଦେବାଶିଷ ସାମନ୍ତରାୟ
ଦିବ୍ୟଶଙ୍କର ମିଶ୍ର
ଦେବୀପ୍ରସାଦ ମିଶ୍ର
ଦିଲ୍ଲୀପ ତିର୍କୀ
ଦେବେଶ ଆଚାର୍ଯ୍ୟ
ଧ୍ରୁବ ସାହୁ
ହୃଷିକେଶ ନାୟକ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଜଗନ୍ନାଥ ସାରକା
ଝିନ୍ନ ହିକକା
କଳିକେଶ ନାରାୟଣ ସିଂହଦେଓ
କିଶୋର ମହାନ୍ତି
ଲୋପାମୁଦ୍ରା ବକ୍ସିପାତ୍ର
ମଙ୍ଗଳା କିଷାନ
ମହେଶ୍ବର ମହାନ୍ତି
ମିଲନ କାନୁନଗୋ
ମାନସ ମଙ୍ଗରାଜ
ମାନସ ମାଡକାମୀ
ମୁଜ୍ଜୁବୁଲା ଖାଁ
ନବ କିଶୋର ଦାସ
ଏନ୍ ଭାସ୍କର ରାଓ
ନିରଂ଼ଜନ ପୂଜାରୀ
ନଳିନୀ ପ୍ରଧାନ
ପ୍ରଣବ ପ୍ରକାଶ ଦାସ
ପ୍ରଫୁଲ୍ଲ ମଲ୍ଲିକ
ପ୍ରଦୀପ ଅମାତ
ପ୍ରମିଲା ମଲ୍ଲିକ
ପିନାକୀ ମିଶ୍ର
ପ୍ରୀତିରଂଜନ ଘଡାଇ
ପୁଷ୍ପେନ୍ଦ୍ର ସିଂହଦେଓ
ପ୍ରତାପ ଜେନା
ପ୍ରଶାନ୍ତ ମୁଦୁଲି
ପ୍ରଦୀପ ମହାରଥୀ
ପ୍ରଶାନ୍ତ ଜଗଦେବ
ପ୍ରଣବ କୁମାର ବଳବନ୍ତରାୟ
ଡାକ୍ତର ପ୍ରମୋଦ ମଲ୍ଲିକ
ପ୍ରଫୁଲ୍ଲ ସାମଲ
ରୋହିତ ପୂଜାରୀ
ରବୀନ୍ଦ୍ର କୁମାର ଜେନା
ରମେଶ ମାଝୀ
ରଣେନ୍ଦ୍ର ପ୍ରତାପ ସ୍ବାଇଁ
ରାଜଶ୍ରୀ ମଲ୍ଲିକ
ରମେଶ ଚନ୍ଦ୍ର ବେହେରା
ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
ରବି ନାରାୟଣ ନନ୍ଦ
ରାଜୀବ ପାତ୍ର
ସଂଜୟ କୁମାର ଦାସବର୍ମା
ସୁଶାନ୍ତ ସିଂହ
ସୁବ୍ରତ ତରାଇ
ସୁଦାମ ମାରାଣ୍ଡି
ସରୋଜିନୀ ହେମ୍ବ୍ରମ୍
ସଂଜୟ ଅଗ୍ରଵାଲ
ସମୀର ରଂଜନ ଦାଶ
ସୁଶାନ୍ତ ରାଉତ
ଶ୍ରୀକାନ୍ତ ସାହୁ
ପ୍ରହଲ୍ଲାଦ ତ୍ରିପାଠୀ
ସାନନ୍ଦ ମାରାଣ୍ଡି
ସ୍ବାଧୀନ ନାୟକ
ସୁବାସ ସିଂହ
ଶ୍ରୀମୟୀ ମିଶ୍ର
ସସ୍ମିତ୍ ପାତ୍ର
ଟୁକୁନି ସାହୁ
ଉଷା ଦେବୀ

Leave A Reply

Your email address will not be published.