ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ବିଜୁ, ଜାନକୀ, ନବୀନ ଏବଂ ଧର୍ମେନ୍ଦ୍ର

0

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ହେବ। କେନ୍ଦ୍ରମନ୍ତ୍ରୀ ଜାପାନ ରାଷ୍ଟ୍ରଦୂତଙ୍କ ସମେତ ଏକ ପ୍ରତିନିଧି ଦଳ ଧରି ଓଡ଼ିଶା ଆସୁଛନ୍ତି। ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଏହି ବୈଠକ ଡକାଯାଇଛି। ଇସ୍ପାତ ବିକାଶ ସଂପର୍କରେ ଏକ କର୍ମଶାଳା ଆସନ୍ତାକାଲି ସିଆଇଆଇ ସହଯୋଗରେ ହେବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ଓଡ଼ିଶା ରାଜନୀତିରେ ପ୍ରଥମ ଥର ବା ନୂଆ ନୁହେଁ। କିନ୍ତୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। କାରଣ ସ୍ବାଧୀନତା ପରବର୍ତୀ ଓଡ଼ିଶାରେ ଅନେକ ବରିଷ୍ଠ ନେତା କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି ଓ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା ପାଇଁ ଏକାଧିକ ପ୍ରକଳ୍ପ ମଧ୍ୟ କରିଥିବାର ନଜିର ରହିଛି। ହେଲେ ଦୁଇ ଚାରିଜଣଙ୍କୁ ଛାଡିଦେଲେ, ରାଜ୍ୟ ରାଜନୀତିରେ ସେମାନେ ପ୍ରଭାବୀ ସାବ୍ୟସ୍ତ ହୋଇପାରିନାହାନ୍ତି।କେନ୍ଦ୍ରମନ୍ତ୍ରୀ ଭାବେ ସଫଳ ହେବା ଓ ପରବର୍ତୀ ସମୟରେ ରାଜ୍ୟ ରାଜନୀତିକୁ ନିଜ ନିୟନ୍ତ୍ରଣରେ ରଖିବା ଲାଗି ଯୋଜନାବଦ୍ଧ କୌଶଳ କେବଳ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଘଟିଛି। ବିଜୁ ବାବୁ କେନ୍ଦ୍ରମନ୍ତ୍ରୀ ଭାବେ ଜାତୀୟସ୍ତରରେ ନିଜର ଦବଦବା ରଖିଥିଲେ, ଓଡ଼ିଶାରେ ଏକାଧିକ ବଡ଼ ପ୍ରକଳ୍ପ, ଯାହା ଆଜି ରାଜ୍ୟର ପରିଚୟ ପାଲଟିଛି, ସେ ତାର ବିନ୍ଧାଣୀ। ରାଜ୍ୟ ରାଜନୀତିରେ ବେଶ ୫୦ବର୍ଷ ଧରି ତାଙ୍କର ପ୍ରଭାବ ରହିଥିଲା। ନିର୍ବାଚନ ଜିତନ୍ତୁ କି ହାରନ୍ତୁ, ବିଜୁଙ୍କୁ ଛାଡି ଓଡ଼ିଶା ରାଜନୀତିରେ ସେ ୫୦ବର୍ଷ (୧୯୪୭-୯୭) ବିଚାର କରାଯାଇନପାରେ।

ବିଜୁଙ୍କ ପରେ ଜାନକୀ ହିଁ ଏକମାତ୍ର ବ୍ୟକ୍ତିତ୍ବ ଥିଲେ, ଯିଏ ଅଳ୍ପ ଦିନ କେନ୍ଦ୍ରମନ୍ତ୍ରୀ ଓ ପରେ ରାଜ୍ୟ ରାଜନୀତିରେ ଜଣେ ପ୍ରଭାବଶାଳୀ ଚେହେରା ଭାବେ ଉଭା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଭାବେ ଓଡ଼ିଶା ପାଇଁ ତାଙ୍କର ଅବଦାନ ବିଶେଷ ନ ଥିଲା। କିନ୍ତୁ ରାଜ୍ୟରେ ସ୍ଥିର ସରକାର ଗଠନର ସେ ହେଉଛନ୍ତି ଜନକ। ଥରେ ରାଜ୍ୟରେ କ୍ଷମତାକୁ ଆସିବା ପରେ ଦୀର୍ଘ ୪ଦଶନ୍ଧି ଧରି ତାଙ୍କୁ ଛାଡି ଚର୍ଚ୍ଚା ହୋଇନାହିଁ। ଯେଉଁମାନେ କଂଗ୍ରେସ ଦଳରେ ଜାନକୀଙ୍କୁ ନେଇ ଅଣନିଶ୍ବାସୀ ହୋଇପଡିଥିଲେ, ଦଳ ନଷ୍ଚଭ୍ରଷ୍ଟ ହୋଇଗଲା, ଜାନକୀ ଦଳରୁ ହିଁ ଗଲେ କଂଗ୍ରେସ ଉଧେଇବ ବୋଲି କଥା କଥାକେ ନିଜର ଦାମ୍ଭିକତା ଦେଖାଉଥିଲେ, ସେମାନେ ଜାନକୀଙ୍କ ପରେ ବାସ୍ତୁହରା ଭଳି ବୁଲୁଛନ୍ତି। ରାଜ୍ୟ ରାଜନୀତିରେ ପ୍ରଭାବ ରଖିବା ତ ଦୂରର କଥା ବିଧାନସଭା ଦେଖିପାରୁନାହାନ୍ତି। କଂଗ୍ରେସକୁ ବିପର୍ଯ୍ୟୟ ମୁହଁକୁ ଠେଲିଦେଲେଣି।

ଜାନକୀଙ୍କ ଇଂନିସ୍ ଶେଷ ହୋଇନଥିଲା, ରାଜ୍ୟ ରାଜନୀତିରେ ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକ ପଦାର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀରୁ କ୍ୟାରିଅର ଆରମ୍ଭ କରିଥିବା ନବୀନ ପରବର୍ତୀ ସମୟରେ ରାଜ୍ୟ ଶାସନ ଗାଦି ଧରିଛନ୍ତି ଓ ଗତ ୨୦ବର୍ଷ ଧରି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ନବୀନଙ୍କ ଅତୀତର ସମସ୍ତ ରେକର୍ଡକୁ କାଟି କେବଳ ରାଜ୍ୟର ସବୁଠାରୁ ଅଧିକ ସମୟ ଓ ଲଗାତାର ମୁଖ୍ୟମନ୍ତ୍ରୀ ତା ନୁହେଁ, ସବୁଠାରୁ ବଡ଼ କଥା ହେଲା, ରାଜନୀତିରେ ପାଦ ଦେବା ଦିନଠାରୁ ପରାଜୟର ସ୍ବାଦ ଚାଖିନାହାନ୍ତି। କେନ୍ଦ୍ରମନ୍ତ୍ରୀ ଭାବେ ନବୀନଙ୍କ ପ୍ରଭାବ ସେମିତି ନଥିଲା। କିନ୍ତୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ନବୀନ ନିଜର ଛାପ ଛାଡିଛନ୍ତି।

ଓଡ଼ିଶା ରାଜନୀତିର ଗତ ୭ ଦଶନ୍ଧିଙ୍କୁ ନିରେଖି ଦେଖିଲେ, ଦୁଇଟି ସାମଞ୍ଜସ୍ୟ ସାମ୍ନାକୁ ଆସୁଛି। ଗୋଟିଏ ହେଲା ବିଜୁ, ଜାନକୀ ଓ ନବୀନଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପ୍ରଭାବ ବିସ୍ତାର କରିଛନ୍ତି। ରାଜ୍ୟ ରାଜନୀତିର ନେତୃତ୍ବ ନେଇନାହାନ୍ତି ସତ, କିନ୍ତୁ ଯୁବାବସ୍ଥାରୁ ଧର୍ମେନ୍ଦ୍ର ପତିଆରା ସାବ୍ୟସ୍ତ କରିସାରିଲେଣି। ପ୍ରତିପକ୍ଷ ଦଳରୁ ଯଦି ନେତା ବଛାଯାଏ, ସେ ସମସ୍ତଙ୍କ ଠାରୁ ଆଗରେ ରହିବେ। କାରଣ କେନ୍ଦ୍ରମନ୍ତ୍ରୀ ଭାବେ ସେ ବିଜୁବାବୁଙ୍କ ମାର୍କା କାମ କରୁଛନ୍ତି। ଓଡ଼ିଶାରେ ଏକାଧିକ ପ୍ରକଳ୍ପ ଆଣି ଠିଆ କରିବା ଲାଗି ତାଙ୍କର ଉଦ୍ୟମ ଅନ୍ୟମାନଙ୍କ ଠାରୁ ଯଥେଷ୍ଟ ଅଧିକ। ଇସ୍ପାତ, ରେଳ, ପର୍ଯ୍ୟଟନ ଆଦି ବିଭାଗର ମନ୍ତ୍ରୀ ଭାବେ ଆହୁରି ଅନେକ ନେତା କାର୍ଯ୍ୟ କରିଥିଲେ। ତାଙ୍କର ରାଜ୍ୟ ପାଇଁ ଅବଦାନ ସେମିିତି ନାହିଁ, ଯେମିତି ପେଟ୍ରୋଲିୟମ୍ କିମ୍ବା ଇସ୍ପାତ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ରାଜ୍ୟରେ ତାଙ୍କର ଯୋଗଦାନ ରଖିବାକୁ ଉଦ୍ୟମ ଚଳାଇଛନ୍ତି।

ଦ୍ବିତୀୟଟି ହେଲା, ଧର୍ମେନ୍ଦ୍ରଙ୍କୁ ସାମ୍ନାରେ ରଖି ବିଜେପି ଓଡ଼ିଶାର ଶାସନ କ୍ଷମତା ହାତେଇବାକୁ ଉଦ୍ୟମ କରୁଛି। ଧର୍ମେନ୍ଦ୍ର ଅନ୍ୟମାନଙ୍କୁ କେତେ ଆକର୍ଷଣ କରିବେ, ରାଜ୍ୟ ରାଜନୀତିରେ ତାଙ୍କ ପ୍ରତି ଥିବା ଭଲପାଇବାକୁ କିଭଳି ଢଙ୍ଗରେ ଲୋକଙ୍କ ପାଖକୁ ନେବେ, ତାହା ସମୟ କହିବ। କିନ୍ତୁ ଆଜି ଏ କ୍ଷେତ୍ରରେ ବିଜେଡିର ନେତାମାନେ ପଛରେ ଅଛନ୍ତି, କଂଗ୍ରେସର ସମସାମୟିକ ନେତା ଆହୁରି ପଛରେ ପଡିଛନ୍ତି। ବିଜେପିରେ ବି।

Leave A Reply

Your email address will not be published.