ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ

0

ପୁରୀ : ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଛି। ଆଜି ଜଣେ ଶ୍ରଦ୍ଧାଳୁ ଗର୍ଭ ଗୃହକୁ ପ୍ରବେଶ କରିଥିବାବେଳେ ଅନ୍ୟଜଣଙ୍କ ନିକଟରୁ ହିଡେନ୍ କ୍ୟାମେରା ଯୁକ୍ତ ଚଷମା ଜବତ କରାଯାଇଛି।

ଆଜି ସକାଳେ ଜଣେ ଶ୍ରଦ୍ଧାଳୁ ସେବାୟତ ବେଶ ଧାରଣ କରି ପ୍ରବେଶ କରିଛନ୍ତି। ଗୋପାଳବଲ୍ଲଭ ନୀତି ପରେ ପ୍ରବେଶ କରିଥିବା ଜଣାପଡିଛି । ନକଲି ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯାଇଥିଲେ। ଜଗନ୍ନାଥ ଟେମ୍ପଲ୍ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରି ଅଟକ ରଖିଛନ୍ତି। ଉକ୍ତ ବ୍ୟକ୍ତି ଜଣକ ହେଲେ ଯାଜପୁରର ଶଙ୍କର ମିଶ୍ର। ସେ ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ମଧ୍ୟ ସୂଚନା ମିଳିଛି। ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ଅନ୍ୟପଟେ ଜଣେ ଅଣଓଡ଼ିଆ ଭକ୍ତଙ୍କୁ ସ୍ପାଏ କ୍ୟାମେରା ସହିତ ଧରିଛନ୍ତି ଜେଟିପି। ସେ ଗୁଜରାଟ ଅହମ୍ମଦାବାଦର ଭରତ ପାଣ୍ଡ୍ୟା ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ସେ ଜଗମୋହନ ନିକଟରେ ଛିଡ଼ା ହୋଇ ଚଷମାରେ ଫଟୋ ଉଠାଉଥିଲେ। ଏହି ସମୟରେ ଜେଟିପିଙ୍କର ସନ୍ଦେହ ହେବାରୁ ତାଙ୍କୁ ଧରିଥିଲେ । ତାଙ୍କ ନିକଟରୁ ସ୍ପାଏ କ୍ୟାମେରା ଚଷମା ମିଳିଥିଲା। ଏହା ପରେ ତାଙ୍କୁ ସିଂହଦ୍ୱାର ଥାନାକୁ ଅଣାଯାଇଛି । ତାଙ୍କର ଚଷମା, ମୋବାଇଲ୍ ଏବଂ ଲାପଟପକୁ ଜବତ କରାଯାଇ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।

Leave A Reply

Your email address will not be published.