ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ନିଶାଡି ମାତିଛନ୍ତି ୭ଜିଲ୍ଲାରେ

0

ଭୁବନେଶ୍ବର: ଶହେ କି ଦୁଇଶହ ଗ୍ରାମ ନୁହେଁ, ୨ମାସ ଭିତରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଶାଖା ୧କେଜି ୩୪୯ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କଲାଣି। ଯାହାର ବଜାର ଦର ପାଖାପାଖି ଦେଢ କୋଟି ଟଙ୍କା ହେବ। କେବଳ ସେତିକି ନୁହେଁ, ୩୨୬ ଗ୍ରାମ୍ ଅଫିମ, ୧୩ ହଜାର ୨୧ ହଜାର ଟଙ୍କା ସହିତ ୨୭ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ଅଟୋମେଟିକ୍ ପିସ୍ତଲ, ମାରୁତି କାର, ଗୋଟିଏ ଏଟ୍ରିଗା ମାରୁତି କାର, ୮ଟି ବାଇକ୍ ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି।

ସ୍ପେସାଲ୍ ଟାସ୍କଫୋର୍ସ ଦାୟିତ୍ବରେ ଥିବା ଡିଆଇଜି ଜୟନାରାୟଣ ପଙ୍କଜଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ୨୦୨୦ ଜାନୁଆରି ପହିଲାରୁ ଆଜି ମଧ୍ୟରେ ଏତେ ପରିମାଣର ନିଶା ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି। କଟକ, ପୁରୀ, ବାଲେଶ୍ବର, ଖୋର୍ଧା, ଅନୁଗୁଳ ଓ ଢେଙ୍କାନାଳ, ଭଦ୍ରକରୁ ଏସବୁ ଚଢାଉ ବେଳେ ଜବତ ହୋଇଛି। କେଉଁଠି ନା କେଉଁଠି ଏହା ସୂଚାଇ ଦେଉଛି, ସମସ୍ତଙ୍କ ନଜର ଆଢୁଆଳରେ ଓଡ଼ିଶା ନିଶା କବଳରେ ଫସିଗଲାଣି। ଅପରାଧ ବୃଦ୍ଧି ପଛର ଏହା ଏକ ବଡ କାରଣ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ବୀକାର କରୁଛନ୍ତି।

ଭୁବନେଶ୍ବର ଏବେ ନିଶାଡିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ବିଶେଷକରି ଯୁବ ବର୍ଗ ଏହା ପ୍ରତି ଅଧିକ ଆକର୍ଷିକ ହୋଇପଡିଛନ୍ତି। ବାରମ୍ବାର ଚଢଉ ପରେ ସେମାନେ ବେଫିକର ଭାବେ ଏହି କାରବାର କରୁଛନ୍ତି। ଏକଥା ସୂଚାଉଛି, ଏମାନଙ୍କ ପଛରେ ଜଣେ କିଏ ଗଡ୍ ଫାଦର ଅଛନ୍ତି। କୁଖ୍ୟାତ ବ୍ରାଉନସୁଗାର ମାଫିଆ ଟକ୍‌ଲୁ ରାଜା ଶ୍ବଶୁର ଘରେ କ୍ରାଇମବ୍ରାଞ୍ଚ୍‌ ଆଜି ଚଢଉ କରିଥିବା ସୂୁଚନା ମିଳିଛି। ଏହି ଘଟଣାରେ ତିନିଜଣ ବାଲେଶ୍ବରରୁ ଗିରଫ ହୋଇଛନ୍ତି। ହେଲେ କେବଳ ଏହି ଗୋଟିଏ ଲିଙ୍କ୍ ଯେ ସକ୍ରିୟ ଅଛି ତା ନୁହେଁ, ରାଜ୍ୟ ବାହାରୁ ଏକାଧିକ ମାଫିଆ ନିଶା ବେପାର ସହିତ ଯୋଡି ହୋଇଥାଇପାରନ୍ତି ବୋଲି ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି।

ଏଠାରେ ଉଲ୍ଲେଖଥାଉକି, ନିକଟରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ଡିଜିପି ଅଭୟ ଏ ପ୍ରସଙ୍ଗ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ନାର୍କୋଟିକ୍ସ ଆଇନକୁ ଅଧିକ କଡାକଡି କରିବାର ସମୟ ଆସିଛି ବୋଲି ଅଭୟ ତାଙ୍କ ପୂର୍ବ ଅଭିଜ୍ଞତାରୁ କହିଥିଲେ। କାରଣ ପଶ୍ଚିମବଙ୍ଗ ଓ ବିହାର ମଧ୍ୟରେ ବଢିଥିବା ନିଶା କାରବାର ଏବେ ଉଭୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି।

Leave A Reply

Your email address will not be published.