ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନିଶାଡି ମାତିଛନ୍ତି ୭ଜିଲ୍ଲାରେ

0

ଭୁବନେଶ୍ବର: ଶହେ କି ଦୁଇଶହ ଗ୍ରାମ ନୁହେଁ, ୨ମାସ ଭିତରେ କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ ଶାଖା ୧କେଜି ୩୪୯ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କଲାଣି। ଯାହାର ବଜାର ଦର ପାଖାପାଖି ଦେଢ କୋଟି ଟଙ୍କା ହେବ। କେବଳ ସେତିକି ନୁହେଁ, ୩୨୬ ଗ୍ରାମ୍ ଅଫିମ, ୧୩ ହଜାର ୨୧ ହଜାର ଟଙ୍କା ସହିତ ୨୭ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ ଅଟୋମେଟିକ୍ ପିସ୍ତଲ, ମାରୁତି କାର, ଗୋଟିଏ ଏଟ୍ରିଗା ମାରୁତି କାର, ୮ଟି ବାଇକ୍ ଓ ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି।

ସ୍ପେସାଲ୍ ଟାସ୍କଫୋର୍ସ ଦାୟିତ୍ବରେ ଥିବା ଡିଆଇଜି ଜୟନାରାୟଣ ପଙ୍କଜଙ୍କ ନେତୃତ୍ବରେ ସ୍ବତନ୍ତ୍ର ଟିମ୍ ୨୦୨୦ ଜାନୁଆରି ପହିଲାରୁ ଆଜି ମଧ୍ୟରେ ଏତେ ପରିମାଣର ନିଶା ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି। କଟକ, ପୁରୀ, ବାଲେଶ୍ବର, ଖୋର୍ଧା, ଅନୁଗୁଳ ଓ ଢେଙ୍କାନାଳ, ଭଦ୍ରକରୁ ଏସବୁ ଚଢାଉ ବେଳେ ଜବତ ହୋଇଛି। କେଉଁଠି ନା କେଉଁଠି ଏହା ସୂଚାଇ ଦେଉଛି, ସମସ୍ତଙ୍କ ନଜର ଆଢୁଆଳରେ ଓଡ଼ିଶା ନିଶା କବଳରେ ଫସିଗଲାଣି। ଅପରାଧ ବୃଦ୍ଧି ପଛର ଏହା ଏକ ବଡ କାରଣ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ବୀକାର କରୁଛନ୍ତି।

ଭୁବନେଶ୍ବର ଏବେ ନିଶାଡିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ବିଶେଷକରି ଯୁବ ବର୍ଗ ଏହା ପ୍ରତି ଅଧିକ ଆକର୍ଷିକ ହୋଇପଡିଛନ୍ତି। ବାରମ୍ବାର ଚଢଉ ପରେ ସେମାନେ ବେଫିକର ଭାବେ ଏହି କାରବାର କରୁଛନ୍ତି। ଏକଥା ସୂଚାଉଛି, ଏମାନଙ୍କ ପଛରେ ଜଣେ କିଏ ଗଡ୍ ଫାଦର ଅଛନ୍ତି। କୁଖ୍ୟାତ ବ୍ରାଉନସୁଗାର ମାଫିଆ ଟକ୍‌ଲୁ ରାଜା ଶ୍ବଶୁର ଘରେ କ୍ରାଇମବ୍ରାଞ୍ଚ୍‌ ଆଜି ଚଢଉ କରିଥିବା ସୂୁଚନା ମିଳିଛି। ଏହି ଘଟଣାରେ ତିନିଜଣ ବାଲେଶ୍ବରରୁ ଗିରଫ ହୋଇଛନ୍ତି। ହେଲେ କେବଳ ଏହି ଗୋଟିଏ ଲିଙ୍କ୍ ଯେ ସକ୍ରିୟ ଅଛି ତା ନୁହେଁ, ରାଜ୍ୟ ବାହାରୁ ଏକାଧିକ ମାଫିଆ ନିଶା ବେପାର ସହିତ ଯୋଡି ହୋଇଥାଇପାରନ୍ତି ବୋଲି ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି।

ଏଠାରେ ଉଲ୍ଲେଖଥାଉକି, ନିକଟରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଓଡ଼ିଶା ଡିଜିପି ଅଭୟ ଏ ପ୍ରସଙ୍ଗ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ନାର୍କୋଟିକ୍ସ ଆଇନକୁ ଅଧିକ କଡାକଡି କରିବାର ସମୟ ଆସିଛି ବୋଲି ଅଭୟ ତାଙ୍କ ପୂର୍ବ ଅଭିଜ୍ଞତାରୁ କହିଥିଲେ। କାରଣ ପଶ୍ଚିମବଙ୍ଗ ଓ ବିହାର ମଧ୍ୟରେ ବଢିଥିବା ନିଶା କାରବାର ଏବେ ଉଭୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି।

Leave A Reply

Your email address will not be published.