ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆଇନଜୀବୀଙ୍କ ପାଇଁ ଆସୁଛି ବଡ଼ ନିଷ୍ପତ୍ତି

0

ନୂଆଦିଲ୍ଲୀ: ବିଭିନ୍ନ ତଳ କୋର୍ଟରେ ଖାଲି ପଡିଥିବା ପ୍ରାୟ ୫୦୦୦ ବିଚାରପତି ପଦବି ପୂରଣ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସମୟ ଅନୁସାରେ ଦକ୍ଷ ବିଚାରପତି ନିଯୁକ୍ତି ଲାଗି କେନ୍ଦ୍ର ସରକାର ଆସନ୍ତା ମୌସୁମୀ ଅଧିବେଶନରେ ଏକ ବିଲ୍ ଆଣିବାକୁ ଯାଉଛନ୍ତି। ସର୍ବଭାରତୀୟ ବିଚାର ବିଭାଗୀୟ ସେବା ଚିଠା ବିଲ୍ ପ୍ରସ୍ତୁତି ଚାଲିଛି।

ଏକଥା ନୁହେଁ ଯେ ଏଭଳି ବିଲ୍ ଆଜି ଆସୁଛି। ୧୯୫୮ ମସିହାର ଏ ପ୍ରସଙ୍ଗରେ ତତ୍କାଳୀନ ସରକାର ଚିନ୍ତା କରିଥିଲେ ଓ ୧୯୭୬ ମସିହାରେ ୪୨ ତମ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଜରିଆରେ ଏହାକୁ ସଂଲଗ୍ନ କରାଯାଇଥିଲା। ମାତ୍ର ବିଭିନ୍ନ ହାଇକୋର୍ଟ ଏହାକୁ ବିରୋଧ କରିବାକୁ ଏଭଳି ପ୍ରସ୍ତାବ ଉପରେ ସରକାର ପଦକ୍ଷେପ ନେଇନଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ପ୍ରକାଶ।

ବର୍ତମାନ ସରକାର ଯେଉଁ ଚିଠା ବିଲ୍ ପ୍ରସ୍ତୁତ କରୁଛନ୍ତି, ତାହା ସ୍ବରୂପ ବେଶ୍ ଆକର୍ଷଣୀୟ ଜଣାପଡୁଛି। ଏଥିରେ ୟୁପିଏସସି ପରୀକ୍ଷା କରିବେ ଓ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ଦେବେ। ଏକଥା ସ୍ଥିର ହୋଇଛି ଯେ ଯଦି ଜଣେ ଆଇନଜୀବୀ ୭ବର୍ଷ ଧରି କୋର୍ଟରେ ପ୍ରାକ୍ଟିସ୍ କରିଥିବେ, ତେବେ ଏହି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯଦି କୌଣସି ବ୍ୟକ୍ତି ପ୍ରତିଷ୍ଠିତ ଆଇନ ବିଶ୍ବବିଦ୍ୟାଳୟ ବା ମହାବିଦ୍ୟାଳୟରେ ସମାନ ସମୟ ପାଇଁ ଅଧ୍ୟାପନା ଦାୟିତ୍ବରେ ଥାନ୍ତି, ତେବେ ସେମାନେ ଏହି ପରୀକ୍ଷାରେ ଭାଗ ନେଇପାରିବେ। ତେବେ ଏହି ନିଯୁକ୍ତି ପାଇଁ ବୟସସୀମା ୨୮ରୁ ୩୫ ବର୍ଷ ରଖାଯାଇଛି। ଏସଂକ୍ରାନ୍ତ ପ୍ରବେଶିକା ପରୀକ୍ଷା ଜୋନ୍ ସ୍ତରରେ ହେବ ବୋଲି ବିଚାର କରାଯାଉଛି। ସେହିଭଳି ପଛୁଆ ବର୍ଗଙ୍କ ପାଇଁ ବୟସରେ କୋହଳ ବ୍ୟବସ୍ଥା ରଖିବା ନେଇ ବିଚାର ଚାଲିଛି।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏଭଳି ପ୍ରସ୍ତାବକୁ ଏବେ ସୁଦ୍ଧା କେବଳ ସିକିମ୍ ଓ ତ୍ରିପୁରା ହାଇକୋର୍ଟ ମୋହର ଦେଇଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ, ବମ୍ବେ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପାଟନା, ପଞ୍ଜାମ ଓ ହରିଆନା ହାଇକୋର୍ଟ ବିରୋଧ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ବିହାରରେ ତଳ କୋର୍ଟରେ ମୋଟ ମଞ୍ଜୁରି ପ୍ରାପ୍ତ ପଦବି ସଂଖ୍ୟା ୧୮୪୭ ଥିବା ବେଳେ ସେଠାରେ ୩୬୧ ଜଣ କାର୍ଯ୍ୟ କରୁଛନ୍ତି। ଉତ୍ତରପ୍ରଦେଶରେ ୩୪୧୬ ପଦବି ମଧ୍ୟରୁ ୨୦୧୨ରେ ବିଚାରପତି ଅଛନ୍ତି। ଅନ୍ୟସବୁ ପଦବି ଖାଲିପଡିଛି। ମଧ୍ୟପ୍ରଦେଶରେ ୨୦୨୧ଟି ପଦବି ମଧ୍ୟରୁ ୫୧୬ ଖାଲି ପଡିଥିବା ବେଳେ ଗୁଜରାଟରେ ୧୫୦୬ରୁ ୧୧୯୩ରେ ବିଚାରପତି ଅଛନ୍ତି।ସେହିଭଳି ରାଜସ୍ଥାନରେ ୧୪୨୫ ପଦବି ମଧ୍ୟରୁ ୩୦୩, ହରିଆନାରେ ୭୭୨ ପଦବି ମଧ୍ୟରୁ ୨୯୩, କର୍ଣ୍ଣାଟକରେ ୧୩୪୫ ମଧ୍ୟରୁ ୨୪୧, ମହାରାଷ୍ଟ୍ରରେ ୨୧୭୩ରୁ ୨୩୬, ଝାଡଖଣ୍ଡରେ ୬୭୬ରୁ ୨୧୩ଟି ପଦବିରେ ବିଚାରପତି ନାହାନ୍ତି। ଓଡ଼ିଶା ସ୍ଥିତି ବି ସଙ୍ଗିନ୍। ଏଠାରେ ୯୧୭ଟି ମଞ୍ଜୁରି ପ୍ରାପ୍ତ ବିଚାରପତି ଥିବା ବେଳେ ସେ ମଧ୍ୟରୁ ୧୪୪ଟି ଖାଲି ପଡିଛି। ତାମିଲନାଡୁରେ ୧୨୧୬ରୁ ୧୨୯ ଓ ଦିଲ୍ଲୀରେ ୭୯୯ରୁ ୧୧୯ ପଦବି ଖାଲି ରହିଛି।

Leave A Reply

Your email address will not be published.